ହେଡଲାଇନସ୍:

କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ବେଳେ ଗୁଣ୍ଡାରାଜ : ଜଗା ପ୍ରଧାନଙ୍କ ନାମରେ ଥାନାରେ ଏତଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଏସ ପି ବ୍ୟୁରୋ)  : ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସମସ୍ତେ ଖୁସିରେ ଅପେକ୍ଷା କରିଥିଲେ | ମନ୍ତ୍ରୀ ଦ୍ବୟ ଆସିଲେ, ହଜାର ହଜାର ସଂଖ୍ୟାରେ କର୍ମୀ ଓ ନେତା ସ୍ୱାଗତ ଜଣାଇଥିଲେ କେନ୍ଦ୍ର ମଂତ୍ରୀମଣ୍ଡଳରେ ଲଗାତାର ମାନ୍ତ୍ରୀ ହୋଇ ଗୁରୁତ୍ୱପୁର୍ଣ ମନ୍ତ୍ରାଳୟ ପାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓ ପ୍ରଥମ ପ୍ରଥମ ଥର ପାଇଁ ରାଷ୍ଟ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଷଢଙ୍ଗୀଙ୍କୁ | ମନ୍ତ୍ରୀ ଦ୍ବୟ ଦଳୀୟ କର୍ମକର୍ତ୍ତା ସାଧାରଣ ଜନତାଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିବା ସହ ବାହାରିଥିଲେ ପୁରୀ ଅଭିମୁଖେ | ଠିକ ଏତିକି ବେଳେ ଘଟିଥିଲା ଅଘଟଣ | ସ୍ୱାଗତ କରିବା ସମୟରେ ସଂଘର୍ଷ ଦେଖିବା ପାଇଁ ମିଳିଥିଲା । ଆଉ ଦେଖିବାକୁ ମିଳିଥିଲା ଗୋଷ୍ଠୀ କନ୍ଦଳ |  ବିଜେପି ନେତା ଉମେଶ ଖଣ୍ଡେଲୱାଲ ଓ ଠାକୁର ରଂଜିତ ଦାସଙ୍କୁ ଟଣାଭିଡା କରିଥିଲେ କିଛି ବିଜେପି କର୍ମୀ । ଉଭୟଙ୍କୁ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖୋଦ ଶ୍ରୀ ଖଣ୍ଡେଲୱାଲ ଅଭିଯୋଗ କରିଛନ୍ତି ଯେ ଗୁଣ୍ଡାମାନେ ଜଗନ୍ନାଥ ପ୍ରଧାନଙ୍କ କଥାରେ ତାଙ୍କ ଉପରେ ଆକ୍ରମଣ କରିଥିଲେ | ଏହା କିଛି ସମୟ ପାଇଁ ଉପସ୍ଥିତ କର୍ମୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା | ପୋଲିସ ଆକ୍ରମଣକାରୀମାନଙ୍କୁ ଧରି ସାଇଡ କରିବା ପରେ ଗାଡ଼ିଗୁଡ଼ିକୁ ବିମାନ ବନ୍ଦରରୁ ପାସ କରିଥଲା | ଆଉ ଏ ସମ୍ପର୍କରେ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସହଯୋଗୀମାନଙ୍କୁ ବିରୋଧରେ ଏୟାରପୋର୍ଟ ଥାନାରେ ଏତଲା ଦେଇଛନ୍ତି ବୋଲି କହିଛନ୍ତି ଖଣ୍ଡେଲୱାଲ | ଚଳିତ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ବିଧାନସଭାରୁ ବିଜେପି ପ୍ରାର୍ଥୀ ଥିଲେ ଜଗନ୍ନାଥ ପ୍ରଧାନ । ଶୁଣିବାକୁ ମିଳୁଛି  ଜଗନ୍ନାଥ ପ୍ରଧାନ ଓ ଉମେଣ ଖଣ୍ଡେଲୱାଲଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଆସିଛି । ଏପରିକି ମାସେ ତଳେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ଉମେଣ ଖଣ୍ଡେୱାଲଙ୍କ ଗାଡିକୁ ଭଙ୍ଗାରୁଜା କରିଥିବା ନେଇ ଥାନାରେ ମାମଲା ହୋଇଥିଲା ।

0
0
0
s2sdefault