ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଜ୍ଞାନ ଗ୍ରାମର ଉପରପଡାରେ ଅଷ୍ଟ ପ୍ରହରୀ ମାନସିକ ବିଶ୍ୱଶାନ୍ତି ହରି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳେ ପଣ୍ଡିତ ଗିରିଶ ଚନ୍ଦ୍ର ହୋତାଙ୍କ ମନ୍ତ୍ରୋଚ୍ଚାରଣ ଏବଂ ଶଙ୍ଖ, ଘଂଟ, ମୃଦଙ୍ଗ, ହରିବୋଲ, ହୁଲହୁଲିର ତାଳେ ତାଳେ ବଡବନ୍ଧରୁ ୧୦୮ପୁର୍ଣ୍ଣ କଳସ ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରାରେ ଆଣି ପୂଜା ମଣ୍ଡପରେ ସ୍ଥାପନ କଲାପରେ ଯଜ୍ଞ ଆରମ୍ଭ ସହ ମହାମନ୍ତ୍ର “ହରେକୃଷ୍ଣ ହରେ ରାମ” ଉଚ୍ଚାରଣ ଆରମ୍ଭ ହୋଇଥିଲା । ପୂଜା କର୍ତା ଭାବେ ସ୍ଥାନୀୟ ବାସିନ୍ଦା ଅବସରପ୍ରପ୍ତ ଶିକ୍ଷାବିତ ସାଧୁଚରଣ ଗଡତିଆ ପତ୍ନୀ ସୁବର୍ଣ୍ଣଲତା ଗଡତିଆ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ମହାମନ୍ତ୍ର ଦିବାରାତ୍ରୀ ଅଷ୍ଟ ପ୍ରହର ପର୍ଯ୍ୟନ୍ତ ଉଚ୍ଚାରଣ ପାଇଁ ଗୁଠୁର୍ଲା, ଗୁଡିମୁଣ୍ଡା, ପହଣ୍ଡି, ଜ୍ଞାନ ଆଦି ଗ୍ରାମର ସଂର୍କିତନ୍ୟ ମଣ୍ଡଳିର କର୍ମ କର୍ତା ମାନେ ଯୋଗ ଦେଇଥିଲେ । ଗୁରବାର ସଂଧ୍ୟାରେ ପୂଣ୍ଣହୁତି ସହ ଦଧିଭାଣ୍ଡର ଆୟୋଜନ କରାଯାଇଥିଲା । ଯଜ୍ଞଟିକୁ ଦେଖିବାକୁ ଆଖପାଖ ଅଂଚଳର ହଜାର ସଂଖ୍ୟାରେ ଭକ୍ତ ଉପସ୍ଥିତ ଥିଲେ । ଭକ୍ତ ମାନଙ୍କ ପାଇଁ ପୂଜା କର୍ତାଙ୍କ ତରଫରୁ ଅନ୍ନଛତ୍ର ଖୋଲାଯାଇଥିଲା । କାର୍ଯ୍ୟକ୍ରମ ସବୁକୁ ସୁରେନ୍ଦ୍ର ଗଡତିଆ, କୁମରମଣି ଗଡତିଆ, ମୁକ୍ତିଆର ଭୋଇ, ଗୁଣନିଧୀ ଗଡତିଆ, ବିରେନ୍ଦ୍ର ଗଡତିଆ, ହୃଷିକେଶ ବରିହା, ସୁଶାନ୍ତ ଗଡତିଆ, ରାଧାକାନ୍ତ ଗଡତିଆ, ସଦାବ୍ରତ ଗଡତିଆ, ଦେବବ୍ରତ ଗଡତିଆ, ହରିହର ପଧାନ, ଖଗେଶ୍ୱର ଗଡତିଆ, ମୁକେଶ ଗଡତିଆ, ପ୍ରଫୁଲ୍ଳ ଗଡତିଆ, ସନ୍ତୋଷ ଗଡତିଆ, ମାଗୁଣି ସାହୁ ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ । ପ୍ରକାଶ ଯୋଗ୍ୟ ଯେ କର୍ତ୍ତା ସାଧୁଚରଣ ଗଡତିଆ ତାଙ୍କ ପିତା ସ୍ୱଗତ ଚନ୍ଦ୍ରଭାନୁ ଗଡତିଆଙ୍କ ମନୋସ୍କାମନା ପୂର୍ଣ୍ଣ ଉଦେଶ୍ୟରେ ଯଜ୍ଞଟି ଆୟୋଜନ କରିଥିଲେ ।
ରାଜ୍ୟ
ଜ୍ଞାନ ଗ୍ରାମରେ ଅଷ୍ଟ ପ୍ରହରୀ ମାନସିକ ହରି ଯଜ୍ଞ
- Hits: 438