ହେଡଲାଇନସ୍:

୪ଟି ମେଡିକାଲ କଲେଜରେ ୧୦୦ଟି ଲେଖାଏ ଆସନ ପାଇଁ ଅନୁମତି ନବୀକୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟର ୪ଟି ମେଡିକାଲ କଲେଜରେ ୧୦୦ଟି ଲେଖାଏ ଆସନରେ ନାମ ଲେଖା ପାଇଁ  କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିନସ୍ଥ ବୋର୍ଡ ଅଫ ଗଭର୍ନର (ପୂର୍ବର ଭାରତୀୟ ଆୟୁର୍ବିଜ୍ଞାନ ପରିଷଦ) ଅନୁମତି ନବୀକୃତ  କରିଛନ୍ତି | ଅନୁମତି ନବୀକୃତ ହୋଇଥିବା ମେଡିକାଲ କଲେଜ ହେଲେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ବାରିପଦା, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟ, ଫକୀର ମୋହନ ମେଡିକାଲ କଲେଜ ବାଲେଶ୍ୱର ଓ ଭୀମ ଭୋଇ ମେଡିକାଲ କଲେଜ ବଲାଙ୍ଗୀର | 
ଫକୀର ମୋହନ ମେଡିକାଲ କଲେଜ ବାଲେଶ୍ୱରର ଦ୍ଵିତୀୟ ବ୍ୟାଚ,ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ବାରିପଦା ତୃତୀୟ ବ୍ୟାଚ, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟ ତୃତୀୟ ବ୍ୟାଚ ଓ ଭୀମ ଭୋଇ ମେଡିକାଲ କଲେଜ ବଲାଙ୍ଗୀର ଦ୍ଵିତୀୟ ବ୍ୟାଚ ପାଇଁ ବୋର୍ଡ ଅଫ ଗଭର୍ନର ଅନୁମତି ନବୀକରଣ କରିଥିବା ଜଣା ପଡିଛି |

0
0
0
s2sdefault