ଓଡ଼ଗାଁ,୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମଙ୍ଗଳବାର ଛାତ୍ର ଛାତ୍ରୀ ମାନଙ୍କର ବିଦ୍ୟାରମ୍ଭ ନିମନ୍ତେ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ସୈାଭାଗ୍ୟ କୁମାର ପ୍ରଧାନ ଦମ୍ପତି ଏବଂ ଶାନ୍ତନୁ କୁମାର ପାଣିଗ୍ରାହୀ ଦମ୍ପତି ୨ ଯଜ୍ଞ କୁଣ୍ଡରେ କର୍ତ୍ତା ଭାବେ ଦାୟିତ୍ଵ ସମ୍ପାଦନ କରିଥିଲେ।ବିଶ୍ବର ସମସ୍ତ ବିଦ୍ୟାର୍ଥୀଙ୍କ କଲ୍ୟାଣ ପାଇଁ ବିଦ୍ୟାମନ୍ଦିରର ୨ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଏବଂ ଅତିଥି ସମୂହ ଯଜ୍ଞାହୂତି ପ୍ରଦାନ ପୂର୍ବକ ଯଜ୍ଞ ଭଗବାନଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ।ଓଡ଼ଗାଁ ଗାୟତ୍ରୀ ପ୍ରଜ୍ଞା ପୀଠର ପ୍ରତାପ ଦାସ ଏବଂ ଗଞ୍ଜାମ ଜିଲ୍ଲା ସମାର ପ୍ରଦୀପ ମହାନ୍ତି ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିବା ବେଳେ ନାରାୟଣ ସାହୁ ନୃସିଂହ ଚରଣ ସାହୁ ସହଯୋଗ କରିଥିଲେ। ଶେଷରେ ବାଳ ନାରାୟଣ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ଅଧ୍ୟକ୍ଷ ବିରେନ୍ଦ୍ର ସାହୁ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।
ରାଜ୍ୟ
ଗାୟତ୍ରୀ ବିଦ୍ୟାମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ
- Hits: 135