ଓଡ଼ଗାଁ,୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ମା' ପାଇଁ ଗଛଟିଏ ୨.୦ କାର୍ଯ୍ୟକ୍ରମରେ ଚାରା ବିତରଣ କେନ୍ଦ୍ର ଖୋଲାଯାଇଛି । ଓଡ଼ଗାଁ ବନାଞ୍ଚଳ କେନ୍ଦ୍ର ସାମ୍ନାରେ ସ୍ବତନ୍ତ୍ର ଭାବେ ନିର୍ମିତ ଏକ ସ୍ବତନ୍ତ୍ର ସ୍ଥାନରେ ପ୍ରକୃତି ବନ୍ଧୁ ରଞ୍ଜନ କୁମାର ଦାଶଙ୍କ ଉପସ୍ଥିତିରେ ବନପାଳ ସରିତା ବରାଳ, ବନରଖି ସୈାମ୍ୟରଞ୍ଜନ ଦଳେଇଙ୍କ ସମେତ ଅନ୍ୟ ବନକର୍ମଚାରୀ ଓ ଉପସ୍ଥିତ ଜନତାଙ୍କ ଗହଣରେ ଉଦଘାଟିତ ହୋଇଛି । ପ୍ରତିଦିନ ଏଠାରେ ଚାରା ବିତରଣ କରାଯିବ । ଛୋଟ ଜରି ଗଛ ୧ ଟଙ୍କା ଓ ବଡ଼ ଜରି ଗଛ ପିଛା ୨ ଟଙ୍କା ବିନିମୟରେ ଚାରା ପ୍ରଦାନ କରାଯିବ । ଏହା ଦୀର୍ଘଦିନ ଧରି ଚାଲିବା ସହିତ ଭ୍ରାମ୍ୟମାଣ ରଥ ମାଧ୍ୟମରେ ବିଭିନ୍ନ ଗ୍ରାମକୁ ଯାଇ ମଧ୍ୟ ବିତରଣ ବ୍ୟବସ୍ଥା ଆଜିଠାରୁ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି କୋରପିଠା ଗ୍ରାମରେ ଭ୍ରାମ୍ୟମାଣ ରଥ ପହଁଞ୍ଚି ଚାରା ବିତରଣ କରିଥିବା ଜଣାଯାଇଛି ।
ରାଜ୍ୟ
ଓଡ଼ଗାଁ ବନାଞ୍ଚଳ ଚାରା ବିତରଣ କେନ୍ଦ୍ର ଖୋଲିଲା
- Hits: 126