ହେଡଲାଇନସ୍:

ଆମେ ସମସ୍ତେ ସାଧାରଣ ଜନତା ର ସେବକ , ଏଠି କେହି ସାହେବ ନୁହନ୍ତି : ବିଧାୟକ ଶ୍ରୀ ବରିହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ / ପାଇକମାଲ :- ଆଜି ପାଇକମାଲ ପଂଚାୟତ ସମିତି ସଭାଗୃହରେ ଆୟୋଜିତ ପାଇକମାଲ ପଂଚାୟତ ସମିତି ବୈଠକରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କୁ ସଂଵୋଧନ କରି ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା କହିଲେ ଯେ , ଆମେ ସନସ୍ତେ ଜନସାଧାରଣଙ୍କର ସେବା କରିବା ପାଇଁ ଅଛୁ ।ସେ ନିର୍ବାଚିତ ପ୍ରତିନିଧି ହୁଅନ୍ତୁ ବା ସରକାରୀ ଅଧିକାରୀ । ଜନସାଧାରଣ କିଭଳି ଭାବରେ ସରକାର ଙ୍କର ସବୁ ଯୋଜନାରେ ଲାଭ ପାଇଁ ପାରିବେ ଏଥିପାଇଁ ସମସ୍ତେ ସବୁବେଳେ ସଜାଗ ହେଇ କାମ କରିବାକୁ ପଡିବ ।ସାଧାରଣ ଲୋକଙ୍କର ଅସୁବିଧାକୁ ଅନୁଭବ କରନ୍ତୁ । ଏଠି କେହି ବି ସାହେବ ନୁହନ୍ତି  । ଆମେ ସମସ୍ତେ ଜନ ସାଧାରଣ ଙ୍କର ପାଖରେ ଉତ୍ତରଦାୟୀ । କୋଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ସରକାରଙ୍କର ବିଭିନ୍ନ ଯୋଜନା ବାବଦରେ ଜନ ସଚେତନତାର ଆବଶ୍ୟକତା ରହିଛି । ଅଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧି ମାନେ ସରକାର ବିଭିନ୍ନ ଯୋଜନା ବାବଦରେ ଲୋକଙ୍କୁ ଭଲ ଭାବରେ ବୁଝାନ୍ତୁ । ମାନ୍ୟବର ବିଧାୟକଙ୍କ ଏହି ଉକ୍ତି ରୁ ବୁଝାପଡୁଛି ଯେ ଆଗାମୀ ଦିନରେ ସେ ନିଜେ ଜନ ସାଧାରଣ ଙ୍କର ପ୍ରତେକ ଟି ସମସ୍ୟା ଉପରେ ନିଜେ ପ୍ରତକ୍ଷ ଭାବରେ ଧ୍ୟାନ ଦେବେ ।

ଶିକ୍ଷା  ସ୍ୱାସ୍ଥ୍ୟ ତଥା ରାସ୍ତା ର ଉନ୍ନତିରେ କୋଣସି ପ୍ରକାର ସଲିଶ କରାଯିବ ନାହିଁ । ଏହିକ୍ରମର ମାନ୍ୟବର ବିଧାୟକ ଗଞ୍ଜାଡ଼ାବର ସ୍କୁଲ, କସ୍ତୁରବା ଗାନ୍ଧୀ ମାତୃନିକେଟନ ସ୍କୁଲ , ବିଭିନ୍ନ ଗ୍ରାମର ରାସ୍ତା ର ଉନ୍ନତି କାରଣ ପାଇଁ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କୁ ପ୍ରସ୍ତାବ ଦେବା ପାଇଁ କହିଥିଲେ । ପାଇକମାଲ ଡାକ୍ତରଖାନା ରେ ଖୁବ ଶୀଘ୍ର ରୋଗୀ ମାନଙ୍କର ନୁମନ୍ତେ ଏକ ବତାନୁକୂଳିତ  ହଲ ର ନିର୍ମାଣ କରାଯିବ ବୋଲି ବିଧାୟକ ଶ୍ରୀ ବରିହା କହିଛନ୍ତି ।

0
0
0
s2sdefault