ହେଡଲାଇନସ୍:

ବିପର୍ଯ୍ୟୟ ପ୍ରଶମନ ନା ବିପର୍ଯ୍ୟୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନ୍ତ୍ରୀଙ୍କ ସମର୍ଥକଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା : ସତ୍ୟତା ଥିଲେ ସାଙ୍ଘାତିକ

ବାରିପଦା(ଶାସକ ପ୍ରଶାସକ)- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳି ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ଭାବେ ଶପଥ ନେଇଥିବା ଶପଥ ନେଇଥିବା ମନ୍ତ୍ରୀ ସୁଦାମଙ୍କ ସମର୍ଥକମାନେ ତାଙ୍କ ନିଜସ୍ୱ ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର ଗଉଡ଼ଡିହା ଗ୍ରାମର ଯୋଗେଶ୍ୱର ମହାକୁଡ଼ ପରିବାର ନିମନ୍ତେ ବିପର୍ଯ୍ୟୟର କାରଣ ପାଲଟିଯାଇଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ନିଜକୁ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମଙ୍କ ସମର୍ଥକ ଭାବେ ନିଜକୁ ପରିଚୟ ଦେବା ସହ ମୋର କଣ ଉଖାଡ଼ୁଛୁ ଉଖାଡ଼ କହି ଏକ ବିବାହିତ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ଏବଂ ତାର ସମର୍ଥକମାନେ ଧମକ ଦେଇଥିବାର ଅଭିଯୋଗ ହେଉଛି । ଏଥି  ସହିତ ଅଭିଯୁକ୍ତମାନେ ଉଲଗ୍ନ ଅବସ୍ଥାରେ ହାତରେ ମଦ ବୋତଲ ଧରି ମହିଳା ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଜୀବନରୁ ମାରିଦେବା, ମହିଳାଙ୍କ ସହ ଦୁଷ୍କର୍ମ କରିବା, ବେଙ୍ଗଲରେ ନେଇ ଧନ୍ଦା କରାଇବା ଆଦି ବିଭିନ୍ନ ପ୍ରକାରର ଧମକ ଚମକ ଦେଉଥିବାରୁ ମହିଳା ଜଣକ ଭୟଭିତ ହୋଇ ପରିବାର ସହିତ ନିଜର ଘର ଛାଡ଼ି ନ୍ୟାୟ ପାଇବା ନିମନ୍ତେ ବାରିପଦାରେ ଚକ୍କର କାଟିବା ପରେ  ନିରାଶ ହୋଇପଡ଼ିଛନ୍ତି ।
                  ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର ଗୌଡ଼ଡିହା ଗ୍ରାମରେ ଯୋଗେଶ୍ୱର ମହାକୁଡ଼ଙ୍କ ପୂର୍ବ ପୁରୁଷମାନେ ସେମାନଙ୍କ ଟିକଟ ଭୂକ୍ତ ସମ୍ପତ୍ତିରେ ଘରଦ୍ୱାର କରି ବସବାସ କରୁଥିଲେ । ପରବର୍ତ୍ତି ସମୟରେ ଭାଇ ଭାଇ ମଧ୍ୟରେ ପରିବାର ସମ୍ପତ୍ତିର ସତ୍ୱାଧିକାରୀ ଆଇନ ଅନୁଯାୟୀ ଭାଗବଣ୍ଟା ନିମନ୍ତେ ବାରିପଦା ସିଭିଲ ଜଜ୍ଙ୍କ ଅଦାଲତରେ(ପାର୍ଟିସନ ସିଭିଲ ସୁଟ ନଂ ୪୦୧/୨୦୧୬) ଏକ ମାମଲା ଚାଲିଆସୁଛି । ଏହି ସମୟରେ ତାଙ୍କ ଘର ସମ୍ମୁଖରେ ଯାଇଥିବା ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ ହୋଇ ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହେଲା । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଶିବ ପ୍ରସାଦ ମହାକୁଡ଼ ତାଙ୍କ ସହଯୋଗୀ ସୁରିଆ ସାହୁ, ପ୍ରଦୀପ ଚନ୍ଦ୍ର ବେହେରା, କାଲା, ଭିକି, ତାପସ, ନିହାର, ତପୁ ପ୍ରମୁଖ ୧୫ରୁ ୨୦ ଜଣ ବ୍ୟକ୍ତିମାନଙ୍କୁ ନେଇ ଯୋଗେଶ ମହାକୁଡ଼ଙ୍କୁ ଜୀବନରୁ ମାରିଦେବାର ଧମକ ଓ ତାଙ୍କ ଦେଖାଶୁଣା କରୁଥିବା ଝିଅ ଲିଲିମା ବେହେରାଙ୍କ ପ୍ରତି ଅଶାଳୀନ ଓ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରି ଯୋଗେଶ୍ୱର ମହାକୁଡ଼ଙ୍କ ଟିକଟଭୁକ୍ତ ଘରବାଡ଼ି(ପ୍ଲଟନଂ-୧୯୨, ଖାତା ନଂ-୧୫, ଏ୦.୧୫ ଡେ.) ଉପର ଦେଇ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ କଲେ । ଏଥି ସହିତ ଯୋଗେଶ ମହାକୁଡ଼ ପ୍ଲଟ ନଂ-୧୧୯, ଖାତା ନଂ. ୬୩, ଏ୦.୦୧.୫୦୦ ସରକାରୀ ଜମିକୁ ଚଞ୍ଚକତା ପୂର୍ବକ ଜବରଦଖଲରେ ରଖିଥିବା ଦର୍ଶାଇ ଶାମାଖୁଣ୍ଟା ତହସିଲଦାରଙ୍କ ପକ୍ଷରୁ ଯୋଗେଶ୍ୱର ମହାକୁଡ଼ଙ୍କ ବିରୋଧରେ କେଶ ନଂ-୩୫୧/୧୮-୧୯ରେ ଏକ ମାମଲା ରୁଜୁ କରିବା ପରେ ଏକ ନୋଟିସ ଜାରି କରିଥିଲେ । ଏହାପରେ ପୁଣି ଶାମାଖୁଣ୍ଟା ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଦେଶ ନାମା ୧୫୩୬/୨୨.୦୫.୨୦୧୯ ବଳରେ ଯୋଗେଶ୍ୱର ମହାକୁଡ଼ ଜବରଦଖଲରେ ରଖିଥିବା ପ୍ଲଟ ନଂ ୧୯୯, ଖାତା ନଂ ୬୩ , ଏ୦.୦୧.୫୦୦ବର୍ଗକଡ଼ି ସରକାରୀ ଜମିକୁ ଜବରଦଖଲ ମୁକ୍ତ(ଏଭିକସନ) କରାଯିବ ବୋଲି ଏକ ନୋଟିସ ଜାରି କରାଗଲା । ଯୋଗେଶ୍ୱର ମହାକୁଡଙ୍କ ଘରଡ଼ିହ ପ୍ଲଟ ନଂ ୧୯୨, ଖାତା ନଂ ୧୫ ଉପରେ ରହିଥିବା ସମୟରେ ତାଙ୍କର ପ୍ଲଟ ନଂ ୧୧୯, ଖାତା ନଂ ୬୩ ଓ ପ୍ଲଟ ନଂ ୧୯୯, ଖାତା ନଂ ୬୩ ସହ କୌଣସି ସମ୍ପର୍କ ନାହିଁ, ଅଥବା ସେ ଉକ୍ତ ଦୁଇ ପ୍ଲଟର ଏ୦.୧.୫୦୦ବର୍ଗକଡ଼ିକୁ ନିଜ ଦଖଲରେ ରଖି ନାହାନ୍ତି । ପୁଣି, ଶାମାଖୁଣ୍ଟା ତହସିଲଦାର ପ୍ରଥମେ ପ୍ଲଟ ନଂ ୧୧୯, ଖାତା ନଂ ୬୩, ଏ୦.୦୧.୫୦୦ବର୍ଗକଡ଼ିକୁ ଯୋଗେଶ୍ୱର ମହାକୁଡ଼ ଜବରଦଖଲରେ ରଖିଥିବାର ନୋଟିସ ଜାରି କରିଥିବା ବେଳେ ପରବର୍ତ୍ତି ସମୟରେ ପ୍ଲଟ ନଂ ୧୯୯, ଖାତା ନଂ ୬୩, ଏ୦.୦୧.୫୦୦ବର୍ଗକଡ଼ି ଜବରଦଖଲ ମୁକ୍ତ(ଏଭିକସନ) କରାଇବା ନିମନ୍ତେ ଆଦେଶ ନାମା ଜାରି କଲେ କେଉଁ ଆଇନ ବଳରେ ତାହା ଯୋଗେଶ୍ୱର ମହାକୁଡ଼ଙ୍କ ନିକଟରେ ଅବୁଝା ରହିଯାଇଥିଲା । ତଥାପି ଯୋଗେଶ୍ୱର ମହାକୁଡ଼ ତହସିଲଦାରଙ୍କ ଜବରଦଖଲ ମୁକ୍ତ(ଏଭିକସନ) ଆଦେଶନାମା ୧୫୩୬/୨୨.୦୫.୨୦୧୯ ବିରୋଧରେ ବାରିପଦା ଉପଜିଲ୍ଲାପାଳଙ୍କ ଅଦାଲତରେ ୨୮.୦୫.୨୦୧୯ରେ ଅପିଲ(କେଶ ନଂ-୨୩/୧୯) କରିଥିଲେ ଏବଂ ୩୧.୦୫.୨୦୧୯ରେ ବାରିପଦା ଉପଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ମାମଲାର ପରବର୍ତ୍ତି ଶୁଣାଣି    ୦୪.୦୬.୨୦୧୯କୁ ରଖି ଯୋଗେଶ୍ୱର ମହାକୁଡ଼ଙ୍କ ପ୍ଲଟ ଉପରେ ରାସ୍ତା ନିର୍ମାଣ କାର୍ଯ୍ୟ ଉପରେ  ଅଙ୍କୁଶ ଲଗାଇଥିଲେ । କିନ୍ତୁ, ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜାରି କରିଥିବା ଆଦେଶନାମାକୁ ଅବମାନନା କରିଥିଲେ ଶାମାଖୁଣ୍ଟା ତହସିଲଦାର ଓ ବାରିପଦା ସଦର ଥାନା ଅଧିକାରୀ  । ଯୋଗେଶ୍ୱର ମହାକୁଡ଼ଙ୍କ ପ୍ଲଟ ନଂ ୧୯୨, ଖାତା ନଂ ୧୫ ଉପରେ ରହିଥିବା ପ୍ରାୟ ୭୦/୮୦ ବର୍ଷର ପୁରୁଣା ୫ଟି ନିମ୍ବ ଗଛ, ଗୋଟାଏ ଲେଖାଏଁ ତାଳ, ନଡ଼ିଆ ଓ କସି ଗଛକୁ ବନ ବିଭାଗଠାରୁ ଅନୁମତି ନ ନେଇ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ଏବଂ ତାଙ୍କ ସହଯୋଗିମାନେ ଜେସିବି ଓ କଟର ମେସିନ ଲଗାଇ କାଟି  ନେଇଗଲେ । ଏଥି ସହିତ ବାଡ଼କୁ ମଧ୍ୟ କାଟି ନେଇଯାଇଥିଲେ । ଯୋଗେଶ୍ୱର ମହାକୁଡ଼ଙ୍କ ଝିଅ ଲିଲିମା ବେହେରା ଏହାର ପ୍ରତିବାଦ କରିବାରୁ ଠିକାଦାର ଓ ତାଙ୍କ ସହଯୋଗିମାନେ ନିଶାଶକ୍ତ ଅବସ୍ଥାରେ ନିଳୀମା ପିନ୍ଧିଥିବା ବସ୍ତ୍ରକୁ ଶରୀରରୁ ଅଲଗା କରି ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିଲେ ।  ଏହି ଘଟଣାକୁ ନେଇ ଲିଲିମା ବାରିପଦା ସଦର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ଥାନାରେ ପୁଲିସ ଗ୍ରହଣ କରିନଥିଲେ । ସେହିପରି ବାରିପଦା ସଦର ଏସଡ଼ିପିଓ କେ. ପି ପଟ୍ଟନାୟକଙ୍କ ନିକଟରେ ଗୁହାରି ଜଣାଇବାକୁ ଯାଇଥିଲେ ମଧ୍ୟ ସେ ଦେଖାଦେଇନଥିଲେ । ଫଳରେ ଲିଲିମା ବେହେରା ୦୨.୦୬.୨୦୧୯ରେ ଅନଲାଇନରେ ଏକ ଏଫ୍ଆଇଆର୍ ଦାଖଲ କରିବାକୁ ବାଧ୍ୟ ହୋଇଥିଲେ । ଠିକାଦାର ଓ ତାଙ୍କ ସହଯୋଗୀମାନଙ୍କ ଭୟରେ ଯୋଗେଶ୍ୱର ମହାକୁଡ଼ ତାଙ୍କ ପରିବାରକୁ ଧରି ଘରକୁ ଫେରିନପାରି ବାରିପଦା ସହରରେ ଦିନ କଟାଉଥିବାର ଅଭିଯୋଗ ବାଢ଼ିଛନ୍ତି ଯୋଗେଶ୍ୱରଙ୍କ ଝିଅ ଲିଲିମା ବେହେରା । ଏଥି ସହିତ ଯୋଗେଶ୍ୱର ଓ ତାଙ୍କ ପରିବାରର ସଦସ୍ୟମାନେ ବାରିପଦା ଉପଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୦୩.୦୬.୨୦୧୯ରେ ସାକ୍ଷାତ କରି  ସମସ୍ତ ବିଷୟ ଅବଗତ କରାଇଥିଲେ ମଧ୍ୟ ଉପଜିଲ୍ଲାପାଳ ଶ୍ରୀପରିଡ଼ା ତୁମେ ମିଛ କହୁଛ । ସରକାରୀ ଜମିକୁ ଜବରଦଖଲରେ ରଖିଛ । ତହସିଲଦାର ଆର୍ଆଇଙ୍କୁ  ପଠାଇ ମାପ କରିଦେଖିଛନ୍ତି । କଣ କରାଯାଇପାରେ ଦେଖିବା ବୋଲି କହିଥିଲେ । ଲିଲିମା ଅଭିଯୋଗ ଆଧାରରେ ପ୍ରଶ୍ନ ଉଠୁଛି କିଏ ମିଛୁଆ । ଉପଜିଲ୍ଲାପାଳ ନା ଯୋଗେଶ୍ୱର ଓ ତାଙ୍କ ପରିବାର ସଦସ୍ୟ । ଯଦି ଯୋଗେଶ୍ୱର ଓ ତାଙ୍କ ପରିବାରର ସଦସ୍ୟମାନେ ମିଛ ଅଭିଯୋଗ ଆଣିଥିଲେ, ତେବେ ଉକ୍ତ ମିଥ୍ୟା ଅଭିଯୋଗ ଉପରେ ତୃତୀୟ ପକ୍ଷ ଦ୍ୱାରା ସରଜମିନ ତଦନ୍ତ ନ କରି ଉପଜିଲ୍ଲାପାଳ ଶ୍ରୀପରିଡ଼ା ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବସ୍ଥାକୁ ବଜାଇ ରଖିବା ପାଇଁ ଆଦେଶ ଜାରି କରିଥିଲେ କିପରି ବୋଲି ପ୍ରଶ୍ନ ଉଠିଛି । ପୁଣି ପରବର୍ତ୍ତି ଶୁଣାଣି ୦୪.୦୬.୨୦୧୯ରେ କରିବା ବଦଳରେ ଅଦ୍ୟାବଧି କୌଣସି ଶୁଣାଣି ସମ୍ଭବ ହୋଇପାରିନଥିବା ଫଳରେ ଯୋଗେଶ୍ୱର ମହାକୁଡ଼ ଓ ତାଙ୍କ ପରିବାରର ସଦସ୍ୟମାନେ ଆଶା, ଆଶଙ୍କା ମଧ୍ୟରେ ରହିବା ସହ ସମାଜରେ ନ୍ୟାୟ ଉଠିଯାଇଛି , ସାଧାରଣ ଜନତାଙ୍କ ନିମନ୍ତେ ସମସ୍ତ ଦ୍ୱାର ବନ୍ଦ ହୋଇପଡ଼ିଛି ବୋଲି କହି ଯୋଗେଶ୍ୱରଙ୍କ ଝିଅ ଲିଲିମା ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାହୁନିବାର ଦେଖିବାକୁ ମିଳିଥିଲା ।
ଏବିଷୟରେ ବାରିପଦା ଉପଜିଲ୍ଲାପାଳ ଶ୍ରୀପରିଡ଼ାଙ୍କ ପ୍ରତିକ୍ରୟା ଜାଣିବା ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା । ସେହିପରି ଶାମାଖୁଣ୍ଟା ତହସିଲଦାରଙ୍କୁ ସେଲ ନମ୍ବର ୯୪୩୮୨୫୯୩୭୪ରେ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇନଥିବା ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିର୍ମାଣ କରୁଥିବା ଆରଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ବେହେରା ରାସ୍ତା କାହାରି ଟିକଟ ଜମି ଉପରେ ହେଉ ନାହିଁ । ପୂର୍ବରୁ ଯେଉଁ ରାସ୍ତା ଥିଲା ତାହା ଉପରେ ଚାଲିଛି । ଯାହାକିଛି ବିବାଦ ଗ୍ରାମବାସୀଙ୍କ ସହିତ ହୋଇଥିବ ବୋଲି କହିଥିଲେ ।

0
0
0
s2sdefault