ହେଡଲାଇନସ୍:

ସରିଲା ଓରମାସର ଆମ୍ବ ମେଳା : ୫ ଦିନରେ ୩୬ ମେଟ୍ରିକ ଟନ୍ ଆମ୍ବ କାରବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପ୍ରତି ଜିଲ୍ଲାରେ ବିକ୍ରୟ କେନ୍ଦ୍ର ଖୋଲିବ ଓରମାସ


ଭୁବନେଶ୍ୱର,(ଶାସକ ପ୍ରଶାସକ) :  ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗ ଏବଂ ଓରମାସ ତରଫରୁ ଭୁବନେଶ୍ୱରରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ଆମ୍ବ ମେଳା ବୁଧବାର  ଦିନ ଉଦଯାପିତ ହୋଇଯାଇଛି | ଉଦଯାପନୀ  ସଭାରେ ଓରମାସର  ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି ମେଳାରେ ଯୋଗ ଦେଇଥିବା  ଆମ୍ବ ଉତ୍ପାଦକ ଗୋଷ୍ଠୀ ତଥା ଆଞ୍ଚ ଚାଷୀମାନଙ୍କ ସହଆଲୋଚନା କରିବା ସହ ମେଳାର ସଫଳତା ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ମାନ ପତ୍ର ଓ ସ୍ମାରକୀ  ପ୍ରଦାନ କରିଥିଲୋ ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗର ଯୁଗ୍ମ ସଚିବ ଶ୍ରୀ ମହେଶ୍ୱର ପାଣିଗ୍ରାହୀ ଚାଷୀଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ସପୁରୀ, ପିଜୁଳି ଆଦି ଫଳକୁ ନେଇ ଏଭଳି ମେଳା ଆୟୋଜନ ପାଇଁ ପରାମର୍ଶ ଦେଇଥିଲୋ ସଭାରେ ଚାଷୀମାନେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲୋ
ଜୁନ୍ ୧ ତାରିଖ ଦିନ ଏହି ଆମ୍ବ ମେଳାକୁ ଉଦ୍ଘାଟନ କରିବା ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଷ୍ଟଲ ବୁଲି ଦେଖିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲୋ ରାଜ୍ୟର ଫଳ ଚାଷୀ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଉପଯୁକ୍ତ ବଜାର ସୁବିଧା ଯୋଗାଇଦେବା ପାଇଁ ଓରମାସ ତରଫରୁ ସବୁ ଜିଲ୍ଲା ମୁଖ୍ୟାଳୟରେ ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲୋ ଏହାକୁ ତୁରନ୍ତ କାର୍ଯ୍ୟକାରୀ  କରିବା ସହ ଚାଷୀ ଓ ଉତ୍ପାଦକ ଗୋଷ୍ଠୀମାନଙ୍କୁ ସମସ୍ତ ସହାୟତା ଯୋଗାଇ  ଦେବା ଦିଗରେ ଓରମାସର  ପ୍ରୟାସକୁ ପ୍ରଶଂସା କରିଥିଲୋ
ୟୁନିଟ୍ ୮ ସ୍ଥିତ ଏସ୍ଆଇଆରଡ଼ି କ୍ୟାମ୍ପସରେ  ଆୟୋଜିତ ମେଳା ଜୁନ ୧ରୁ ୫ ତାରିଖ  ପର୍ଯ୍ୟନ୍ତ ଚାଲିଥିଲାା ଏଥିରେ ଓଡ଼ିଶାର ୯ଟି ଜିଲ୍ଲାରୁ ଆଞ୍ଚଚାଷୀ ଓ ଉତ୍ପାଦକ ଗୋଷ୍ଠୀ ଭାଗ ନେଇଥିଲୋ ଏହି ୫ ଦିନିଆ ଆଞ୍ଚ ମେଳାରେ ୩୬ ମେଟି୍ରକ୍ ଟନ୍ ଆଞ୍ଚବିକି୍ର ହୋଇଥିବାବେଳେ ୧୯ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛିା

0
0
0
s2sdefault