ଭଟଲି :- ଦଧିବାମନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ସାହୁ ଓ ଅଣଶିକ୍ଷକ କର୍ମଚାରୀ ଶ୍ରୀଯୁକ୍ତ ଶରତ କୁମାର ବନଛୋରଙ୍କ ବିଦାୟ ପର୍ବ ଓ ଡୁଙ୍ଗୁରିପାଲି ମହାବିଦ୍ୟାଳୟରୁ ସ୍ଥାନାନ୍ତରିତ ହୋଇ ଆସିଥିବା ନୂତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କ ସ୍ୱାଗତ ସମାରୋହ ଇଂରାଜୀ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ବିଶ୍ୱଜିତ ହୋତାଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି । ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଓଡ଼ିଆ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ । ପ୍ରଥମେ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ବିଦାୟୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଓ ବିଦାୟୀ ଅଣଶିକ୍ଷକ କର୍ମଚାରୀ ଶ୍ରୀଯୁକ୍ତ ବନଛୋରଙ୍କ ସହ ଲାଭ କରିଥିବା ଅନୁଭୂତି ଓ ସ୍ମୃତିକୁ ରୋମନ୍ଥନ ପୂର୍ବକ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ବନଛୋର କଲେଜ ସହ ବିତେଇଥିବା ଅବିସ୍ମରଣୀୟ ମୂହୁର୍ତ୍ତଗୁଡ଼ିକୁ ରୋମନ୍ଥନ କରିଥିବାବେଳେ ଅଧିକ ଭାବ ବିହ୍ୱଳ ହୋଇପଡ଼ିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ସାହୁ ମଧ୍ୟ କଲେଜ ସହିତ ରହିଥିବା ତାଙ୍କର ଆତ୍ମୀୟ ଓ ଅନ୍ତରଙ୍ଗ ସମ୍ପର୍କକୁ ଆବେଗାତ୍ମକ ଭଙ୍ଗୀରେ ପରିବେଷଣ କରିଥିଲେ । ନୂତନ ଅଧ୍ୟକ୍ଷ କଲେଜର ସମସ୍ତ ଉନ୍ନତି ଓ ସମୃଦ୍ଧି ପାଇଁ ନିଜକୁ ସମର୍ପିତ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ପରିଶେଷରେ ସଂସ୍କୃତ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ରାଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୋଟିଏ ପାର୍ଶ୍ୱରେ ବିଦାୟର କାରୁଣ୍ୟ ଓ ଅନ୍ୟ ପାର୍ଶ୍ବରେ ସ୍ୱାଗତର ଆନନ୍ଦ ମହାବିଦ୍ୟାଳୟକୁ ମୁଖରିତ କରିଥିଲା । ଏହି ସମାରୋହରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
ରାଜ୍ୟ
ଦଧିବାମନ ମହାବିଦ୍ୟାଳୟରେ ସ୍ୱାଗତ ଓ ବିଦାୟ ସମାରୋହ
- Hits: 111