ହେଡଲାଇନସ୍:

ତିନି ଦିନ ଧରି ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୁନିୟର ରେଡକ୍ରସ କମିଟୀର ପ୍ରସ୍ତୁତି ବୈଠକ

ବଲାଙ୍ଗିର/niroj mishra - ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟଠାରେ ଜୁନିୟର ରେଡକ୍ରସ କମିଟୀର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁନିୟର ରେଡକ୍ରସର ମୁଖ୍ୟ ଉପଦେଷ୍ଟା ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଆଗାମୀ ୫,୬ ଓ ୭ ତାରିଖ ତିନି ଦିନ ଧରି ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ନୋଡାଲ ଉଚ୍ଚ ବିଦ୍ୟାଳୟ, କୁଶଙ୍ଗଠାରେ ହେବାକୁ ସ୍ଥିର କରାଯାଇଥିଲା । ରେଡକ୍ରସ ର୍ୟାଲି, କ୍ୟାମ୍ପ ଓ ତାହାର ବଜେଟ ସହ କେଉଁ କେଉଁ ସେବା କାର୍ଯ୍ୟ କରାଯାଇପାରେ ତା’ଉପରେ ସିଦ୍ଧାନ୍ତ ନିଆଯାଇଥିଲା । ସଭାର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ଉପରେ ଜିଲ୍ଲା ସମ୍ପାଦକ ନିଳମଣୀ ପଟେଲ ଓ ଜିଲ୍ଲା ସଂଗଠକ ସୁବାଷ ଚନ୍ଦ୍ର ପଟେଲ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀୟାକାନ୍ତ ପାଣିଗ୍ରାହୀ, ସୁବାଷ ପଣ୍ଡା, ତରଣୀସେନ ପଟେଲ, ବୃଷକେତୁ ସାହୁ, କିଶୋର ହନୁମାନ, ବାଳକୃଷ୍ଣ ମହାନନ୍ଦ, ନବୀନ କିଶୋର ନନ୍ଦ ଓ ଜିବେଶ୍ୱର ପ୍ରଧାନ ମଞ୍ଚାସୀନ ଥାଇ ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମ କିପରି ସୂଚାରୁ ରୂପେ ପରିଚାଳନା ହେବ ସେ ସମ୍ପର୍କରେ ନିଜସ୍ୱ ମତାମତ ରଖିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ସାଧନ କର୍ମୀ ଶରତ ମେହେର |

0
0
0
s2sdefault