ହେଡଲାଇନସ୍:

ନିର୍ବାଚନମଣ୍ଡଳୀସ୍ତରୀୟ ସମୀକ୍ଷାରେ ବିଷ ଓଗାଳିଲେ ନରସିଂହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୂମିହୀନଙ୍କୁ ଜମି ଓ ବାସଗୃହ ପ୍ରଦାନ କରିବାକୁ ନିର୍ଦ୍ଦେଶ
ସୁକତେଲ ବିସ୍ଥାପିତଙ୍କୁ ୧୩ ଆଇନ ହିସାବରେ କ୍ଷତିପୂରଣ ଦେଉ ସରକାର
ଡାକ୍ତରଖାନାର ସମସ୍ତ ସମସ୍ୟା ଏହି ମାସ ଭିତରେ ସମାଧାନ କର
ପୌର  ପରିଷଦ ସହରକୁ ଆବର୍ଜନା କୁଣ୍ଡ ନ କରୁ

ବଲାଙ୍ଗିର (ନିରୋଜ ମିଶ୍ର)– ବଲାଙ୍ଗିର ପୌର ପରିଷଦ ପୋୖରାଞ୍ଚଳର ରାସ୍ତାକୁ ଲୋକେ ଯେପରି ଅବର୍ଜନା ନ କରିବେ, ଜବରଦଖଲନ ନ କରିବେ ନାଳ ନର୍ଦ୍ଧମା ଜବର ଦଖଳ ନ ହୋଇ ସଫା ରହିବ ଏବଂ ସହରରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହେବ ସେ ଉପରେ ଯନôବାନ ହେବା କଥା କିନ୍ତୁ ବଲାଙ୍ଗିର ପୌର  ପରିଷଦ ଠିକ୍ ଏହାର ଓଲଟା, ନିଜେ ବେଆଇନ ଭାବେ ପୁର୍ତ୍ତ ବିଭାଗ ତଥା ଜାତୀୟ ରାଜପଥ ବିଭାଗ ର ବିନା ଅନୁମତିରେ ରାସ୍ତା ଜବରଦଖଲ କରି ଷ୍ଟଲ ତିଆରି କରିଛି ତାହା ପୁଣି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ, ତା ଉପରେ ପୁଣି ସହର ମଧ୍ୟରେ ସହସ୍ରାଧିକ ସିମେଣ୍ଟ ଆବର୍ଜନା କୁଣ୍ଡ ନିର୍ମାଣ କରି ସହର ମଧ୍ୟରେ ରୋଗ ସଂକ୍ରମଣର ଭୟ ସୃଷ୍ଟି କରୁଛି । ପୌର ପରିଷଦ ଏଥିରୁ ନିବୃତ ରହୁ ନଚେତ କିଛି ମାସ ଭିତରେ ସମଗ୍ର ବଲାଙ୍ଗିର ସହର ଏକ ଆବର୍ଜନା କୁଣ୍ଡ ହୋଇଯିବ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ଅନୁଷ୍ଠିତ ହୋଇଥିବା ନିଜ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମିକ୍ଷା ବୈଠକରେ ବିଷୋଦଗାର କରିଛନ୍ତି । ଆଜି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ଜିଲ୍ଲାପାଳ ଅରିନ୍ଦମ ଡାକୁଆ ବିଧାୟକଙ୍କୁ ସ୍ୱାଗତ କରିବା ସହ ବିଧାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ । ସମିକ୍ଷା ଆରମ୍ଭରେ ବିଧାୟକ ଶ୍ରୀ ମିଶ୍ର ସବୁ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ତାଙ୍କର ଉପସ୍ଥିତି ପାଇଁ ଧନ୍ୟବାଦ ଦେଇ ସମିକ୍ଷା ଆରମ୍ଭ କରିଥିଲେ । ପୌର ପରିଷଦ ନିର୍ମଣ କରୁଥିବା ଆବର୍ଜନା କୁଣ୍ଡ ଶିଘ୍ର ହଟେଇବା ପାଇଁ କହିବା ସହ ପରବର୍ତ୍ତି ସମୟରେ ଆଉ  କୌଣସି ନିର୍ମାଣ ସହର ଭିତରେ ନ କରି ସହର ବାହାରେ ବର୍ଯ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ  ଦେଇଥିଲେ । ପରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ସୁପରିଟେଣ୍ଡ ଡ. ଆ·ର୍ଯ୍ୟଣ୍ଟଏବଂ ଡାକ୍ତରଖାନାର ସିଡିଏମ୍ଓ ଡା. ସଂଯୁକ୍ତା ସାହୁଙ୍କୁ  ଡାକ୍ତରଖାନା ବାବଦରେ ବିଭିନ୍ନ ପ୍ରଶ୍ନ ପ·ରିଥିଲେ । ବଲାଙ୍ଗିର ଡାକ୍ତରଖାନା ମେଡିକାଲ କଲେଜ ପରିଣତ ହେବା ଦିନଠୁ ରୋଗୀ କଲ୍ୟାଣ ସମିତି ଜାଗାରେ ସ୍ୱାସ୍ଥ୍ୟ ବିକାଶ ସମିତି କାମ କରିବା କଥା କିନ୍ତୁ ଏହା ହେବାରେ ବିଳମ୍ବ କାହିଁକିର ପ୍ରଶ୍ନ ଉଭୟ ସୁପରିଟେଣ୍ଡଣ୍ଟ ଓ ସିଡିଏମ୍ଓ ପାଖରେ ନ ଥିଲା । ଡାକ୍ତରଖାନାରେ ବିଭିନ୍ନ ସମୟରେ ନିଯୁକ୍ତି ପରେ ପରେ ଛଟେଇ ଏକ ବଡ ସମସ୍ୟା ହୋଇଯାଇଛି । ତେଣୁ ଏହା ଉପରେ ଏକ ନିରପେକ୍ଷ ତଦନ୍ତ ଯଥାଶିଘ୍ର କରିବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦେଶ  ଦେଇଥିଲେ । ଡାକ୍ତରଖାନା ଭିତରେ ବାରମ୍ବାର ବିଜୁଳି ବିଭ୍ରାଟ ଯୋଗୁଁ ସର୍ଜରୀ, ଡାଏଲେସିସ ବିଭାଗ, ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିସôା ବାଧାପ୍ରାପ୍ତ ହେଉଛି । ବେଳେ ବେଳେ ରୋଗୀ ମୃତ୍ୟୁ ମୁଖରେ ପଡିବା ମଧ୍ୟ ସମ୍ଭାବନା ସୃଷ୍ଟି ହେଉଛି ତେଣୁ ଉପସ୍ଥିତ ଥିବା ୱେସ୍କୋର ବିଭାଗୀୟ ଯନ୍ତ୍ରୀମାନଙ୍କୁ ଏହି ମାସ ଭିତରେ ହିଁ ୨୪ ଘଣ୍ଟା ଅନବରତ ବିଜୁଳି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ଡାକ୍ତରଖାନା ଭିତରେ ଯେପରି ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା ହେବ, ପରିଚ୍ଛନ୍ନତା ରହିବ, ବର୍ଣ୍ଣ ୟୁନିଟ ର ସ୍ଥାପନା, ଟ୍ରାଫିକ ସମସ୍ୟା ନ ରହିବ ଏବଂ ଗରିବମାନେ ମାଗଣାରେ ସମସ୍ତ ପ୍ରକାର ଚିକିସôା ଓ ଔଷଧ ପାଇ ପାରିବେ ତାର ଉପରେ କାମ କରିବାକୁ ବିଭାଗୀୟ ଡାକ୍ତର ଓ ଅଧିକାରୀଙ୍କୁ ଶ୍ରୀ ମିଶ୍ର କହିଥିଲେ । କ୍ଷୁଦ୍ର ଜଳସେଚନ ବିଭାଗର ଆଲୋଚନା ବେଳେ ଉମୁରିଆରେ  ଭାଙ୍ଗି ଯାଇଥିବା ନିମ୍ନମାନର ଚେକ ଡ୍ୟାମ ଏବଂ ପୌରାଞ୍ଚଳର ମହାରାଣୀ ସାଗର, ଗେଟ ସରୋବର ଏବଂ ବେହେରାପାଲି ବନ୍ଧ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ବିଧାୟକ ମିଶ୍ର ଗେଟ ସରୋବର ର  ଉନ୍ନତିକରଣ କାମକୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତ କରିବାକୁ ବିଭାଗକୁ କହିଥିଲେ । ଲୋୟର ସୁକତେଲ ଆଲୋଚନା ବେଳେ ବିଧାୟକ ଶ୍ରୀ ମିଶ୍ର ସ୍ପଷ୍ଟ ଭାବରେ କହିଥିଲେ ଯେ ବିସ୍ଥାପିତଙ୍କୁ ସରକାର ୨୦୧୩ ଆଇନ ହିସାବରେ କ୍ଷତିପୂରଣ ଦେବାକୁ ବାଧ୍ୟ ଏବଂ କ୍ଷତିପୂରଣ ଦେଇ ସରକାର ଶିଘ୍ର ପ୍ରକଳ୍ପ କାମ ଆରମ୍ଭ କରୁ । ବହୁ ଦିନରୁ ବିସ୍ଥାପିତଙ୍କ ସମସ୍ୟାକୁ ନେଇ ଅନୁଷ୍ଠିତ ହେଉଥିବା ଆରପିଡିଏସି ବୈଠକ ଅନୁଷ୍ଠିତ  ହୋଇନାହିଁ । ଶେଷ ବୈ÷ଠକରେ ଅଧିକାରୀମାନେ ଦେଇଥିବା ତଥ୍ୟ ସମ୍ପୁର୍ଣ୍ଣ ଭୁଲ ଥିଲା ତେଣୁ ଏହା ଉପରେ ପୁଣି ଆରପିଡିଏସି ବୈଠକ ଡାକିବାକୁ ବିଧାୟକ ଶ୍ରୀ ମିଶ୍ର ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଥିଲେ । ବୈଠକରେ ଲକ୍ଷ୍ମୀଯୋର ପ୍ରକଳ୍ପକୁ ଅତିଶିଘ୍ର ସମାପନ କରିବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ  ଦେଇଥିଲେ ଏବଂ ଲକ୍ଷ୍ମୀଯୋର ଭିତରେ ପୌର  ପରିଷଦ ଦ୍ୱାରା ଯେପରି କୌଣସି  ପ୍ରକାର ଆବର୍ଜନା ପକାନଯିବ ସେ ଉପରେ ଉପସ୍ଥିତ ଥିବା ପୌର  ଅଧିକାରୀଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଏହି ପାଞ୍ଚ ବର୍ଷ ଭିତରେ ସହରରେ ବସବାସ କରୁଥିବା ସମସ୍ତ ଭୂମିହୀନ, ବାସହୀନଙ୍କୁ ଯେପରି ଜମି ଓ ବାସଗୃହ ବିନା ମୁଲ୍ୟରେ ଯୋଗାଇ ଦିଆଯିବ ସେ ଉପରେ କାମ କରିବାକୁ ଉପସ୍ଥିତ ଥିବା ତହସିଲଦାର ଏବଂ ପୌର  ନିର୍ବାହୀ ଅଧିକାରୀଙ୍କୁ ସମ୍ବେଦନଶୀଳ ହୋଇ ଗୁରୁତର ସହିତ କାମ କରିବାକୁ କହିଥିଲେ ଏବଂ ତତ୍ ସଙ୍ଗେ ସଙ୍ଗେ ନୁଆ ରାସ୍ତା ନିର୍ମାଣ ସମୟରେ ଯେପରି କୋ÷÷ଣସି ଗରିବ ଲୋକଙ୍କ ବାସଗୃହରୁ ତାଙ୍କୁ ଅନ୍ତର କରାନଯିବ ସେ ଉପରେ ମଧ୍ୟ ଯନôବାନ ହେବାକୁ କହିଥିଲେ । କିଛି ସପ୍ତାହ ହେଲା ସହରରେ ପାନୀୟ ଜଳ ତଥା ବିଜୁଳି ବିଭ୍ରାଟ ଦେଖାଦେଇଛି ସେ ଉପରେ ମଧ୍ୟ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀମାନେ ଲୋକଙ୍କ ପାଇଁ ସହୃଦୟତାର ସହିତ କାମ କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ବାଏପାସ ଆଲାଚନା ସମୟରେ ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଥିବା ଯନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ନ ଥିଲା । ସହର ମଧ୍ୟରେ ଟ୍ରାଫିକ ସମସ୍ୟା, ଗାଡି ପାର୍କିଂ ତଥା ଆଉ ଏକ ଦୈନିକ ବଜାର ହାଟପଦା ଠାରେ ସ୍ଥାପନ କରିବାର ବ୍ୟବସ୍ଥା କରିବାକୁ ପ୍ରକ୍ରିୟା ବହୁଶିଘ୍ର ଆରମ୍ଭ କରିବା ପାଇଁ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ଶ୍ରୀ ମିଶ୍ର ନିଦେ୍ର୍ଧଶ ଦେଇଥିଲେ । ଆଜିର ଏହି ବୈଠକ ଆରମ୍ଭରୁ ପିଡି ଡିଆରଡିଏ ଡ.ମହେଶ୍ୱର ସ୍ୱାଇଁ ପୁଷ୍ପଗୁଚ୍ଛ ଦେଇ ବିଧାୟକଙ୍କୁ ପାଛୋଟି ନେଇଥିଲେ । ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଧାୟକଙ୍କ ପ୍ରତିନିଧି, ଚାଷୀନେତା ଡ. ସୁଧିର ପରିଚ୍ଛା, ବରିଷ୍ଠ  ନେତା ଅସୀମ କୁମାର ପଟ୍ଟନାୟକ, ସୁଦାମ ସାହୁ, ଅଜୟ ବାଲି, ଶ୍ରୀଧର ବାରିକ, ସୁବାଷ ନନ୍ଦ, ଜୟକୃଷ୍ଣ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଧାୟକ ଶ୍ରୀ ମିଶ୍ର ସମସ୍ତ ଅଧିକାରୀଙ୍କୁ ସାଧାରଣ ଜନତାଙ୍କ ପାଇଁ ତିଆରି ହୋଇଥିବା ପ୍ରକଳ୍ପ ଗୁଡିକର କାମ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରି ଧନ୍ୟବାଦ ଦେଇ ଅର୍ପଣ କରିଥିଲେ ଏବଂ ସଭା ଶେଷ ହୋଇଥିଲା ।

0
0
0
s2sdefault