ହେଡଲାଇନସ୍:

ମହେନ୍ଦ୍ରଗିରି ସଂସ୍କୃତି ବିକାଶସମିତି ଓ ଜିଲ୍ଲା ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ମହେନ୍ଦ୍ରଗିରି ସଂସ୍କୃତି ବିକାଶସମିତି ଓ ଜିଲ୍ଲା ବନ ବିଭାଗର ମିଳିତ ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆର୍ବନ ବ୍ୟାଙ୍କ ପଡିଆ , ପୋଲିସ ରିଜର୍ଭ ପଡିଆ ଠାରେ ଚାରା ରୋପଣ କାର୍ଯ୍ୟ କରାଯାଇଥିଲା । ଏଥିରେ ଡିଏଫଓ ବିବେକ କୁମାର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗ ଦେଇ ଅଁଳା, କଦମ୍ୱ, ଚମ୍ପା, ଭୁଇଁଲିମ, ବେଲ,ଓସ୍ତ ପ୍ରଭୃତି ଚାରା ରୋପଣ କରିଥିଲେ ।  ସନ୍ଧ୍ୟାରେ ଅନୁଷ୍ଠିତ ସଚେତନତା ସଭାରେ ଏସପି ସାରା ଶର୍ମା , ଡିଏଫଓ ବିବେକ କୁମାର , ଏସି.ଏଫ.ଓ ପ୍ରଭାକର ନାୟକ, ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମହେନ୍ଦ୍ରଗିରି ସଂସ୍କୃତି ବିକାଶ ସମିତିର ସଭାପତି ଲକ୍ଷ୍ମୀବାବା ଏବଂ ସମାଜସେବୀ ଏ.ଜଗନ୍ନାଥ ରାଜୁ ସମେତ ମଞ୍ଚାସୀନ ରହି ବାୟୁ ପ୍ରଦୂଷଣ ପ୍ରତିହତ କରିବା ସହ ପରିବେଷ ସୁରକ୍ଷା , ପ୍ରକୃତିର ସଂରକ୍ଷଣ କରିବା ଓ ବ୍ୟାପକ ଭାବେ ବୃକ୍ଷ ରୋପଣ କରି ପରିବେଷ ସନ୍ତୁଳନ କରିବାଦିଗରେ ସହାୟକ ହେବାକୁ ମଞ୍ଚାସୀନ ଅତିଥି ମାନେ ଆହ୍ୱାନ କରିଥିଲେ ।

    ସଭାକାର୍ଯ୍ୟପରେ ଅତିଥି ମାନଙ୍କୁ ବିଭିନ୍ନ ପ୍ରକାର ଅଁଳା, କଦମ୍ୱ, ଚମ୍ପା, ଭୁଇଁଲିମ, ବେଲ,ଓସ୍ତ ଚାରା ବଣ୍ଟନ କରାଯିବା ସହ ଉପସ୍ଥିତ ପ୍ରକୃତି ପ୍ରେମୀ ଜନସାଧାରଣଙ୍କୁ ମଧ୍ୟ ଚାରା ବଣ୍ଟନ କରାଯାଇଥିଲା । ଏଥି ସହ ସଭା ସ୍ଥଳରେ ବାୟୁ ପ୍ରଦୂଷଣ ଓ ସୁରକ୍ଷା ସଚେତନତା ପତ୍ର ବଣ୍ଟନ କରାଯାଇଥିଲା ।  ଏହି ଅବସରରେ ମହେନ୍ଦ୍ରଗିରି ସଂସ୍କତି ବିକାଶ ପକ୍ଷରୁ ବୃକ୍ଷ ରୋପଣ କରି ପରିବେଶ ସନ୍ତୁଳନ କରିବା ଏବଂ ପ୍ରକୃତି ଓ ପରିବେଷ ସୁରକ୍ଷା କରିବା ପ୍ରଭୃତି ଉପରେ ସ୍ଲୋଗାନ ସହ ଏକ ସଚେତନତା ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
    ଆଜି ସକାଳ ୬ଘଣ୍ଟା ସମୟରେ ସ୍ଥାନୀୟ ମହାରାଜାଙ୍କ ପେଲେସ ଠାରୁ ମହେନ୍ଦ୍ରଗିରି ଅଭିମୁଖେ ଶତାଧିକ ଗ୍ରାମ ଦେଇ ଚାରା ବଣ୍ଟନ କରିବା ସହ ଗଛ ଲଗାଇବା, ପରିବେଶ ବଞ୍ଚାଇବା ଉପରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଦେବଗିରି ରେଞ୍ଜର ଏମ. ନରସିଂହ ଏବଂ ବନରକ୍ଷୀ ସନ୍ତୋଷ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault