ହେଡଲାଇନସ୍:

ସାଧାରଣତନ୍ତ୍ର ଦିବସର ଉତ୍ସବକୁ  ସର୍ବାଙ୍ଗ ସୁନ୍ଦର କରିବା ଉପରେ ଗୁରୁତ୍ୱାରୋପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାଧାରଣତନ୍ତ୍ର ଦିବସ ପାଳନ ସମ୍ପର୍କିତ ପ୍ରସ୍ତୁତି 

ବାଲେଶ୍ୱର/ଉଜ୍ଜ୍ୱଳ କର : ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୬୯ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିବା ସହିତ ଆସନ୍ତା୨୬ତାରିଖରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସର ଉତ୍ସବକୁ  ସର୍ବାଙ୍ଗ ସୁନ୍ଦର କରିବା ଉପରେ ଗୁରୁତ୍ୱାରୋପ କରିଥଇଲେ । ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।  ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷରେ  ସହରରେ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୁନ ପରିବେଷଣକରାଯିବ । ୭.୩୦ମି ସୁଦ୍ଧା ବିଭିନ୍ନ ଶିକ୍ଷାନୁଷ୍ଠାନନରେ ଜାତୀୟ ପତାକା ଉତୋଳନ, ଛାତ୍ର-ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତୋଳନ କରାଯିବ । ସକାଳ ଘ୮.୩୦ମି ସମୟରେ ପୁଲିସ ଲାଇନ ପଡିଆରେ ମୁଖ୍ୟ ଅତିଥି  ଜାତୀୟ ପତାକା ଉତୋଳନ କରିବା ସହିତ ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କରି ସମବେତ ଜନତାଙ୍କୁ ଉଦବୋଧନ ଦେବେ । ଏତଦବାତୀତ ପ୍ରାଚୀନ ସମରକଳା ପ୍ରଦର୍ଶନ, ବିଭାଗୀୟ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ଏବଂ ଛାତ୍ର-ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ । ପରେଡ୍ ରେ   ଶ୍ରେଷ୍ଠ ବିବେଚିତ ଦଳମାନଙ୍କୁ ସିଲଡ ଓ କପ ପ୍ରଦାନ ବ୍ୟତୀତ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବେ । ପରେଡରେ ଅଂଶଗ୍ରହଣ କରିଥିବା ଛାତ୍ର-ଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବିସ୍କୁଟ ଓ ଫଳ ବିତରଣ କରାଯିବ । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ତେବାସୀଙ୍କୁ ଫଳ ବଂଟନ, ହେଣ୍ଡିକେପେଡ୍ ୱେଲଫେୟାର ଇନଷ୍ଟିଚୁ୍ୟଟର ଛାତ୍ର-ଛାତ୍ରୀମାନଙ୍କୁ ବିସ୍କୁଟ ଓ କେକ ବଂଟନ, ଚିତ୍ରକଳା ପ୍ରଦର୍ଶନୀ, ପୁଷ୍ପ ପ୍ରଦର୍ଶନୀ, ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟ ଓ ପ୍ରୟାସ ଅନୁଷ୍ଠାନ  ଛାତ୍ର-ଛାତ୍ରୀମାନଙ୍କୁ ବିସ୍କୁଟ ଓ କେକ ବଂଟନ, ଉକ୍ରଳ ବାଳାଶ୍ରମର ଅନ୍ତେବାସୀମାନଙ୍କୁ ମଧ୍ୟାହ୍ନ ଭୋଜନ,  ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ, ମୁ୍ୟଜିକ ଚେୟାର ଇତ୍ୟାଦି ଅନୁଷ୍ଠିତ  ହେବ । ସେହିପରି ସାଧାରଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ଝୋଟି ପ୍ରତିଯୋଗିତା, ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ ଓ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ । ଜାନୁୟାରୀ ୨୧, ୨୩ ଏବଂ ୨୪ତାରିଖ ଦିନ ପୁଲିସ ଲାଇନ ପଡିଆରେ ଅଭ୍ୟାସ ପରେଡ ଅନୁସସ୍ଥିତ  ହେବ । ଆପତକାଳୀନ ଚିକିତ୍ସା, ଅଗ୍ନିଶମ ସେବା ବ୍ୟବସ୍ଥା ସମେତ ଉତ୍ସବର ସୁଚାରୁ ପରିଚାଳନା ଏବଂ ସଫଳ ଆୟୋଜନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଦାସ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସଙ୍ଗଠନର କର୍ମକର୍ତାମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଗାନ୍ଧୀସ୍ମୃତି  ଭବନଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ପାଇଁ ଏଡି ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି, ଉପ-ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷାନୁଷ୍ଠାନ  ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା, ଗଣମାଧ୍ୟମର ପ୍ରତିନିଧି, ବରିଷ୍ଠ  ନାଗରିକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାସ ଚନ୍ଦ୍ର ନିଆଲ ସମସ୍ତଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇବା ସହ ସାଧାରଣତନ୍ତ୍ର ଦିବସ ପାଳନ ସମ୍ପର୍କିତ ସୂଚନା ପ୍ରଦାନ କରିଥବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାଣି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault