ପାଇକମାଲ/ ଶାସକ ପ୍ରଶାସକ
ଗତ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିବା ପରେ ପଦ୍ମପୁର ର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଙ୍କୁ ଆଜି ପାଇକମାଲ ଗସ୍ତ ଅବସରରେ ଦଲୀୟ କର୍ମୀ , ଓ ସାଧାରଣ ଜନତା ଙ୍କର ଦ୍ୱାର ଭାବ୍ୟ ସ୍ୱାଗତ ସମ୍ମର୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଆକର୍ଷଣ ଥିଲେ ପଶ୍ଚିମ ଓଡିଶାର ସର୍ବାଧିକ ଲୋକ ପ୍ରିୟ ଯୁବନେତା ଓ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ । ଝାରବନ୍ଧ ରୁ ନିଜର ବିଜୟ ରେଲି ସାରି ପାଇକମାଲ ସନ୍ଧ୍ୟା ସାଢ଼େ ଆଠଟା ରେ ପହଞ୍ଚିଥିଲେ ମାନ୍ୟବର ମନ୍ତ୍ରୀ ଓ ବିଧାୟକ । ଦଲୀୟ କର୍ମୀ ଓ ସାଧାରଣ ଜନତା ତାଙ୍କୁ ଏକ ଖୋଲା ସୁସଜ୍ଜିତ ଜିପରେ ପାଇକମାଲ ସଡକ ପଡା ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ଏହାପରେ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ସଭା ସ୍ଥଳ ରେ ଉପସ୍ଥିତ ଜନସାଧାରଣ ଓ ଦଲୀୟ କର୍ମୀ ଙ୍କୁ ସଂଵୋଧନ କରିଥିଲେ । ଏହି କାର୍ଯକ୍ରମ କୁ ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ରାଜେନ୍ଦ୍ର ରାଉତ , ଯୁବନେତା ସୁଶାନ୍ତ ନାଗ , ପାଇକମାଲ ସରପଞ୍ଚ ଧବଳେଶ୍ବର ସାହୁ ପ୍ରମୁଖ ସୁଚାରୁ ରୁପେ ପରିଚାଳନା କରିଥିଲେ ।