ବରଗଡ :- ବରଗଡ ଜିଲ୍ଲାର ଝାରବନ୍ଧ ଠାରେ ଆଜି ସନ୍ଧ୍ୟା ପ୍ରାୟ 6ଟା ସମୟରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ପହଂଚିବା ପରେ ଝାରବନ୍ଧ ଅଂଚଳର ବିଭିନ୍ନ ସଂଗଠନ ଓ ଜନସାଧାରଣ ତଥା ବିଜୁ ଜନତା ଦଳର କର୍ମୀମାନଙ୍କର ତରଫରୁ ଭାବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଝାରବନ୍ଧ ପଂଚାୟତ ସମିତିର ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ ଙ୍କର ନେତୃତ୍ବରେ ଆୟୋଜିତ ଏକ ବିଶାଳ ରାଲିରେ ଦୁଇ ନେତାଙ୍କୁ ଝାରବନ୍ଧ ଗ୍ରାମ ଆରମ୍ଭରୁ ସ୍ୱାଗତ କରି ଏକ ଖୋଲା ଜିପରେ ପ୍ରଥମେ ବ୍ଲକ ପଡିଆକୁ ନିଆଯାଇଥିଲା । ବ୍ଲକ ପଡିଆ ଠାରେ ଆୟୋଜିତ ଏକ ସମାବେଶ ତଥା ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ବରିହା ସାଧାରଣ ନିର୍ବାଚନରେ ପଦ୍ମପୁରବାସୀ ତାଙ୍କୁ ବିଜୟୀ କରାଇ ଥିବାରୁ ଅଂଚଳ ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଅଂଚଳର ବିକାଶ ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବାର ପ୍ରତିଶୃତି ଦେଇଥିଲେ । ଉକ୍ତ ସଭା ଓ ରାଲିରେ ଝାରବନ୍ଧ ଓ ଆଖପାଖ ଅଞ୍ଚଳର ପ୍ରାୟ ପାଞ୍ଚ ହଜାରରୁ ଉର୍ଧ୍ବ ଲୋକଙ୍କର ସମାବେଶ ହେଇଥିଲା ।।