ହେଡଲାଇନସ୍:

 ମଦ୍ୟପଙ୍କ ତାଣ୍ଡବ :ଅବକାରୀ ମୁହଁରେ ତୁଣ୍ଡି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଶାରଳା ମନ୍ଦିର ମୁଖ୍ୟ ରାସ୍ତା,ବ୍ୟାଙ୍କ ଓ ଡାକ୍ତରଖାନା ନିକଟରେ ଠିପିଖୋଲା ମଦଦୋକାନ

ଜଗତସିଂହପୁର/Ramesh Mohanty- ଜଗତସିଂହପୁର ଜିଲ୍ଲାରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଛି।ଦୋକାନୀଙ୍କ ଟାର୍ଗେଟ ପୂରଣ କରିବା ପାଇଁ ଅବକାରୀ ବିଭାଗର କେତେକ ଅସାଧୁ କର୍ମଚାରୀ ଦୋକାନିଙ୍କ ରିପ୍ରେଜେଣ୍ଟିଭ ସାଜି କାର୍ଯ୍ୟ କରୁଥିବା ଶୁଣିବାକୁ ମିଳୁଛି।ମନ୍ଦିର,ଡାକ୍ତରଖାନା, ବ୍ୟାଙ୍କ୍ ନିକଟରେ ଠିପି ଖୋଲା ମଦ ଦୋକାନ (ବାର୍) ଚାଲିଥିବା ବେଳେ ଅବକାରୀ ବିଭାଗ ସମୟେ ସମୟେ ଗାଁ ଗହଳିର ଛୋଟ ମଦ ବ୍ୟବସାୟୀଙ୍କ ଉପରେ ଚଢାଉ କରି ବାହା ବାହା ନେଉଥିବା ବେଳେ ଏହା ଝିଣ୍ଟିକା ମାରି ବଣି ପୋଷିବା ପରି କୁହାଯାଉଛି।ଏହାର ଏକ ଉଦାହରଣ ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ -ପାରାଦ୍ବୀପ ମୁଖ୍ୟ ରାସ୍ତାର ଶାରଳା ରୋଡ ଛକ ନିକଟରେ  ଚାଲିଛି ଠିପିଖୋଲା ବିଦେଶୀ ମଦ ଦୋକାନ ବାର।ଏହି ଶାରଳା ରୋଡ ଛକ ନିକଟରେ ଥିବା ବ୍ୟାଙ୍କ୍,ଘରୋଇ ଡାକ୍ତରଖାନା ଓ ଔଷଧ ଦୋକାନ ସମ୍ମୁଖରେ ଥିବା ଏହି ବିଦେଶୀ ମଦ ଦୋକାନ ବାର୍ ଖୋଲାଯାଇ ଖୋଲା ଖୋଲି ଭାବରେ ମଦ୍ୟପାନ କରାଯିବା ସହିତ ଉକ୍ତ ମଦ ଦୋକାନ ବାରରୁ ମଦ୍ୟପାନ କରି କିଛି ଅସାମାଜିକ ମଦ୍ୟପ ମାନେ ନିକଟରେ ଥିବା ତହସିଲ୍ ଓ ବ୍ଲକ୍ ସହିତ ବିଭିନ୍ନ କାର୍ଯ୍ୟରେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଜନସାଧାରଣଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଝଙ୍କଡ଼ ଶାରଳା ମନ୍ଦିରକୁ ଯିବା ପାଇଁ ଲୋକମାନଙ୍କୁ ଉକ୍ତ ଶାରଳା ରୋଡ୍ ଛକରେ ବସରୁ ଓହ୍ଲାଇ ଯିବାକୁ ପଡିଥାଏ।ଏମିତିକି ଏହି ମଦ ଦୋକାନ ବାଟଦେଇ ଦୈନିକ ଶହଶହ ମହିଳା ବ୍ଲକ,ତହସିଲ,କପଡା ଦୋକାନ,ସୁନା ଦୋକାନ ସମେତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନକୁ ଗଲାବେଳେ ସଙ୍କୋଚ ମନେ କରୁଛନ୍ତି।ଏପରିକି ବିଭାଗ ସବୁଜାଣି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି।ଏପରିକି ଏହି ଏରିଆ ଦାୟିତ୍ବରେ ଥିବା ଅବକାରୀ ଅଫିସରଙ୍କ ମୁହଁରେ ସଂପୃକ୍ତ ଠିପିଖୋଲା ମଦ ଦୋକାନୀ ଯେପରି ଘୋଡ଼ା ମୁହଁରେ ଦାନା ବନ୍ଧା ହେବାଭଳି ସେମାନଙ୍କ ମୁହଁରେ ତୁଣ୍ଡି ଲଗାଇଛନ୍ତି ବୋଲି କୁହାଯାଉଛି।ଏସବୁ ଘଟଣା ସତ୍ଵେ ବିଭାଗ ହାତବାନ୍ଧି ବସିଥିବାକୁ ନେଇ ଉକ୍ତ ବଜାର ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

0
0
0
s2sdefault