ହେଡଲାଇନସ୍:

 ଡିସେମ୍ବର ସୁଦ୍ଧା ୧୧୪ ପୌରାଚଂଳର ୮ଲକ୍ଷ ଘରକୁ ବିଶୁଦ୍ଧ ପାନୀୟଜଳ- ମନ୍ତ୍ରୀ ଶ୍ରୀ ଜେନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସହରାଚଂଳ ପାନୀୟଜଳ ପ୍ରକଳ୍ପ ସଂପର୍କରେ ସମୀକ୍ଷା 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧୪ ପୌରାଚଂଳର ୮ ଲକ୍ଷରୁ ଉର୍ଧ୍ଵ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ଏବଂ ୭୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ପଂଚାୟତିରାଜ , ଗୃହ ନିର୍ମାଣ  ଓ ନଗରଉନ୍ନୟନ , ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି |

 ମନ୍ତ୍ରୀ ଶ୍ରୀ ଜେନା ନୂତନ କରି ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ସହରାଚଂଳ ପାନୀୟ ଜଳ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣା ପଡିଛି କି ସହରାଚଂଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୭୯୩ ପ୍ରକଳ୍ପ ହାତକୁ ନିଆଯାଇ ୬୪୨ଟି ସମ୍ପୂର୍ଣ୍ଣ ହୋଇଛି । ବାକି ପ୍ରକଳ୍ପ ଗୁଡିକ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି । 

୨୦୧୩ ମସିହାରେ ପ୍ରସ୍ତୁତ ଓଡିଶା ରାଜ୍ୟ ସହରାଚଂଳ ପାନୀୟ ଜଳ ନୀତି ଅନୁଯାୟୀ ୨୦୨୬ ସୁଦ୍ଧା ଏହା କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ବିଭାଗ ତରଫରୁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ କରାଯାଇ ୨୦୧୯ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି । ପ୍ରାକୃତିକ ବିପର୍ଯ୍ୟୟ ସମୟ ହେଉ କିମ୍ବା କୌଣସିକାରଣରୁ ପାନୀୟଜଳ ପ୍ରକଳ୍ପକୁ ବିଦ୍ୟୁତ ସରବରାହ ବ୍ୟାହତ ହେଲେ , ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରାୟ ୧୫୦ କୋଟ ଟଙ୍କା ବ୍ୟୟଅଟକଳରେ ଜେନେରେଟର ବ୍ୟବସ୍ଥା କରାଯିବ । ଯୋଗାଇ ଦିଆଯାଉଥିବା ପାଣିର ଗୁଣବତା ପରୀକ୍ଷା କରିବା ନିମନ୍ତେ ପିପିପି ମୋଡରେ ୯ଟି ପରୀକ୍ଷାଗାର ସ୍ଥାପନ କରାଯାଇଛି । ବର୍ତମାନ ବିଭିନ୍ନ ସହରାଚଂଳରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ମଧ୍ୟ ଦକ୍ଷେ ଗ୍ରହଣ କରାଯାଉଥିବା ପ୍ରକାଶ । 

ସଚିବାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ , ବିଭାଗୀୟ ଯନ୍ତ୍ରୀମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । 

 

0
0
0
s2sdefault