ଚିକିତ୍ସା, ସଫେଇ ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ
ବଲାଙ୍ଗିର (ନିରୋଜ ମିଶ୍ର) - ଆଜି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଭୀମଭୋଇ ମେଡିକାଲ କଲେଜ ଓ ମେଡିକାଲ ପରିଦର୍ଶନ କରିଛନ୍ତି । ୨୦୧୯ ନିର୍ବାଚନ ଜିତିବା ପରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ରଙ୍କ ଏହା ପ୍ରଥମ ପରିଦର୍ଶନ । ଗତ କିଛି ସପ୍ତାହ ହେଲା ମେଡିକାଲ କଲେଜ ରୋଗି ଭୋଗୁଥିବା ଅସୁବିଧା, ଅମ୍ବୁଲାନ୍ସ ସମସ୍ୟା, ସୁରକ୍ଷା, ଆଇସିୟୁରେ ଥିବା ସମସ୍ୟାକୁ ନେଇ ବଲାଙ୍ଗିର ଜନସାଧାରଣ ତଥା ବିଭିନ୍ନ ଗଣମାଧ୍ୟମରେ ଲଗାତାର ଭାବରେ ଖବର ପରିବେଷଣ ହୋଇଥିଲା । ଏ ସବୁକୁ ସଂଜ୍ଞାନରେ ନେଇ ବିଧାୟକ ନରସିଂହ ମିଶ୍ର ଆଜି ଦିବା ଘ.୧୦ ସମୟରେ ଡାକ୍ତରଖାନା ପରିସରକୁ ଯାଇ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ପରିଦର୍ଶନ ସମୟରେ ସମ୍ବେଦନଶୀଳ ସର୍ଜରୀ, ମେଡିସିନ ବିଭାଗରେ ଅନେକ ଅଳିଆ ଆବର୍ଜନା ଥିବା ଦେଖାଯାଇଥିଲା । ଏପରି କି ଗମ୍ଭିରସ୍ଥିତିରେ ଥିବା ରୋଗୀମାନଙ୍କୁ ଚିକିତ୍ସା କରାଯାଉଥିବା ଆଇସିୟୁ ରେ ଏ.ସି. ଠିକ୍ ଭାବରେ ·ଲୁନଥିବା ବିଧାୟକଙ୍କ ନଜରକୁ ଆସିଥିଲା । ହସପିଟାଲ ପରିସରର ଅନେକ ବିଭାଗରେ ଏପରି ପୁତିଗନ୍ଧମୟ ଆବର୍ଜନା ପଡିଥିବା ଯାଦ୍ୱାରା କି ଚିକିତ୍ସାଧିନ ରୋଗିକୁ ପୁନଃ ରୋଗ ସଂକ୍ରମଣ ହେବାର ଆଶଂକା ଦେଖାଯାଏ । ବିଭିନ୍ନ ବିଭାଗରେ ·ଲିଥିବା ଶୌଚାଳୟ ସବୁ ଅତି ଖରାପ ଅବସ୍ଥାରେ ଥିବାର ଦେଖାଯାଇଥିଲା ଏବଂ ସେଥିରୁ ପ୍ରାୟ ଅଚଳ ଥିବାରୁ ବିଧାୟକ ଶ୍ରୀ ମିଶ୍ର ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ପରିଦର୍ଶନ ପରବର୍ତ୍ତି ଏକ ସମୀକ୍ଷା ବୈଠକ ଆଶୁ ଚିକିତ୍ସା ବିଭାଗର ଉପରେ ଥିବା ସମ୍ମିଳନୀ କକ୍ଷରେ ବିଧାୟକଙ୍କ ସହ ଜିଲ୍ଲା ଚିକିତ୍ସାଧିକାରୀ ଡ.ସଂଯୁକ୍ତା ସାହୁ, ଇନ୍ଚାର୍ଜ ମେଡିକାଲ ସୁପରିଟେଣ୍ଡେ ଡ.ମେହେନ୍ଦ୍ର ନାଏକ, ଏ.ଏସ୍.ପି. ଡ. ଦୈତାରୀ ସାହୁ, ଏଡିଏମ୍ଓ ମେଡିକାଲ, ହସପିଟାଲ ମେନେଜର ସୁଦିପ ଦତ୍ତ, ସିଡିପିଓ ଶ୍ରୀମନ୍ତ ବାରିକ, ଆଇଆଇସି ତୁଫାନ ବାଗ ଏବଂ ସଫେଇ ଦାୟିତ୍ୱରେ ଥିବା ସୁଲଭର ସୁପରଭାଇଜର ନିରଞ୍ଜନ ମିଶ୍ରା ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନା ସହୟରେ ସଫେଇକୁ ନେଇ ଘୋର ଅବ୍ୟବସ୍ଥା ଥିବାରୁ ସୁପରଭାଇଜରଙ୍କ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିବା ପାଇଁ ଉପସ୍ଥିତ ଥିବା ଚିକିତ୍ସାଧିକାରୀଙ୍କୁ ଶ୍ରୀ ମିଶ୍ର ନିଦେ୍ର୍ଧଶ ଦେଇଥିଲେ । ଶବ ଗୃହରେ ଫ୍ରିଜର ଅଭାବରୁ ଦୁଇ ଦିନ ତଳେ ହୋଇଥିବା ଏକ ଆନେ୍ଦାଳନକୁ ନେଇ ଶ୍ରୀ ମିଶ୍ର ଉଦ୍ବେଗ ପ୍ରକାଶ କରିବା ସହ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମରଶରୀରକୁ ସସମ୍ମାନେ ଫ୍ରିଜର ଭିତରେ ରଖିବାର ବନ୍ଦୋବସ୍ତ କରିବାକୁ ସୁପରିଟେଣ୍ଡଣ୍ଟଙ୍କୁ ନିର୍ଦେଶ ଦେଇଥିଲେ ନଚେତ ଆଇନ ଅନୁଯାୟୀ ଏହାର ଦାୟିତ୍ୱରେ ଥିବା ଅଧିକାରୀମାନେ ଅସୁବିଧାରେ ପଡି ପରନ୍ତି ବୋଲି ଚେତେଇ ଦେଇଥିଲେ । ହସ୍ପିଟାଲ ଭିତରେ ଥିବା ଅଚଳ ଆମ୍ବୁଲାନ୍ସର ମରାମତି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଦିଆଯାଇଥିବା ଆମ୍ବୁୁଲାନ୍ସ ସମସ୍ତ କାଗଜପତ୍ର ଶିଘ୍ର ପ୍ରସ୍ତୁତ କରି ଏହା ଯେପରି ରୋଗୀଙ୍କ ସେବାରେ ଲାଗି ପରିବ ସେ ଉପରେ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମେଡିକାଲ କଲେଜ ହସପିଟାଲରେ ବିଭିନ୍ନ ଘରୋଇ ଗାଡି ଗୁଡିକ ପାର୍କିଂ କରି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାରୁ ତଥା ରାତ୍ରି ସମୟରେ ହସପିଟାଲ ପରିସର ଭିତରକୁ ଯେପରି ଅସମାଜିକ ଲୋକେ ପ୍ରବେଶ ନ କରିବେ ସେ ଉପରେ ଗମ୍ଭିରତା ସହ ବି·ର କରି ସେ ସମସ୍ୟାର ସମାଧାନ କରିବା ପାଇଁ ଉପସ୍ଥିତ ଥିବା ଏସ୍ଡିପିଓ ଏବଂ ଟାଉନଥାନା ଅଧିକାରୀଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଡାଇଲେସିସ, ସର୍ଜରୀ ଏବଂ ଅର୍ଥୋପେଡିକ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଚିକିତ୍ସା ଯେପରି ସୁଚାରୁ ରୂପେ ହୋଇପାରିବ ରକ୍ତ ଭଣ୍ଡାରରୁ ରକ୍ତ ଯେପରି ଗରିବ ରୋଗୀ ପାଇପାରିବେ ସେ ଉପରେ ସବିଶେଷ ଆଲୋଚନା ହୋଇଥିଲା । ଯାହା କିଛି ବି ଅଭାବ ଅସୁବିଧା ଅଛି ସେ ସମସ୍ତ ଅସୁବିଧାର ସବିଶେଷ ତାଲିକା ପ୍ରସ୍ତୁତ କରି ଯଥାଶିଘ୍ର ପ୍ରଦାନ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ସ୍ତ୍ରୀ ଓ ପ୍ରସୁତି ତଥା ଶିଶୁ ବିଭାଗରେ ·ଲୁଥିବା ଲାଞ୍ଚ କାରବାରକୁ ନେଇ ଲଗାମ ଲଗାଇବାକୁ ଚିକିତ୍ସାଧିକାରୀଙ୍କୁ କହିଥିଲେ । ଆଜିର ଏହି ପରିଦର୍ଶନ ସମୟରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ବିଧାୟକଙ୍କ ପ୍ରତିନିଧି ମନୀଷ ମିଶ୍ର, ସୁଦାମ ସାହୁ, ଜୁଲୁ ପଟ୍ଟନାୟକ, ପ୍ରଫୁଲ୍ଲ ମିଶ୍ର, ଶ୍ରୀଧର ବାରିକ, ପ୍ରକାଶ ସାହୁ, ମଧୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।