ଭୁବନେଶ୍ୱର : ସାମନା ସାମନି ଚେୟାର , ମୁହାଁମୁହିଁ ବସି ଆଜି ବେଶ କିଛି ସମୟ ପାଇଁ ଆଲୋଚନା କରିବାଜେ ଦେଖିବାକୁ ମିଳିଥିଲା | ଏପରି ସୌଜନ୍ୟତା ବୋଧହୁଏ ଆଗରୁ ଦେଖିବାକୁ ମିଳିନଥିଲା | କାରଣ ସେ ଜଣେ ସଚିବ କୁ ଜଣେ ମୁଖ୍ୟମନ୍ତ୍ରୀ | ହେଲେ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏଇଆ ଯେ ଆଜି ଉଭୟେ ଆଲୋଚନା କରିଥିଲେ ଜଣ ପ୍ରତିନିଧି ଭାବେ |
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟ କରିଛନ୍ତି ବିଗତ ଦିନର ପପୁଲାର ଆଇଏସ ତଥା ବର୍ତ୍ତମାନ ଭୁବନେଶ୍ୱର ଲୋକ ସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ | ଶ୍ରୀମତୀ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ପଞ୍ଚମ ଥର ପାଇଁ ସରକାର ଗଠନ କରିଥିବା ଯୋଗୁ ଅଭିନନ୍ଦନ ଜଣାଇଥିଲେ | ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ସଂସଦ ଭାବେ ନିର୍ବାଚିତ ହୋଇଥିବା ଯୋଗୁ ଶୁଭେଚ୍ଛା ଜଣାଇଥିଲେ | ଏହି ଭେଟଘାଟ ସୌହାର୍ଦ୍ଦ୍ୟପୁର୍ଣ ଥିଲା ଓ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ବିକାଶ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହଯୋଗ ସେ କାମନା କରିଥିବା ଜଣାପଡିଛି |