ବଲାଙ୍ଗୀର(ନିରୋଜ ମିଶ୍ର ) ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନାଗରୀକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଯୋଗଦାନ କରି ମନ୍ତ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୁଜାରୀ ସଭାପତିତ୍ୱ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ମନ୍ତ୍ରୀ ସାହୁ ଜିଲ୍ଲାର ସାମୁହିକ ବିକାଶ ଦିଗରେ କାର୍ଯ୍ୟକରିବା ସହ ବିଭାଗୀୟ ଯୋଜନାର ସଫଳ କାର୍ଯ୍ୟକାରୀତା ଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ । ଏହା ସହିତ ଗଣମାଧ୍ୟମରେ ଗଠନ ମୁଳକ ସମାଲୋଚନାକୁ ସେ ହୃଦୟତାର ସହିତ ଗ୍ରହଣ କରିବେ ବୋଳି କହିଥିଲେ । ସମ୍ବର୍ଦ୍ଧିତ କରିଥିବା ବିଭିନ୍ନ ଅନୁଷ୍ଠାନ ମାନଙ୍କ ମଧ୍ୟରେ ନାଗରିକ କମିଟି, ଜିଲ୍ଲା କ୍ରିଡାସଂସଦ, ମହିଳା କ୍ରିକେଟ ଦଳ, ବରିଷ୍ଠ ନାଗରିକ ସଂଘ, ରାମଜୀ ଯୁବକ ସଂଘ, ସାଇଟ ସ୍ପୋଟ୍ସ ସୋସାଇଟି, ସାଇଟ ନର୍ସିଂ କଲେଜ, ସିଭିଲ ସୋସାଇଟି ସଂଘ, ମାରୱାଡି ସମାଜ, ବିଙ୍ଗହୁ୍ୟମେନ ଫାଉଣ୍ଡେସନ, ଶ୍ରମିକ କର୍ମଚାରୀ ମହାସଂଘ, ଅବସରପ୍ରାପ୍ତ ସୈନିକ କର୍ମ·ରୀ ସଂଘ, ଜିଲ୍ଲା ବଣିକ ସଂଘ, ଘରୋଇ ବସ ମାଲିକ ସଂଘ, ଗୁଜରାତି ସମାଜ, ରୁଗୁଡି ପଡା ଦୁର୍ଗାପୁଜା କମିଟି, ପିକେ ଏସୋସିଏଟ୍ସ, ରାଧାରାଣୀ ସାଂସ୍କୃତିକ ଅନୁଷ୍ଠାନ , ରୋଟାରି କ୍ଳବ, ଭୁମିକା ପରିବାର, ରଚନା ଅନୁଷ୍ଠାନ , ବଲାଙ୍ଗୀର ହକି ଏସୋସିଏସନ, ଓୟୁଜେ ବଲାଙ୍ଗୀର ଶାଖା, ବଲାଙ୍ଗୀର କରାଟେ ସ୍କୁଲ, ବୁଡି ଅଂଚଳ ଅଗ୍ରଗାମୀ ସଂଘ, ଜିଲ୍ଲା ସଂସ୍କୃତିକ ପରିଷଦ, କୁବେର ସମାଜ, ରାଜେନ୍ଦ୍ର ଯୁବକ ସଂଘ, ପିଇଟି ସଂଘ, ଦୁଲଦୁଲି କଳାପରିଷଦ, କରଗାଁ କଟା ବଂଚାଓ ଅଭିଯାନ, ଯାଦବ ସମାଜ, ତାରୁଣ୍ୟ ଅନୁଷ୍ଠାନ , ବାପିଷ୍ଟ ଚର୍ଚ୍ଚ, ଅବସର ପ୍ରାପ୍ତ କର୍ମ·ରୀ ସଂଘ, ସୁପ୍ରିମ ଟାକ୍ସ ହସପିଟାଲ, ସିନ୍ଧି ସମାଜ, ନଟରାଜ କଳାପରିଷଦ, ବଲାଙ୍ଗୀର ସାହିତ୍ୟ ଘର, ଆଇସିଡିଏସ ସୁପର ଭାଇଜର ସଂଘ, ପଂଚମ ଅନୁଷ୍ଠାନ ପ୍ରମୁଖ । ଏହି ସମ୍ବର୍ଦ୍ଧନା ସଭାରେ ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ବଲାଙ୍ଗୀର ପୌରାଧ୍ୟକ୍ଷା ସନ୍ତୋଷୀନି ବେହେରା, ବିଶିଷ୍ଟ ଶ୍ରମିକ ନେତା ଲଲିତ କୁମାର ନାୟକ, ସାଇଟ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର, ନାଗରିକ କମିଟି ସମ୍ପାଦକ ବିଷ୍ଣୁ ପ୍ରସାଦ କେଡିଆ, ନାଟ୍ୟଭୁଷଣ ଜଗଦାନନ୍ଦ ଛୁରିଆ, ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ଡ. ଲଲିତ ସାହୁ ଓ କବି ମୋହନଲାଲ ଅଗ୍ରୱାଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଭାକୁ ବରିଷ୍ଠ ସଦସ୍ୟ ସତ୍ୟସୁନ୍ଦର ଭଞ୍ଜ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ମନୋରଂଜନ ଯୋଷୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥି ମଂଚାସୀନ ଥିବାବେଳେ, ଉପସଭାପତି ବଳରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ମନ୍ତ୍ରୀ ଟୁକୁନି ସାହୁଙ୍କୁ ନାଗରିକ ସମ୍ବର୍ଦ୍ଧନା
- Hits: 978