ହେଡଲାଇନସ୍:

ଅବାଧ ବ୍ଲାଷ୍ଟିଙ୍ଗ ଯୋଗୁଁ ଜଙ୍ଗଲ ଧ୍ବଂସ, ପ୍ରଶାସନ ନିଦା ବିଷ୍ଣୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହରଭଙ୍ଗା ବ୍ଲକରେ ଅସହ୍ୟ ରୌଦ୍ରତାପ

ବୌଦ୍ଧ(ଶାସକ ପ୍ରଶାସକ); ସମ୍ପ୍ରତି ବିଶ୍ୱରେ ଦେଖା ଦେଇଥିବା ଗ୍ଲୋବାଲ ୱାରମିଙ୍ଗ ସମସ୍ୟା ସମଗ୍ର ମାନବ ସମାଜ ପାଇଁ ସବୁଠାରୁ ବଡ ଆହ୍ୱାନ ସୃଷ୍ଟି କରିଛି । ଏହି ଅପଦାର ମୁକାବିଲା କରିବା ପାଇଁ ଅର୍ନ୍ତଜାତୀୟ ସ୍ତରରେ ବହୁ ଗବେଷକ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ରୋକିବା ଉପରେ ମତ ପୋଷଣ କରିଆସୁଛନ୍ତି । ଏହାକୁ ଅଖି ଆଗରେ ରଖି ସରକାର ପ୍ରତି ବର୍ଷ ପ୍ରାକୃତିକ ଜଙ୍ଗଲ ଗୁଡିକର ରକ୍ଷଣା ବେକ୍ଷଣ ଓ ନୂତନ ବନୀକରଣ ସାଙ୍ଗକୁ ଅଧିକ ରୁ ଅଧିକ ମାତ୍ରାରେ ବୃକ୍ଷ ରୋପଣ କରିବା ସକାଶେ ପର୍ଯ୍ୟପ୍ତ ଅର୍ଥ ଖର୍ଚ୍ଚ କରୁଛନ୍ତି । ହେଲେ ଗତ ପ୍ରାୟ ଏକ ଦଶନ୍ଧି ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ଜଙ୍ଗଲରେ ନିୟମିତ ଭାବରେ ଅବାଧ ପଥର ବ୍ଲାଷ୍ଟିଙ୍ଗ ହୋଇଆସୁଥିବାରୁ ଗୋଟିଏ ପଟେ ବ୍ୟାପକ ପ୍ରାକୃତିକ ବଣ ଜଙ୍ଗଲ ଗୁଡିକ ଧ୍ୱଂସ ପାଇବାରେ ଲାଗିଥିବା ବେଳେ ଅନ୍ୟପଟେ ଦିନକୁ ଦିନ ଗ୍ରୀଷ୍ମ ଋତୁରେ ଏ ଅଂଚଳରେ ତାପମାତ୍ରା ଦିନକୁ ଦିନ ଅହେତୁକ ଭାବରେ ବୃଦ୍ଧି ପାଇବା ଯୋଗୁଁ ଏହାର କୁପରିଣାମ ସାଧାରଣ ଜନଜୀବନରେ ପରିଲକ୍ଷିତ ହେଇଥିବା ଦେଖାଯାଇଛି । କେବଳ ଏତିକି ନୁହେଁ ଅବାଧ ବ୍ଲାଷ୍ଟିଙ୍ଗ ଯୋଗୁଁ ଜଙ୍ଗଲ ଧ୍ବଂସ ପାଇବା ସହିତ ସେହି ସ୍ଥାନ ଗୁଡିକରେ ପ୍ରାୟ ୪୦ ରୁ ୫୦ ଫୁଟ ପର୍ଯ୍ୟନ୍ତ ଗଭୀର ଗର୍ତ୍ତ ମାନ ସୃଷ୍ଟି ହେବାରେ ଲାଗିଛି । ସେହିପରି ଏ ଅଂଚଳରେ ନିୟମିତ ରୂପେ ବାରମ୍ବାର କୃତ୍ରିମ ଭୁକମ୍ପ ହେବା ଫଳରେ ପ୍ରବାହିତ ହେଉଥିବା ଚିରସ୍ରୋତା ନାଳ ଗୁଡିକର ଜଳଧାରା ଉସ୍ତ ଗୁଡିକ ଧିରେ ଧରେ ପୋତି ହୋଇ ଜଳ ସ୍ରୋତ ବନ୍ଦ ହେବାରେ ଲାଗିଛି । ଏହିଭଳି ଭାବେ ଜଙ୍ଗଲ ମଧ୍ୟ ଦେଇ ଆସିଥିବା ନାଳ ଗୁଡିକରେ ସ୍ୱମ୍ପୁର୍ଣ୍ଣ ରୁପେ ଶୁଖିଲା ପଡୁଥିବାରୁ ଜଙ୍ଗଲରେ ରହୁଥିବା ବନ୍ୟ ଜନ୍ତୁ ମାନେ ଶୋଷରେ ଜନବସତି ମୁହାଁ ଲକ୍ଷ୍ୟ କରାଯାଇଛି । ତାପôର୍ଯ୍ୟର ବିଷୟ ଗତ କିଛି ବର୍ଷ ହେଲା ହରଭଙ୍ଗା ଅଂଚଳରେ କିଡନି ରୋଗ ଦିନକୁ ଦିନ ମହାମାରୀ ରୂପେ ବ୍ୟପିବାରେ ଲାଗିଛି । ଭୂତଳ ଜଳ ପ୍ରଦୁଷିତ ହେବା ପଛରେ ପଥରକାରଣ ପ୍ରମୁଖ କାରଣ ହେଇଥାଇ ପାରେ ବୋଲି ଆସଙ୍କା ପ୍ରକାଶ କରି ଏହାକୁ ରୋକିବା ପାଇଁ ମଧୟ ବିଭିନ୍ନ ମହଲରେ ଦାବୀ ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଏହାକୁ ଗମ୍ଭୀରତାର  ସହ ନେବା ବଦଳରେ ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।  ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଖରଭୁଇଁ, ସରାଡୁଖୋଲ, ବାଇସିପଡା, ତିଲଛାପଦର, ଲଖନପୁର, ହରିଡାବାଡି ,ଭଉଁରିପଥର, ଗୋଧିପଡା, ଆଡେଣୀଗଡ, ପାଣିଘରା, ବାରପାବୁଲି, ଆଦି ଜଙ୍ଗଲ ମଧ୍ୟରୁ ଏକାଧରକ ଜଙ୍ଗଲରେ ବେଆଇନ ଭାବେ ଚୋରାପଥର ବିସ୍ଫୋରଣ କରି ପଥର ଉତ୍ତୋଳନ କରିବା ଦ୍ୱାରା ସେଥିରେ ଥିବା ବିସ୍ତୃତ ଅଂଚଳର ଗଛ ବୃକ୍ଷ ଲୋପପାଉଥିବା ବେଳେ ମଧ୍ୟ ପ୍ରଶାସନ ସବୁ ଜାଣୀଶୁଣି ନିଦା ବିଷ୍ଣୁ  ସାଜିଥିବା ଅଭିଯୋଗ ହେଉଛି । ଏପରିକି ସ୍ଥାନୀୟ ବୁଦ୍ଧିଜୀବି ଓ ସଚେତନ ନାଗରିକ ମହଲରେ ଏନେଇ ସରକାରୀ ଦପ୍ତର ଗୁଡିକରେ ସୂଚନା ଅଧିକାର ଆଇନ ବଳରେ ସୂଚନା ପାଇବା ପାଇଁ ଆବେଦନ କଲେ ନିର୍ଦ୍ଦେଶ ମୂଳକ ଭାବେ ତଥ୍ୟ ପ୍ରଦାନ କରାଯାଉନଥିବା ଅନେକ ନଜିର ସାମ୍ନାକୁ ଆସିଛି । ଅତ୍ୟନ୍ତ ବିପଦ ସଙ୍କୁଳ ଭାବେ ଥିବା ଖାଲ ଖମାରରେ ପଡି ଜନ ଜୀବନ ମୃତାହତ ହେବାର ବହୁ ସମ୍ଭାବନା ରହିଛି । ହେଲେ ପ୍ରସାସନ ପକ୍ଷରୁ ଏହାକୁ ପୋତିବା ପାଇଁ ସଂପୃକ୍ତ ସଂସ୍ଥା କିମ୍ବା ମାଲିକଙ୍କୁ କୌଣସି ନିର୍ଦ୍ଦେଶ  ମଧ୍ୟ ଦିଆଯାାଉନଥିବା ସାଧାରଣରେ ଆସନ୍ତୋଷ ଦେଖାଦେଇଛି । ପ୍ରକାଶ ଥାଉକି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବ ଣ ପାହାଡ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ମୁଲ୍ୟବାନ ଗ୍ରାନାଇଟ ପଥର ରହିଛି । ହେଲେ ସରକାରଙ୍କ ଅଖିରେ ଧୂଳି ଦଇ ଚାଲିଥିବା ବେଆଇନ ବ୍ଲାଷ୍ଟିଙ୍ଗ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେବା ସହିତ ବ୍ୟାପକ ଜଙ୍ଗଲ ଧ୍ୱଂସ ପାଇବା ଯୋଗୁଁ ପରିବେଶ ନଷ୍ଟ ହୋଇ ତାପମାତ୍ରା ବୃଦ୍ଧିର କାରଣ ହୋଇ ଆଗକୁ ଏହାର ବିନାଶର  କାରଣ ହେବ ବୋଲି ବୁଦ୍ଧିଜୀବୀ  ମହଲରେ ମତପ୍ରକାଶ ପାଇଛି । ଜିଲ୍ଲାପ୍ରଶାସନ ଯଦି ଏହା ଉପରେ ଅଙ୍କୁଶ ନଲଗାଏ ତାହେଲେ ଅଂଚଳ ବାସୀ ଙ୍କ ପାଇଁ ଆଗକୁ ଏହା ବିନାଶର କାରଣ ହେବ ବୋଲି ବୁଦ୍ଧିଜୀଵୀ ଓ ଜଣାଶୁଣା ମହଲରେ ମତପ୍ରକାଶ ପାଇଛି । 

0
0
0
s2sdefault