ହେଡଲାଇନସ୍:

ନାହିଁ ନାହିଁରୁ ହଁ ଆଡେ ମୁହାଉଁଛି ଆୟୁଷ୍ମାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ 'ଆୟୁଷ୍ମାନ ଭାରତ' ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆଲୋଚନା 

ଭୁବନେଶ୍ୱର - ପ୍ରଥମରୁ "ଆମର ତ ବିଜୁ ସ୍ୱାସ୍ଥ୍ୟ ଜଲ୍ୟାଣ ଯୋଜନା ଅଛି, ଆୟୁଷ୍ମାନ କାହିଁକି " ବୋଲି କହି କେନ୍ଦ୍ରୀୟ କାର୍ଯ୍ୟକ୍ରମକୁ ତାଳି ଆସୁଥିବା ଓଡିଶା ସରକାର ଏବେ ସେ ପ୍ରସଂଗରେ ପ୍ରଥମ ପାର୍ଯ୍ୟାୟ ଆଲୋଚନା ସାରି ଦ୍ଵିତୀୟ ପାର୍ଯ୍ୟାୟ ଆଲୋଚନା ପାଇଁ ରାଜି ଯୋଇଛନ୍ତି | କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓଡିଶା ଗସ୍ତରେ ଆସେ ଆୟୁଷ୍ମାନ ଯୋଜନା ସମ୍ପର୍କରେ ରାଜ୍ୟ ସରକାରଙ୍କ "ନାଇଁ ନାଇଁ " କୁ " ହଁ ହଁ" ମୁହାଁ କରିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି |

 କେନ୍ଦ୍ର ସରକାରଙ୍କ 'ଆୟୁଷ୍ମାନ ଭାରତ' ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦୁ ଭୂଷଣଙ୍କ ନେତୃତ୍ୱରେ ଆସିଥିବା ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା "ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ"ଯୋଜନା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । ଏହି ଦୁଇ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । 

ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଆମ ରାଜ୍ୟରେ କାର୍ଯ୍ୟକାରୀ ଦେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶର ଏକ ସବୁଠାରୁ ଭଲ ଯୋଜନା । ଆଜି ସେମାନଙ୍କ ସହିତ ଯେଉଁ ଆଲୋଚନା ହେଲା ତାହା ପ୍ରାଥମିକ ପର୍ଯ୍ୟାୟ ଆଲୋଚନା । ସେମାନେ ବିଧିବଧ ଭାବେ ପ୍ରସ୍ତାବ  ଦେବା ପରେ ଆମେ ତାଙ୍କର ପ୍ରସ୍ତାବକୁ ତର୍ଜମା କରିବୁ । ଆମ ରାଜ୍ୟ ଯଦି ବିଶେଷ ଭାବେ ଉପକୃତ ହୋଇ ପାରିବ ତାହା ହେଲେ ବିଚାର କରାଯାଇପାରେ । ପ୍ରକାଶ ଥାଉକି ଆମର ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ଉପକୃତ ହେଉଛନ୍ତି । ୨୦୧୮ ମସିହା ଡିସେମ୍ବର ମାସରୁ ବନ୍ଦ ହୋଇଯାଇଥିବା କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଵୀମା ଯୋଜନାର ୪୪ ଲକ୍ଷ ହିତାଧିକାରୀ ମଧ୍ୟ ଅନ୍ତର୍ଭୁକ୍ତ । ରାଜ୍ୟ ଓ ରାଜ୍ୟ ବାହାରର ୨୧୮ ଟି ଘରୋଇ ଡାକ୍ତରଖାନାରେ ମଧ୍ୟ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସେବା ଉପଲବ୍ଧ କରାଯାଇଛି । 

ଏହି କେନ୍ଦ୍ରୀୟ ଦଳ ପ୍ରଥମେ ମୁଖ୍ୟ ଶାସନସଚିବ ଆଦିତ୍ୟ ପାଢୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ସଚିବାଳୟ ଠାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା କାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା , କେନ୍ଦ୍ରରୁ ଆସିଥିବା ମନୁ ଶୁକ୍ଳା , ଆଦିତି ଭାର୍ଗବ , ଆସ୍ଥା ଆରୋରା ଓ ରୋହିତ ଦେଓ ଝାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । 

0
0
0
s2sdefault