ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଚଳିତବର୍ଷର +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ପାସ୍ ହାର ୯୪ପ୍ରତିଶତ ରହିଛି । ମୋଟ ୧୩୧ଜଣ (ରେଗୁଲାର) ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୦ ଜଣ ପ୍ରଥମ ଶ୍ରେଣୀ, ୫୯ଜଣ ଦ୍ୱିତୀୟ ଶ୍ରେଣୀ ଓ ୧୪ ଜଣ ତୃତୀୟ ଶ୍ରେଣୀରେ ଏହିପରି ୧୨୩ ଜଣ ରେଗୁଲାର ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୫୦୧ନମ୍ବର ରଖି କଲେଜ ପ୍ରଥମ ହୋଇଥିବା ବେଳେ ୪୯୬ ନମ୍ବର ରଖି ଅଙ୍କିକା ଚୈାଧୁରୀ ଦିତୀୟ ସ୍ଥାନ ଅଧିକାର କରିଛନ୍ତି । ତେବେ ଇଂରାଜୀ ପେପରରେ ଅନେକ ଛାତ୍ରଛାତ୍ରୀଙ୍କର ମାର୍କ କମିଥିବାରୁ ଫନି ବାତ୍ୟା ପ୍ରଭାବରୁ ମୂଲ୍ୟାୟନରେ ତୃଟି ଥିବା ଅଭିଯୋଗ କରିଛନ୍ତି । ସେହିପରି ସ୍ଥାନୀୟ ଆନନ୍ଦସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋମଣ୍ଡରୁ ମୋଟ ୩୪ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ବେଳେ ୩ଜଣ ପ୍ରଥମ, ୧୦ଜଣ ଦିତୀୟ ଏବଂ ୧୪ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକ ଅଧ୍ୟାପିକାମାନେ ଶୁଭେଚ୍ଛା ଜଣାଇଛନ୍ତି ।