ନୟାଗଡ(ବିଶ୍ବଜିତ୍ ନାୟକ)- ନୟାଗଡ ଜିଲ୍ଲାର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକୀ ନିମନ୍ତେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି I ଓଡିଶା ଇତିହାସର ଏହି ପୁରୁଖା ନେତା ଯାହାର ଦୃଢ ସଂଗଠନ ଦ୍ୱାରା ଓଡିଶା ମାନଚିତ୍ରରେ ନୟାଗଡକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ I ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ନୟାଗଡର ପୂର୍ବତନ ବିଧାୟକ ସ୍ୱର୍ଗତ ଭାଗବତ ବେହେରାଙ୍କ ମିଳିତ ପ୍ରଚେଷ୍ଟାରେ ନୟାଗଡକୁ ଏକ ଜିଲ୍ଲାର ମାନ୍ୟତା ମିଳିପାରିଥିଲା I ଏହା ଆଜିବି ନୟାଗଡବାସୀଙ୍କ ହୃଦୟରେ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଅଛି I ସ୍ୱର୍ଗତ ଭାଗବତ ବେହେରାଙ୍କ ଜନ୍ମ ବାହାଡାଝୋଲାର ହରିପୁର ଗ୍ରାମରେ I ଏହି ମହାନ ନେତାଙ୍କର ଶ୍ରାଦ୍ଧ ବାର୍ଷିକରେ ତାଙ୍କର ସ୍ମୃତିଚାରଣ କରିଥିଲେ ନୟାଗଡର ବିଧାୟକ ତଥା ଓଡ଼ିଶାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ I ମନ୍ତ୍ରୀ ଡ.ସାହୁ ପ୍ରଥମେ ଭାଗବତ ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟରପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଉଁ ଶେଷରେ ଚିକିସ୍ଛାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ
ରାଜ୍ୟ
ସ୍ବର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକୀ
- Hits: 820