ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ):-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ସେବା ସମବାୟ ସମିତି କାଯ୍ୟା'ଲୟ ସାମନା ରେ ୩ଦଫା ଦାବୀ ନେଇ ଆଞ୍ଚଳିକ କୃଷକ ମହାସଂଘ ମାଣ୍ଡୋସିଲ ଗତ ତା:-୦୧/୦୬/୨୦୧୯ରିଖ ରୁ ଚାଲୁଥିବା ଗଣଧାରଣା ସମବାୟ ଏଆରସିଏସ ଙ୍କର ଲିଖିତ ପ୍ରତିଶୃତି ପରେ ଗଣଧାରଣା କୁ ସ୍ଥଗିତ କରାଗଲା।
ପ୍ରଥମ ଦିନ ରେ ଦୁଇଟି ଦାବୀ ଯଥା ଅରଜିନାଲ ପଟା ବଦଲରେ ନେଟକପି ଦ୍ୱାରା ଋଣ ପ୍ରଦାନ ଓ ସିଡ଼ୁଲ ସି ପାଇଁ ଆବଶ୍ୟକତା ଅନୁସାରେ କାଗଜପତ୍ର ତହସିଲ କାର୍ଯ୍ୟାଳୟକୁ ନ ଯାଇ ସେବା ସମବାୟ ସମିତି ରେ ଜମା ଦେଇ କୃଷିଋଣ ନେଇପାରିବେ।
୩ୟ ଦାବୀ ନେଇ ଚାଷୀମାନଙ୍କ ମନରେ ଅସନ୍ତୋଷ ଲାଗିରହିଥିଲା ।ସମବାୟ ସସ୍ଥା ଦ୍ୱରା ଜାରି କରାଯାଇନଥିବା ଏକ ଫର୍ମ ଯାହାକି ବରଗଡ଼ ଜିଲ୍ଲା ରେ କେବଲ ବୀମା କମ୍ପାନି କୁ ଖୁସ କରିବା ପାଇଁ ତିଆରିହୋଇ ଥିଲା।ସେଥିରେ ଏପରିକି ଜମିର କିସମ ଉପରେ ପ୍ରଶ୍ନବାଚୀ ସୃଷ୍ଟିକରି ଥିଲା। ଫର୍ମଟି ସମବାୟ ସଂସ୍ଥା ର ଉପରିସ୍ଥ ବିଭାଗକୁ ପଚାରିବାରେ ସେମାନେ କିଛି ଜାଣିନଥିବା ପ୍ରକାଶ କରିଥିଲେ। ଆଜି ଗଣଧାରଣା ରେ ସମବାୟ ସଂସ୍ଥା ପକ୍ଷରୁ ପଦ୍ମପୁର ଏସଏଆର ପୁରୋହିତ ଜାମସେଠ ସେବା ସମବାୟ ସମିତି ସମ୍ପାଦକ ଶ୍ରୀ ଦାମୋଦର ରଣା ଧାରଣାରତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଚାଷୀମାନଙ୍କ ଦାବୀ ଥିଲାଯେ ଜଦି ସ୍ୱ କୀୟ ଘୋଷଣାନାମା ଏକ ସମବାୟ ନିତି ବିରୋଧ ଅଟେ ଚାଷୀ ବିରୋଧି ଅଟେତେବେ ଏହା ଉପରେ ଏକ ଚିଠି ବରଗଡ଼ ଜିଲ୍ଲା ର ସମସ୍ତ ସମବାୟ ବ୍ୟାଙ୍କ କୁ କରାଯାଉ ଏହି ସ୍ୱକୀୟ ଘୋଷଣାନାମା କୁ ଦୃଢ ଭାବେ ବନ୍ଦ କରାଯାଉ।ଯେ ପଯ୍ୟନ୍ତ ଏହା ପାଇକମାଲ ଝାରବନ୍ଦ ପଦ୍ମପୁର ତଥା ସାରା ବରଗଡ଼ ଜିଲ୍ଲା ରେ ବନ୍ଦ ନ ହେବ ଧାରଣା ରୁ ଉଠିବାକୁ ଅରାଜି ଥିଲେ।ପରେ ଏଆରସିଏସ ପଦ୍ମପୁର ଏକ ଇମେଲ ମାଧ୍ୟମରେ ଏହାକୁ ଦୃଢ଼ତାର ସହ ନେଇ ବନ୍ଦ କରିବାର ପ୍ରତିଶୃତି ପତ୍ର ପ୍ରଦାନ କରିଥିଲେ।
ଗଣଧାରଣାରତ ଚାଷୀ ମାନେ ସମସ୍ୟା ସମାଧାନ ରେ ସନ୍ତୋଷ ପ୍ରକାଶ କରି ଧାରଣା ରୁ ଓହରିଥିଲେ।