ହେଡଲାଇନସ୍:

ଉଦ୍ଘାଟିତ ହେଲା ଜିଲ୍ଲାସ୍ତରୀୟ ସାତଦିନିଆ ଆମ୍ୱ ମେଳା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଓରମାସ ସଂସ୍ଥାର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡି ପଡିଆ ଠାରେ ଆରମ୍ଭ ହୋଇଛି ଜିଲ୍ଲାର ଆମ୍ୱ ଉତ୍ପାଦନ  ଗୋଷ୍ଠୀ ମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଆମ୍ୱ ମେଳା ।ଗଜପତି ଜିଲ୍ଲାର ଗରିବ ଆମ୍ୱ ଚାଷୀ ତଥା ଉତ୍ପାଦକ  ଗୋଷ୍ଠୀ ମାନଙ୍କୁ ସେମାନଙ୍କ ଉତ୍ପାଦିତ  ଆମ୍ୱର ବିକ୍ରିବଟା ବ୍ୟବସ୍ଥା ସହ ଉଚିତ ମୂଲ୍ୟ ଯୋଗାଇ ଦେଇ ଲାଭାନ୍ୱିତ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଏହି ମେଳା ୭ଦିନ ଧରି ଚାଲିବ ।

ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା, ରା.ଉଦୟଗିରି,ମୋହନା ଓ ନୂଆଗଡ ବ୍ଲକାଞ୍ଚଳରେ ପ୍ରଚୁର ପରିମାଣରେ ଦଶେରୀ, ଆମ୍ୱପଲି, ଲେଙ୍ଗଡା, ସୁନ୍ଦରୀ, ମାଲିକା ଓ ବାଇଗଣପଲି ଇତ୍ୟାଦି ବିଭିନ୍ନ କିସମର ସୁଆଦିଆ ମିଠା ଆମ୍ୱ ଉତ୍ପାଦିତ ହୋଇଥାଏ । ହେଲେ ଏହି ଉତ୍ପାଦିତ  ଆମ୍ୱ ସବୁର ବିକ୍ରିବଟା ବେଳେ ଉଚିତ ମୁଲ୍ୟ ପାଇ ପାରନ୍ତି ନାହିିଁ ମଧ୍ୟସ୍ଥିତଙ୍କ ଦ୍ୱାରା ବାହାର ଅଞ୍ଚଳର ବ୍ୟବସାୟୀ ମାନେ ଆସି ଉପରୋକ୍ତ ବ୍ଲକାଞ୍ଚଳରେ ଆମ୍ୱ ଚାଷୀଙ୍କ ଠାରେ ପହଞ୍ଚି ଅତି କମ୍‍ ଦରରେ ନେଇଯାଆନ୍ତି ।

ଏହାକୁ ଦୃଷ୍ଟିରେ ରଖି ଗରିବ ଚାଷୀଙ୍କ ଉତ୍ପାଦିତ  ଆମ୍ୱ ସବୁର କିଭଳି ବିକ୍ରିବଟା ବ୍ୟବସ୍ଥା ସହ ଉଚିତ ମୂଲ୍ୟ ମିଳିବ ଏବଂ ଚାଷୀ ଦୁଇ ପଇସା ଲାଭ ପାଇବେ, ସେ ଦିଗରେ ତତ୍ପରତା  ପ୍ରକାଶ କରି ଜିଲ୍ଲା ପ୍ରଶାସନର ଓରମାସ ସଂସ୍ଥା ଚାଷୀଙ୍କ ଠାରେ ପହଞ୍ଚି ଉତ୍ପାଦକ ଗୋଷ୍ଠୀ ଗଠନ କରି ସେମାନଙ୍କ ଉତ୍ପାଦିତ  ଆମ୍ୱକୁ ବିକ୍ରିବଟା ବ୍ୟବସ୍ଥା  ସହ ଉଚିତ ମୁଲ୍ୟ ଯୋଗାଇ ଦେବା ପାଇଁ ଆୟୋଜନ କରିଛନ୍ତି ଜିଲ୍ଲା ସ୍ତରୀୟ ଆମ୍ୱ ମେଳା ।

ଆମ୍ୱମେଳା ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କରାଯାଇଥିଲା ଏକ ସାମ୍ୱାଦିକ ସମ୍ମିଳନୀ ରେ ଜିଲ୍ଲାପାଳ ଅନୁପମ ସାହା ଅଧିକ ସୂଚନା ଦେଇ କହିଥିଲେ 

 ବିଭିନ୍ନ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ଏହି ମେଳାକୁ ବିଭିନ୍ନ କିସମର ୬ଟନ ଆମ୍ୱ ଆସିବ । ଉତ୍ପାଦକ ଗୋଷ୍ଠୀ ମେଳାରେ ଆମ୍ୱ ବିକ୍ରି କରି ଉଚିତ ମୁଲ୍ୟ ପାଇବା ସହ ସାଧାରଣ ଲୋକେ ବିଭିନ୍ନ କିସମର ସୁଆଦିଆ ଆମ୍ୱ ସୁଲଭ ଦର ତଥା କମ ମୁଲ୍ୟରେ ପାଇପାରିବେ । ମୁଖ୍ୟତଃ ଗଜପତି ଜିଲ୍ଲାରେ ଉତ୍ପାଦିତ  ହୋଉଥିବା ବିଭିନ୍ନ କିସମର ସୁଆଦିଆ ଆମ୍ୱ ସବୁକୁ ଜନାଦୃତ କରିବା ଜିଲ୍ଲା ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ଅନୁପମ ସାହା କହିଥିଲେ ।

ଜିଲ୍ଲା ସ୍ତରୀୟ ଆମ୍ୱ ମେଳାକୁ ଜିଲ୍ଲାପାଳ ଅନୁପମ ସାହା ଉଦ୍‍ଘାଟନ କରିଥିଲେ । ଆମ୍ୱ ମେଳାରେ ଖୋଲାଯାଇଥିବା ୬ଟି ଷ୍ଟଲକୁ ଜିଲ୍ଲାପାଳ ଶ୍ରୀ ସାହା ବୁଲି ଦେଖିବା ସହ ବିଭିନ୍ନ କିସମର ଆମ୍ୱ ଉପରେ ପଚାରି ବୁଝିଥିଲେ  । ଜିଲ୍ଲାପାଳ ଶ୍ରୀ ସାହାଙ୍କ ସହିତ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା  ଏବଂ ଓରମାସର ମୁଖ୍ୟ କାର୍ଯ୍ୟ ନିବାହୀ ଶ୍ରୀ ଗୁଣ୍ଡିଚା ବେହେରା ମଧ୍ୟ ଉପସ୍ଥିତ ଥିଲେ ।

ମେଳାର ପ୍ରଥମ ତିନି ଦିନରେ ପ୍ରାୟ ୮୦ ହଜାର ଟଙ୍କାର ଆମ୍ୱ ବିକ୍ରି ହୋଇଥିଲା । ପ୍ରଥମ କରି ପାରଳାଖେମୁଣ୍ଡିରେ ଆମ୍ୱ ମେଳା ହୋଇଥିବା ଜାଣି ଆମ୍ୱ ମେଳାକୁ ବହୁ ସଂଖ୍ୟାରେ ଲୋକ ମାନେ ଆସି ଆମ୍ୱ କିଣିବା ଦେଖିବାକୁ ମିଳିଥିଲା ।

ଏ ସମ୍ପର୍କରେ ଜଣେ ଆମ୍ୱ ଗ୍ରାହକ କହିଥିଲେଯେ ପାରଳାଖେମୁଣ୍ଡିରେ ଏଭଳି ଆମ୍ୱ ମେଳା ପ୍ରଥମ ଥର କରି ହେଉଛିି । ବହୁତ ଭଲ ଲାଗୁଛି । ବଜାର ଦର ଠାରୁ ଏଠାରେ ବହୁତ କମ ଦରରେ ସୁଲଭରେ ଲୋକଙ୍କୁ ଆମ୍ୱ ମିଳୁଛି । ଏହା ଦ୍ୱାରା ଆମ୍ୱ ବିକିବା ଓ କିଣିବା ଉଭୟେ ଉପକୃତ ହୋଇପାରୁଛନ୍ତି ବୋଲି କହିଥିଲେ ।

ମେଳାରେ ଆମ୍ୱ ବିକ୍ରି କରୁଥିବା ଉତ୍ପାଦକ ଗୋଷ୍ଠୀର ଦୁଇ ଜଣ ମହିଳା ପ୍ରେମିକା ରାଉଳ ଏବଂ ପ୍ରମିଳା ମିଶାଲ କହିଥିଲେ ପୁର୍ବରୁ ଆମ୍ୱ ଉତ୍ପାଦନ  କରି ଅଲଗା ଅଲଗା ଭାବେ ବିକ୍ରି କରୁଥିଲେ । ବର୍ତ୍ତମାନ ଗ୍ରୁପ ଗଠନ କରି ଗୋଟିଏ ପାଖେ ଏକତ୍ର ହୋଇ ବିକୁଛୁ ବହୁତ ଭଲ ଲାଗୁଛି ।  ପୁର୍ବାପେକ୍ଷା  ଏଠାରେ ଆମ ଆମ୍ୱର ଉଚିତ ମୂଲ୍ୟ ପାଇପାରୁଛୁ । ଦିନକୁ ୨୦ ହଜାର ଟଙ୍କାର ଆମ୍ୱ ବିକ୍ରି କରିପାରୁଛୁ ବୋଲି କହିଥିଲେ । ଉତ୍ପାଦନ ଗୋଷ୍ଠୀ ଏବଂ ଆମ୍ୱ ମେଳା ସମ୍ପର୍କରେ ଓରମାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ଉପ ନିର୍ଦ୍ଦେଶକ ଶ୍ରୀ ଗୁଣ୍ଡିଚା ବେହେରା କହିଛନ୍ତି ଏସଏସଜି ମାନଙ୍କୁ ନେଇ ଉତ୍ପାଦନ  ଗୋଷ୍ଠୀ ଗଠନ ହୋଇଥାଏ । ଯେଉଁ ମାନେ କି ମୁଖ୍ୟତଃ ସେମାନେ ଏକ ଅର୍ଥକାରୀ ଫସଲ କାର୍ଯ୍ୟ ଦକ୍ଷତାରେ ଜଡିତ  ଥିବେ ଜିଲ୍ଲାରେ ପ୍ରାୟ ୧୪ଗୋଟି ଆମ୍ୱ ଉତ୍ପାଦନ  ଗୋଷ୍ଠୀ ଥିବା ବେଳେ ୨୦୦ରୁ ଅଧିକ ଏଥିରେ ଆମ୍ୱ ଚାଷୀ ସଦସ୍ୟା ରହିଛନ୍ତି । ଏହି ମହିଳାଚାଷୀ ମାନଙ୍କୁ ନେଇ ଉତ୍ପାଦକ ଗୋଷ୍ଠୀ କରାଯାଇ ଜିଲ୍ଲା ପ୍ରଶାସନର ଓରମାସ ସଂସ୍ଥା ପକ୍ଷରୁ ସେମାନଙ୍କୁ ଉଚିତ ସ୍ୱାବଲମ୍ୱୀ କରାଇବା ପାଇଁ କାର୍ଯ୍ୟ ଦକ୍ଷତା ବୃଦ୍ଧି ଓ ନେତୃତ୍ୱର ତାଲିମ, ଏକାଉଣ୍ଟ ପରିଚାଳନା ପ୍ରଭୃତି ତାଲିମ ଦିଆଯିବା ସହ କାର୍ଯ୍ୟାରମ୍ଭ ପର୍ଯ୍ୟାୟ ପାଇଁ ଆଗୁଆ ଅର୍ଥ ଯୋଗାଇ ଦିଆଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥାଏ ବୋଲି କହିଥିଲେ ।

ଜିଲ୍ଲାର ଆଦିବାସୀ ବହୁଳ ବ୍ଲକ ନୂଆଗଡ, ଗୁମ୍ମା, ରା.ଉଦୟଗିରି ଓ ମୋହନା ଅଞ୍ଚଳରେ ୧୪ରୁ ଅଧିକ ଆମ୍ୱ ଉତ୍ପାଦନ ଗୋଷ୍ଠୀ ରହିଥିବା ବେଳେ ନୁଆଗଡ ବ୍ଲକ ବେତାରସିଂ ଗ୍ରାମର ମା ମାଝିଗୌରୀ ଆମ୍ୱ ଉତ୍ପାଦନ ଗୋଷ୍ଠୀ ଅନନ୍ୟ । ମୁଖ୍ୟତଃ ଏହି ଅଞ୍ଚଳରେ ବିଭିନ୍ନ କିସମ ଲେଙ୍ଗଡା, ମଲିକା, ସୁନ୍ଦରୀ ପ୍ରଭୃତି ଆମ୍ୱ ପ୍ରଚୁର ପରିମାଣରେ ଚାଷ କରାଯାଇଥାଏ । ଏହି ଅଞ୍ଚଳରୁ ରାଜ୍ୟର ବିଭିନ୍ନ ବଜାରକୁ ମଧ୍ୟସ୍ଥି ଓ ଦଲାଲ ମାନଙ୍କ ଦ୍ୱାରା ଅତି କମ ମୂଲ୍ୟରେ ଆମ୍ୱ କିଣାଯାଇଥାଏ  । ଗରିବ ଆମ୍ୱ ଚାଷୀଙ୍କ ସରଳତାର ସୁଯୋଗ ନେଇ ଏହି କାରବାର ବହୁଳ ହୋଇଥାଏ । ତେବେ ଉତ୍ପାଦକ  ଗୋଷ୍ଠୀ ଗଠନ ହେବା ପର ଠାରୁ ସେମାନେ ଆଉ ଠକାମୀର ଶିକାର ନହୋଇ ପ୍ରଶାସନ ସହାୟତାରେ ଆମ୍ୱ ବିକ୍ରିବଟା କରି ବେସ ୨ପଇସା ରୋଜଗାର କରୁଛନ୍ତି ବୋଲି ଉତ୍ପାଦନ  ଗୋଷ୍ଠୀର ସ୍ନେହଲତା ପ୍ରଧାନ ଓ ସବିତା ବେହେରା କହିଛନ୍ତି । 

ସମସ୍ତ ଆମ୍ୱମେଳା କାର୍ଯ୍ୟକ୍ରମକୁ ଓରମାସର ରାଜେନ୍ଦ୍ର କୁମାର ପଟ୍ଟନାୟକ(ପରିଚାଳକ), ନରେଶ ମହାପାତ୍ର (ମାର୍କେଟିଂ ମେନେଜର), ପିଲୁନାଗୁ ନେତାଜୀ, ଜ୍ୟୋତି ରଞ୍ଜନ ପ୍ରଧାନ, କାର୍ତ୍ତିକ ମହାପାତ୍ର ପ୍ରମୁଖ ପରିଚାଳନା କରିଛନ୍ତି ।

 

0
0
0
s2sdefault