ଭୁବନେଶ୍ୱର, (ଶାସକ ପ୍ରଶାସକ): ଓଡ଼ିଶା ବିଧାନସଭାର ନବନିର୍ବାଚିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ସୌଜନ୍ୟ ସାକ୍ଷାତ କରିଛନ୍ତିା ବାଚସ୍ପତି ଶ୍ରୀ ପାତ୍ର ବିଧାନସଭା କାର୍ଯ୍ୟ ପରିଚାଳନାରେ ରାଜ୍ୟପାଳଙ୍କ ସହଯୋଗ ଓ ମାର୍ଗଦର୍ଶନ କାମନା କରିଛନ୍ତିା ରାଜ୍ୟପାଳ ପ୍ରଫେସର ଲାଲ ଶ୍ରୀ ପାତ୍ରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଦୀର୍ଘ ଅଭିଜ୍ଞତା ଓ ଉପଲବ୍ଧି ଗୃହ ପରିଚାଳନାରେ ବେଶ୍ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତିା
ପ୍ରାୟ ୩୦ ମିନିଟ୍ ଧରି ଆଲୋଚନାରେ ଉଭୟ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂପର୍କରେ ଭାବବିନିମୟ କରିଥ#ଲୋ ବିଧାନସଭାର ମର୍ଯ୍ୟାଦା ଓ କ୍ରିୟାଶୀଳତା ସଂପର୍କରେ ଗୁରୁତ୍ୱ ଆରୋପ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ ବାଚସ୍ପତିଙ୍କୁ ପରାମର୍ଶ ଦେଇଥିଲୋ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଓ ରାଜଭବନର ବରିଷ୍ଠ ଅଧିକାରୀମାନେ ବାଚସ୍ପତି ଶ୍ରୀ ପାତ୍ରଙ୍କୁ ସ୍ୱାଗତ ଜଣାଇଥିଲୋ