ହେଡଲାଇନସ୍:

+୨ବିଜ୍ଞାନ ପରୀକ୍ଷା ଫଳ:ଉତ୍ତର ଓଡ଼ିଶା ଜୋନରେ ପାଶ ହାର ୭୨.୮୪ ପ୍ରତିଶତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର ଜିଲ୍ଲାରେ ପାଶର ହାର ସର୍ବାଧିକ ୮୬.୫୭ ଓ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ୫୩.୧୧ ।

ବାରିପଦା(Dillip Mohanty)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା-୨୦୧୯ର ଫଳ ଜୁନ ୩ ସୋମବାର ମଧ୍ୟାହ୍ନ ୧୨ରେ ପ୍ରକାଶ ପାଇଛି । ଭୂବନେଶ୍ୱର ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ଭବନରେ ଆଜୋଜିତ ଫଳ ପୁସ୍ତିକା ଉନ୍ମୋଚନ କାର୍ଯ୍ୟକ୍ରମରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ, ବିଭାଗୀୟ ସଚିବ  ପ୍ରଦୀପ ମହାପାତ୍ର, ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ  ଭାବେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଏଥିରେ ଭୂବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ତଥା ବାଲେଶ୍ୱର, ଭଦ୍ରଖ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ନେଇ ଗଠିତ ଉତ୍ତର ଓଡ଼ିଶା ଜୋନରେ ବିଜ୍ଞାନରେ ପାଶ୍ର  ହାର ୭୨.୮୪ ପ୍ରତିଶତ ରହିଥିବାର ଜଣାପଡ଼ିଛି । ସେହିପରି ଓଭାର ଅଲ ଭାବେ ବାଲେଶ୍ୱର ଜିଲ୍ଲାରୁ ମୋଟ ୬ ହଜାର ୬୮୧ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିବା ସମୟରେ ୬,୬୬୩ ଜଣ ପରୀକ୍ଷାରେ ବସିଥିଲେ । ଏମାନଙ୍କ ମଧ୍ୟରୁ ୮୬. ୫୭ ପ୍ରତିଶତ ହାରରେ  ମୋଟ ୫ ହଜାର ୭୬୮ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଓ ପ୍ରଥମ ଶ୍ରେଣୀରେ ୨୨୧୦ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୧୫୩ ଜଣ, ତୃତୀୟ ଶ୍ରେଣୀରେ ୧୩୭୦ ଜଣ ଓ କମ୍ପାର୍ଟମେଣ୍ଟାଲରେ ୩୫ ଜଣ ସଫଳତା ଲାଭ କରିଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ  ୨,୮୩୨ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିବା ସମୟରେ ୨,୮୦୭ ଜଣ ପରୀକ୍ଷା ଦେଇଥିଲେ । ଉକ୍ତ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ  ୭୬.୪୯ ପ୍ରତିଶତ ହାରରେ ୨,୧୪୭ ଜଣ ଛାତ୍ରୀଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୨୦ ପ୍ରଥମ ଶ୍ରେଣୀ, ୯୦୦ ଦ୍ୱିତୀୟ ଶ୍ରେଣୀ, ୭୦୧ ଜଣ ତୃତୀୟ ଶ୍ରେଣୀ ଓ ୨୬ ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଛନ୍ତି । କେନ୍ଦୁଝର ଜିଲ୍ଲାରୁ ମୋଟ ୩,୧୦୧ ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିବା ସମୟରେ ୩,୦୩୫ ଜଣ ଛାତ୍ରୀଛାତ୍ର ପରୀକ୍ଷାରେ ବସିଥିଲେ । ଏହିଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ୫୩.୧୧ ପ୍ରତିଶତ ହାରରେ ମୋଟ ୧ ହଜାର ୬୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଏବଂ ପ୍ରଥମ ଶ୍ରେଣୀରେ ୨୭୮ ଜଣ, ଦ୍ୱିତୀୟ ଶ୍ରେଣୀରେ  ୪୮୦ ଜଣ, ତୃତୀୟ ଶ୍ରେଣୀରେ ୮୨୭ ଜଣ ଓ କମ୍ପାର୍ଟମେଣ୍ଟାଲରେ ୨୭ ଜଣ ଛାତ୍ରୀଛାତ୍ର ସଫଳତା ଲାଭ କରିଛନ୍ତି । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାରେ ମୋଟ ୫ ହଜାର ୫୩୬ ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିବା ବେଳେ ୫,୪୦୫ ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୬୫.୦୯ ପ୍ରତିଶତ ହାରରେ  ୩ ହଜାର ୫୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପ୍ରଥମ ଶ୍ରେଣୀରେ ୭୨୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୧୫୦ ଜଣ, ତୃତୀୟ ଶ୍ରେଣୀରେ ୧୬୦୯ ଜଣ ଓ  କମ୍ପାର୍ଟମେଣ୍ଟାଲରେ ୩୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଉତ୍ତର ଓଡ଼ିଶା ଜୋନରେ ମୋଟ ୬୮ ପରୀକ୍ଷାର୍ଥୀ କପି କରି ଧରାପଡ଼ିଥିବାରୁ ସେମାନଙ୍କର ଫଳକୁ ତାଲିକାରୁ ବାଦ ଦିଆଯାଇଛି । ଏମାନଙ୍କ ମଧ୍ୟରେ ୧୩ ଜଣ ବାଲେଶ୍ୱର ଜିଲ୍ଲାରୁ ରହିଥିବା ବେଳେ ଭଦ୍ରକରୁ ୬, କେନ୍ଦୁଝରରୁ ୨୯ ଓ ମୟୂରଭଞ୍ଜ ଜିଲ୍ଲାରୁ ୨୦ ଜଣ ରହିଛନ୍ତି । ଏଥି ସହ ଜଣେ ପରୀକ୍ଷାର୍ଥୀଙ୍କ ଫଳକୁ କୌଣସି କାରଣରୁ ସ୍ଥଗିତ ରଖାଯାଇଛି ବୋଲି ଉତ୍ତର ଓଡ଼ିଶା ଜୋନର ସମ୍ପାଦକ  ଙ୍କ ସୂତ୍ରରୁ ଜଣାପଡ଼ିଛି । 

         ଗତ ୨୦୧୯ ଶିକ୍ଷା ବର୍ଷରେ ଉତ୍ତର ଓଡ଼ିଶା ଜୋନରେ ବିଜ୍ଞାନ ବିଭାଗରେ ପାଶର ହାର ପୂର୍ବ ବର୍ଷ ତୁଳନାରେ ନୈରାଶ୍ୟ ଜନକ ରହିଛି । ୨୦୧୮ରେ ୭୬.୩୦ପ୍ରତିଶତ ରହିଥିବା ବେଳେ ଚଳିତ ୨୦୧୯ ଶିକ୍ଷା ବର୍ଷରେ  ପାଶର ହାର ୩.୪୬ ପ୍ରତିଶତ ହ୍ରାସ ପାଇ ୭୨.୮୪ରେ ପହଁଞ୍ଚିଛି । ମୟୂରଭଞ୍ଜ ଜିଲ୍ଲାରେ ୨୦୧୮ ଶିକ୍ଷା ବର୍ଷରେ ପାଶର ହାର ୭୦.୭୬ ପ୍ରତିଶତ ବେଳେ ଏହା ହ୍ରାସ ପାଇ ୫.୬୭ରେ , ବାଲେଶ୍ୱର ଜିଲ୍ଲାରେ ୮୯.୬୯ରୁ ୩.୧୨ ପ୍ରତିଶତ ହ୍ରାସ ପାଇ ୮୬.୫୭, ଭଦ୍ରକ  ଜିଲ୍ଲାରେ ୮୧.୧୦ରୁ ୪.୬୧ ପ୍ରତିଶତ ଖସି  ୭୬.୪୯ ଓ କେନ୍ଦୁଝର ଜିଲ୍ଲାରେ ପାଶର ହାର ୬୫.୩୪ ପ୍ରତିଶତରୁ ସର୍ବାଧିକ ୧୨.୨୩ ପ୍ରତିଶତ ତଳକୁ ଖସି ୫୩.୧୧ ପ୍ରତିଶତ ଛାତ୍ରଛାତ୍ରୀ ପାଶ  କରିଥିବାର ଜଣାପଡ଼ିଛି 

0
0
0
s2sdefault