ହେଡଲାଇନସ୍:

ଠିକାଦାରଙ୍କ ଦାଦାଗିରି , ଘରଛାଡି ୫ ଦିନ ହେଲା ବାହାରେ ମହିଳା ଓ ତାଙ୍କ ପରିବାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି) : ବ୍ୟକ୍ତିଗତ ଜମିରେ ଜୋର ଜବରଦସ୍ତ ନିର୍ମାଣ କରୁଛନ୍ତି ରାସ୍ତା | ପ୍ରଶାସନ ନିକଟରେ ଅଭିଯୋଗ କଲେ ଅସହାୟ ଆଦିବାସୀ ମହିଳା ଲିଳିମା ବେହେରା | ୧୫ ଡ଼ିସିମିଲ ବ୍ୟକ୍ତିଗତ ବ୍ୟକ୍ତିଗତ ଟିକଡ଼ ଜାଗାରେ ଠିକାଦାର କରୁଛନ୍ତି ସରକାରୀ ରାସ୍ତା | ସେଠାରେ ଥିବା ଲିଳିମାଙ୍କ କେତେକ ଗଛ କାଟିଦେଲେ | ଲିଳିମାଙ୍କ ଅଭିଯୋଗ ଅନୁଯାୟୀ ଠିକାଦାରଙ୍କ ଦାଦାଗିରି କାରଣରୁ ଏବେ ସେମାନଙ୍କ ପରିବାର ଘରଠାରୁ ବାହାରେ | ପ୍ରଥମେ ଉପଜିଲ୍ଲାପାଳ ସ୍ଥଗିତାଦେଶ ଦେଇଥିବା ବେଳେ ଆଜି କୁଆଡେ ସେମାନେ ମିଛ ଅଭିଯୋଗ ଜାରିଛନ୍ତି ବୋଲି କହି ଫେରାଇ ଦେଇଛନ୍ତି | ହେଲେ ଲିଳିମା କହିଛନ୍ତି ଉପଜିଲ୍ଲାପାଳ ନିଜେ ଯାଇ ତାଙ୍କ ଉପସ୍ଥିତିରେ ଜମି ମାପି ତାଙ୍କୁ ନ୍ୟାୟ ଦିଅନ୍ତୁ ଓ ଠିକାଦାରଙ୍କ ଆତଙ୍କରୁ ରକ୍ଷା କରନ୍ତୁ | 

0
0
0
s2sdefault