ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କୁ ସୋହେଲା ଓ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା  ।।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସୋହେଲା(ଶାସକ ପ୍ରଶାସକ) :- ସାଧାରଣ ନିର୍ବାଚନ ରେ ଭଟଲି ନିର୍ବାଚନ ମଣ୍ଡଳୀରୁ ନିଜର ବିରୋଧୀମାନଙ୍କୁ ଶୋଚନୀୟ ପରାଜୟର ସ୍ୱାଦ ଚଖେଇବା ସହ ଭଟଲି ନିର୍ବାଚନ ମଣ୍ଡଳୀରେ ହ୍ୟାଟ୍ରିକ ଅର୍ଜ୍ଜନ କରିବା ପରେ ବିଜେଡି ସୁପ୍ରିମୋଙ୍କର ଆସ୍ଥା ଜିଣି  ଲଗାତାର  ଦ୍ଵିତୀୟ ଥର ପାଇଁ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଯୁବ ନେତା ସୁଶାନ୍ତ ସିଂହ । ତାଙ୍କ ଦକ୍ଷତା ଓ କର୍ତ୍ତବ୍ୟ ନିଷ୍ଠାକୁ ଆଧାର  ତାଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଗୁରୁତ୍ୱପୁର୍ଣ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଉ ଶ୍ରମ -ଇଏସଆଇ ବିଭାଗ |

ସବୁ ଚାଲେଞ୍ଜକୁ ଗ୍ରହଣ କରି ସଫଳ ହେବାରେ ଧୁରନ୍ଧର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ମନ୍ତ୍ରୀ ଭାବେ ଶପଥ ନେବା ପରେ  ନିଜ ନିର୍ବାଚନ ନିର୍ବାଚନ ମଣ୍ଡଳୀକୁ ଆସିଥିଲେ । ସକାଳୁ ବରଗଡ଼ ଠାରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା  ଜ୍ଞାପନ କରାଯାଇଥିଲା । ଏହା ପରେ  ମନ୍ତ୍ରୀ ଶ୍ରୀ ସିଂ ସୋହେଲା ଅଭିମୁଖେ ବାହାରିଥିଲେ । ସୋହେଲା ପୂର୍ବରୁ ଦସମାଇଲ ଛକ ଠାରେ ସେହି ଗ୍ରାମର ବଣିକ ସଂଘ ଓ ନାଗରିକ କମିଟିର ସହ ସହ ଲୋକ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ୱାଗତ କରିଥିଲେ । ଏହାପରେ ସୋହେଲା ବିଜୁ ଯୁବ ଜନତ ଦଳ ର କର୍ମୀମାନେ ଯୁବନେତା ଶ୍ରୀ ସୁବ୍ରତ ସିଂ ଙ୍କର ନେତୃତ୍ୱରେ ଏକ ବିଶାଳ ବାଇକ ରେଲିରେ ମନ୍ତ୍ରୀ ଙ୍କୁ ଦସମାଇଲ ଛକ ରୁ ସୋହେଲା ପର୍ଯନ୍ତ ଅଣାଯାଇଥିଲା । ଏହି ରେଲିକୁ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ଗଣତନ୍ତ୍ର ପ୍ରଧାନ , ସୋହେଲା ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଜୀବର୍ଧନ ବରିହା, ଶ୍ରୀ କୁଳମଣି ଦିୱାନ, ଶ୍ରୀ ରାଜେଶ ଅଗ୍ରୱାଲ , ଶ୍ରୀ ପ୍ରଫୁଲ୍ଲ ପ୍ରଧାନ, ଶ୍ରୀ ମୁକୁନ୍ଦ ସା , ଶ୍ରୀ ପ୍ରକାଶ ଗଡ଼ଟିଆ, ଶ୍ରୀ ଚୈତନ୍ୟ ବରିହା , ଶ୍ରୀ ସତ୍ୟ ନାରାୟଣ ପ୍ରଧାନ , ଧୀରେନ୍ଦ୍ର ବେହେରା, ଲିଙ୍ଗରାଜ ଗୁରୁ , ଶ୍ରୀ ମନ ବାରିକ, କାର୍ତିକ ବାଗ , ରାମ ସାହୁ, ପ୍ରମୁଖ ବାଇକ ରେଲିକୁ ପରିଚାଳନା କରି ଥିଲେ । 

       ବାଇକ ରେଲି ସୋହେଲାକୁ ପହଂଚିବା ପରେ ମନ୍ତ୍ରୀ ଶ୍ରୀ ସିଂ ପ୍ରଥମେ ମାଁ ଦୁର୍ଗାଙ୍କର ମନ୍ଦିରକୁ ଯାଇ ମାଁ ଙ୍କର ଆଶୀର୍ବାଦ ନେଇଥିଲେ । ଏହାପରେ ସୋହେଲା ଦୁର୍ଗାପୂଜା କମିଟି ଦ୍ୱାରା ସାଂସ୍କୃତିକ ଭବନ ଠାରେ ଆୟୋଜିତ ଏକ ସମ୍ମର୍ଧନା ସଭାରେ ଦୁର୍ଗାପୂଜା କମିଟିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଙ୍କର ସଭାପତିତ୍ୱ ରେ ପୂର୍ବତନ ବିଧାୟକ ଶ୍ରୀ ମହମ୍ମଦ ରଫିକ , ଲଳିତ ଅଗ୍ରୱାଲ ,ନାତୁ ଅଗ୍ରୱାଲ , ଟଙ୍କଧର ଝଙ୍କାର , ଦିଲୀପ ଖମରି , ଗାଡି ମାଲିକ ସଂଘ , ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନ୍ୟବର ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ମର୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଦେବତା ଭଟଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ମାନ୍ୟବର ମନ୍ତ୍ରୀ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଓ ସମସ୍ୟା ଗୁଡିକ ର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । 

      ଶେଷରେ ମନ୍ତ୍ରୀଙ୍କୁ ମାରବାଡି ସମାଜ ତରଫରୁ ମଧ୍ୟ ଭାବ୍ୟ ସମ୍ବର୍ଦ୍ଧନା  ଜ୍ଞାପନ କରାଯାଇଥିଲା । ଏହି ସ୍ଥାନରେ ଜଳାନ ଫାଉଣ୍ଡେସନ ତରଫରୁ ପ୍ରଦାନ କରାଯାଇଥିବା ଏକ ପଞ୍ଚଳକ୍ଷ ଟଙ୍କାର ପାନୀୟ ଜଳ RO କୁ ମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଆଜିକାର ଏହି  ସମ୍ବର୍ଦ୍ଧନା ଓ ବିଭିନ୍ନ ରାଲିରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।।।

 

0
0
0
s2sdefault