ହେଡଲାଇନସ୍:

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପ୍ରଶାସନ ର ଅଣଦେଖା ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁଚିଣ୍ଡା(ଅଜୟ କୁମାର ବାଘ)ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଚାରଭାଟି ଗ୍ରାମର ଗୋପାଳ ଧାନ (୭୨) ତାଙ୍କର ପତ୍ନୀ ବିମଳା ଧାନ (୭୦) ୫୦ ବର୍ଷୀୟ ପୁଅ ଓ ଦୁଇ ନାତି ସହ ରହୁଛନ୍ତି । ଗୋପାଳ ମଜୁରୀ କରି ବଞ୍ଚିବା ପାଇଁ ଆଜି ସଂଗ୍ରାମ କରୁଥିବା ଦେଖାଦେଇଛି । ତାଙ୍କ ପତ୍ନୀ ଅସହାୟ ହୋଇ ରହିଛନ୍ତି । ପରିବାର ଘୋର ଅସୁବିଧା ରେ ଚଲୁଥିବା ଦେଖାଯାଇଛି ।ଗତ ୨୦୦୧ ମସିହା ରେ ବନ୍ୟା ରେ ସଂପୃକ୍ତ ପରିବାର ର ଘର ଧୋଇ ଯାଇଥିଲା । ସେତେବେଳେ ପ୍ରଶାସନ ପକ୍ଷରୁ ଏକ ଇନ୍ଦିରା ଆବାସ ଗୃହ  ମିଳିଥିଲା । କିନ୍ତୁ ଗୃହ ଟି ଭାଙ୍ଗି ଯାଇଛି ।ଭଙ୍ଗା କୁଡ଼ିଆ ଘରେ ପରିବାର ରହୁଥିବାର ଦେଖିବାକୁ ମିଳିଛି । ଏସଂକ୍ରାନ୍ତରେ ପରିବାର ବାରମ୍ବାର ପଞ୍ଚାୟତ କତ୍ତୃପକ୍ଷ ଓ ବ୍ଲକ କତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କୌଣସି ସହଯୋଗ ମିଳୁନଥିବା ଅଭିଯୋଗ ହୋଇଛି । ଏଦିଗରେ ପ୍ରଶାସନ ଆବଶ୍ୟ ତଦନ୍ତ କରି ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l

 

0
0
0
s2sdefault