ହେଡଲାଇନସ୍:

ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା /ସରୋଜ କୁମାର ସାହୁ :  ଜୁଲାଇ ୪ ତାରିଖ ଠାରୁ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଅଛି । ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ବୋର୍ଡ ଅଧ୍ୟକ୍ଷ ତଥା ରାୟଗଡା ତହସିଲଦାର ଉମାକାନ୍ତ ବେହେରା ବୈଠକରେ ରଥ ନିର୍ମାଣ ଠାରୁ ଆରମ୍ଭ କରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କିପରି ସୁରୁଖୁରୁରେ ସଂପାଦନ  ହୋଇପାରିବ ସେ ନେଇ ନିଜର ବିବରଣୀ ରଖିଥିଲେ । ରଥ ନିର୍ମାଣ ନିମନ୍ତେ ଆବଶ୍ୟକ ପଡୁଥିବା କାଠ ବନ ବିଭାଗକୁ ଚିିଠି କରାଯାଇଛି । ନିର୍ମାଣ ରଥର ରଙ୍ଗ ଦେବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗକୁ, ବିଦ୍ୟୁତ ସଂଯୋଗ ନିମନ୍ତେ ସାଉଥ କୋ ବିଭାଗକୁ, ଟେଂଟ, ଲାଇଟ ଓ ସାଉଣ୍ଡ ସିଷ୍ଟମ ପାଇଁ ରାଜସ୍ୱ ନିରୀକ୍ଷକ, ରଥ ନିର୍ମାଣ ପରେ ରଥର ଉପଯୋଗର ପ୍ରମାଣ ପତ୍ର ପୂର୍ତ ବିଭାଗକୁ, ଯାତ୍ରା ସମୟରେ ଗାଡି ପାର୍କି ଓ ଟ୍ରିଫିକ ନିୟନ୍ତ୍ରଣ ସହ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ପାଇଁ ପୋଲିସ ବିଭାଗକୁ, ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଜନସ୍ୱାସ୍ଥ୍ୟ ଓ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ, ପରିମଳ ଓ ପରିଚ୍ଛନ ନିମନ୍ତେ ପୌରସଂସ୍ଥା ବିଭାଗକୁ, ଅଗ୍ନି ନିର୍ବାପନ ବ୍ୟବସ୍ଥା ନିମନ୍ତେ ଅଗ୍ନିଶମ ବିଭାଗକୁ ସହ ଯୋଗ ମଗାଯାଇଛି । ଏଥି ସହ ରଥ ଯାତ୍ରା ନିମନ୍ତେ ଅର୍ଥ ସଂଗ୍ରହ ପାଇଁ ପିଏ, ଆଇଟିଡିଏ, ଜିଲ୍ଲା ମଙ୍ଗଳ ବିଭାଗ ଓ ଜଳ ବିଭାଜିକା ବିଭାଗକୁ କୁହାଯାଇଛି । ଜଗନ୍ନାଥଙ୍କ ଭୋଗ ପ୍ରସ୍ତୁତି କରି ବିକ୍ରି ନିମନ୍ତେ ତହସିଲଦାର ଓ ଭୋଗ କମିଟିକୁ, ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ବିଭାଗ, ଏସିଏଫ ପ୍ରଦୀପ ଭତ୍ରାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଜଗତର ନାଥ ଜଗନ୍ନାଥଙ୍କ ରଥ ଯାତ୍ରା ଯେପରି ସୁରୁଖୁରୁରେ ସଂପାଦନ ହୋଇପାରିବ ସେଥି ପାଇଁ ସମସ୍ତେ ସହ ଯୋଗ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ବେହେରା କାମନା କରିଛନ୍ତି । ଏହି ପ୍ରସ୍ତୁତି  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର, ପିଡି, ଡିଆରଡିଏ ଅମୃିତ ଋତୁରାଜ, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜଗନ୍ନାଥଙ୍କ ସେବାୟତ ଭାବେ କେଦାର ପଣ୍ଡା, ସୁନିଲ ଚନ୍ଦ୍ର ପଣ୍ଡା, ବାପି ତ୍ରିପାଠୀ, ଅଜୟ ରଥ, ସତ୍ୟ ପାଢୀ,  ପ୍ରମୁଖ ଉପସ୍ଥିତ ଥିଲେ ।  

0
0
0
s2sdefault