ହେଡଲାଇନସ୍:

ପ୍ରତାପଙ୍କୁ ଚିଠି ଲେଖିଲେ ଶାନ୍ତନୁ : ଗୋ-ହତ୍ୟା ଓ ପଶୁ କ୍ରୁରତାକୁ ରୋକିବାକୁ ଦାବି 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାଉରକେଲା- କେନ୍ଦ୍ର ସରକାରଙ୍କ ପଶୁପାଳନ ମନ୍ତ୍ରୀ ଭାବରେ ଆଜି ପ୍ରତାପ ଷଡଙ୍ଗୀ ଦାୟିତ୍ୱ ଗ୍ରହଣ କଲାପରେ ତାଙ୍କୁ ଚିଠି ଲେଖିଛନ୍ତି ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶୁ-ଅଧିକାର କର୍ମୀ ଶାନ୍ତନୁ କୁସୁମ। ଗୋ-ହତ୍ୟାକୁ ବନ୍ଦ କରିବା ସହିତ ପଶୁ କ୍ରୁରତାକୁ ସମ୍ପୁର୍ଣ୍ଣ ରୁପେ ରୋକିବା ପାଇଁ ଶ୍ରୀ କୁସୁମ ତାଙ୍କ ଚିଠିରେ ଦାବି କରିଛନ୍ତି। ପ୍ରତାପଙ୍କୁ ଲେଖିଥିବା ଚିଠିରେ ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ,  ଗୋ-ମାତାର ସୁରକ୍ଷା ପ୍ରସଙ୍ଗକୁ ନେଇ 1857 ମସିହାରେ ସ୍ବାଧୀନତା ସଂଗ୍ରାମର ମୂଳଦୁଆ ପଡିଥିବା ବେଳେ,ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ଭାରତରେ ସରକାରୀ ସ୍ବୀକୃତିରେ ଗୋ-ହତ୍ୟା ହେବା ଦୁର୍ଭାଗ୍ୟଜନକ। ଏଭଳି ଗୋ-ହତ୍ୟା ସ୍ବାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ଅପମାନ ସଦୃଶ ଅଟେ। ଗାଈ ହେଉଛି ହିନ୍ଦୁ ଧାର୍ମିକ ଆସ୍ଥା ବିଶ୍ୱାସର କେନ୍ଦ୍ରବିନ୍ଦୁ। ଗାଈକୁ ଛାଡି ହିନ୍ଦୁ ସମାଜ ଓ ସଂସ୍କୃତିର ପରିକଳ୍ପନା କେବେ ସମ୍ଭବ ନୁହେଁ। ହେଲେ ହିନ୍ଦୁସ୍ଥାନ ନାମରେ ପରିଚିତ ଭାରତରେ ଯେଭଳି ଭାବରେ ସରକାରୀ ସ୍ବୀକୃତିପ୍ରାପ୍ତ କଂସେଇଖାନାରେ ଗୋ-ହତ୍ୟା ଚାଲିଛି ତାହା ହିନ୍ଦୁ ଧାର୍ମିକ ଆସ୍ଥା ପ୍ରତି କୁଠାରଘାତ ଅଟେ। ତାଛଡା ଭାରତୀୟ ସମ୍ବିଧାନର PAC (Prevention of Animal cruelty) ନାମରେ ପଶୁ କ୍ରୁରତା ବିରୁଦ୍ଧରେ କଠୋର ଆଇନ ରହିଥିବା ସତ୍ତ୍ୱେ ଏଭଳି ଜଘନ୍ୟ ଗୋ-ହତ୍ୟା ସମ୍ବିଧାନର ମଧ୍ୟ ବିରୁଦ୍ଧାଚରଣ ଅଟେ। ଶ୍ରୀ କୁସୁମ ଆହୁରି ଦର୍ଶାଇଛନ୍ତି ଯେ ଏକ ଗଣତନ୍ତ୍ର ରାଷ୍ଟ୍ରରେ ନାଗରିକଙ୍କ ଦୁଃଖ କୁ ହୃଦୟଙ୍ଗମ କରିବା ନିର୍ବାଚିତ ସରକାରଙ୍କ ପ୍ରଥମ ଦାୟିତ୍ୱ। ହେଲେ ସ୍ବାଧୀନତାର 72 ବର୍ଷ ଧରି ହିନ୍ଦୁ ସମାଜର ଦାବିକୁ ସରକାର ଯେଭଳି ଅଣଦେଖା କରିଛନ୍ତି ତାହା ସମ୍ପୁର୍ଣ୍ଣ ରୁପେ ଗଣତନ୍ତ୍ରର ବିରୁଦ୍ଧାଚରଣ ଅଟେ। ତେଣୁ ଗଣତନ୍ତ୍ରର ମୁଲ୍ୟକୁ ପ୍ରତିପାଦିତ କରିବାକୁ ଯାଇ ଭାରତରେ ଗୋ-ହତ୍ୟାକୁ ନିଷିଦ୍ଧ କରିବା ସହିତ ପଶୁ କ୍ରୁରତାକୁ ସମ୍ପୁର୍ଣ୍ଣ ରୁପେ ରୋକିବା ପାଇଁ ଶ୍ରୀ କୁସୁମ ତାଙ୍କ ଚିଠିରେ ଦାବି କରିଛନ୍ତି |

0
0
0
s2sdefault