ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାକୁ ସତ୍ୟ ପ୍ରମାଣିତ କରି ଓଡିଶା ବିଧାନସଭାର ବାଚସ୍ପତି ହୋଇଛନ୍ତି ବିଜେଡିର ବରିଷ୍ଠ ତଥା ଅଭିଜ୍ଞ ନେତା, ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର | ଆଜି ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିବା ଏ ସମ୍ପର୍କିତ ପ୍ରସ୍ତାବକୁ ବିଧାୟକମାନେ ସମର୍ଥନ କରିଛନ୍ତି | ଫଳରେ ଶ୍ରୀ ପାତ୍ର ଷୋଡଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି |
ଶ୍ରୀ ପାତ୍ରଙ୍କ ଭଳି ଦକ୍ଷ ତଥା ଅଭିଜ୍ଞ ସର୍ବୋପରି ଉପସ୍ଥିତ ବୁଦ୍ଧି ସମ୍ପନ୍ନ ରାଜନେତା ଚଳିତ ବିଧାନସଭାର ବାଚସ୍ପତି ହେବା ରାଜନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ |