ହେଡଲାଇନସ୍:

ବୁଣାକାର ଓ କାରିଗରଙ୍କ ସର୍ବାଙ୍ଗୀନ ଉନ୍ନତି ଆମର ଲକ୍ଷ୍ୟ ହେବା ଆବଶ୍ୟକ : ମନ୍ତ୍ରୀ ଶ୍ରୀମତୀ ଦିଆନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ବିଭାଗୀୟ କାର୍ଯ୍ୟାବଳୀ ସମୀକ୍ଷା

ବୁଣାକାର ଓ କାରିଗରଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ ଉପରେ ଗୁରୁତ୍ୱ

ଭୁବନେଶ୍ୱର,(ଶାସକ ପ୍ରଶାସକ): ବୁଣାକାର ଓ କାରିଗରମାନେ ହେଉଛନ୍ତି ଆମ ରାଜ୍ୟର ଗର୍ବ ଓ ଗୌରବା ସେମାନଙ୍କ ମାଧ୍ୟମରେ ଆମ କଳା ଓ ସଂସ୍କୃତି ସମଗ୍ର ବିଶ୍ୱରେ ପରିଚିତି ଓ ପ୍ରଶଂସା ପାଇଛିା ତେଣୁ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ଆମର ଲକ୍ଷ୍ୟ ହେବା ଆବଶ୍ୟକା ଏଥି ପାଇଁ ବୁଣାକାର ଓ କାରିଗରମାନଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ କରିବା ସହ ସେମାନଙ୍କ ନିକଟରେ ପହଂଚିବା ପାଇଁ ପ୍ରଚେଷ୍ଟା କରିବାକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ

ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ପରାମର୍ଶ ଦେଇଛନ୍ତିା ନୂତନ ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀମତୀ ଦିଆନ ବିଭାଗ ପରିଦର୍ଶନ କରିବା ସହ ବିଭାଗୀୟ କାର୍ଯ୍ୟାବଳୀର ସମୀକ୍ଷା କରିଥିଲୋ ମନ୍ତ୍ରୀଙ୍କୁ ବିଭାଗ ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲାା 

ଏହି ସମୀକ୍ଷା ସମୟରେ ବିଭାଗୀୟ ଅଧିକାରୀମାନେ ମନ୍ତ୍ରୀଙ୍କୁ ବିଭାଗର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲୋ ଏଥିସହିତ ବୁଣାକାର ଓ କାରିଗରମାନଙ୍କ ଜୀବନଜୀବିକା ଏବଂ ସାମାଜିକ ସଶକ୍ତିକରଣ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ଅବଗତ ହୋଇଥିଲୋ ସମୀକ୍ଷା ସମୟରେ ମନ୍ତ୍ରୀ ଶ୍ରୀମତୀ ଦିଆନ ଫନୀ କ୍ଷତିଗ୍ରସ୍ତ ବୁଣାକାର ଓ କାରିଗରମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲୋ କୋଟପାଡ଼ ହସ୍ତତନ୍ତ ବସ୍ତ୍ରର ସମଗ୍ର ଦେଶରେ ବିଶେଷ ଚାହିଦା ଓ ଆକର୍ଷଣ ଥିବାରୁ ଏହି ଅଞ୍ଚଳର ବିଶେଷ ବିକାଶ ଉପରେ ଧ୍ୟାନ ଦିଆଯିବା ସହ କୋଟପାଡ଼ର ବୁଣାକାରମାନଙ୍କ ନିକଟରେ କଞ୍ଚାମାଲ ଉପଲବ୍ଧ ହେବ ସେଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲୋ

ମନ୍ତ୍ରୀଙ୍କ ସମୀକ୍ଷା ସମୟରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସ୍ୱତନ୍ତ୍ର ସଚିବ ଶ୍ରୀ ଶ୍ରୀକାନ୍ତ ପୃଷ୍ଟି, ଯୁଗ୍ମ ସଚିବ ଶ୍ରୀ ବୃନ୍ଦାବନ ବେହେରା ଓ ଶ୍ରୀମତୀ ଅଞ୍ଜନା ପଣ୍ଡା, ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ବାରିକ, ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ଶ୍ରୀ ବସନ୍ତ ଦାସ ତଥା ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲୋ 

 

 

0
0
0
s2sdefault