ଭୁବନେଶ୍ୱର, (ଶାସକ ପ୍ରଶାସକ) : ରାଜ୍ୟରେ ଶିଳ୍ପ ଭିତ୍ତିଭୂମିର ବ୍ୟାପକ ବିକାଶ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଅଧିକ ପୁଞ୍ଜିନିବେଶକୁ ସବୁମନ୍ତେ ଉତ୍ସାହିତ କରିବା ଉପରେ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଗୁରୁତ୍ୱାରୋପ କରିଛନ୍ତି |
ନୂତନ ଶିଳ୍ପମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି କ୍ୟାପ୍ଟେନ୍ ମିଶ୍ର ଶିଳ୍ପ ବିଭାଗ ପରିଦର୍ଶନ କରିବା ସହିତ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତିା ଆସନ୍ତା ୫ ବର୍ଷ ମଧ୍ୟରେ ଶିଳ୍ପ ବିଭାଗର ଅଗ୍ରଣୀ କାର୍ଯ୍ୟକ୍ରମ ତଥା ବିଭିନ୍ନ ଯୋଜନା ବାବଦରେ ମନ୍ତ୍ରୀ ସମୀକ୍ଷା କରିଥିଲୋ ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ନୂତନ ଶିଳ୍ପନୀତି ଅଧିକ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଶିଳ୍ପ ଭିତ୍ତିଭୂମିର ବ୍ୟାପକ ଅଭିବୃଦ୍ଧି ଉପରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଗୁରୁତ୍ୱ ଦେଇଥିଲୋ
ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା ବିଗତ ୫ ବର୍ଷରେ ଶିଳ୍ପ ବିଭାଗର ବିଭିନ୍ନ ସଫଳତା ସମେତ ବିଭାଗର ଇଜ୍ ଅଫ୍ ଡୁଇଂ ବିଜିନେସ୍, ଦକ୍ଷତା ବିକାଶ, ପୁଞ୍ଜିନିବେଶରେ ଅଭିବୃଦ୍ଧି ଏବଂ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ସମେତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲୋ ପରିଦର୍ଶନ ଓ ସମୀକ୍ଷା ସମୟରେ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲୋ