ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜ୍ଜନ ଦିବସ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏହି ଅବସରରେ ସକାଳ ୭ଟାରେ ଏକ ସଚେତନତା ଶୋଭାଯାତ୍ରା ସିଡିଏମଓଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲେ । ସିଡିଏମଓ ଡଃ ଗୁୁନୁରାଣି ପଟ୍ଟନାୟକଙ୍କର ସଭାପତିତ୍ୱରେ ଏବଂ ଡିପିଏମ ସୌମ୍ୟା ରାଣି ଗୌଡଙ୍କ ସଂଯୋଜନାରେ ଜିଲ୍ଲାପାଳ ଅନୁପମ ସାହା ଯୋଗ ଦେଇ ଆଜିକାଲି କର୍କଟ ରୋଗ ସବୁ ସ୍ତରରେ ବଢି ବଢି ପହଞ୍ଚିଗଲାଣି । ତମାଖୁ ସେବନ ହିଁ ଏହାର ମୁଳ କାରଣ । ଏଣୁ ତମାଖୁ ସେବନ ଦ୍ୱାରା ହେଉଥିବା କର୍କଟ ରୋଗକୁ ଦୁରେଇ ଦେବା ପାଇଁ ସ୍କୁଲ ଓ କଲେଜରେ ଏଥିପାଇଁ ସଚେତନ କରାଯିବା ଜରୁରୀ । ତମାଖୁ ମୁକ୍ତ ସମାଜ ଗଠନ ପାଇଁ ସଚେତନ ହେବା ସହ ମାନସିକତାର ପରିବର୍ତ୍ତନ ହେବାର ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ କରିଥିଲେ ।  ଶେଷରେ ଏହି ଅବସରରେ ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ସମସ୍ତଙ୍କୁ ତମାଖୁ ବର୍ଜ୍ଜନ ଉପରେ ଶପଥ ପାଠ କରାଇଥିଲେ ।

 

0
0
0
s2sdefault