ପାଇକମାଳ(ଶାସକ ପ୍ରଶାସକ) : ମାନବ ସେବାହିଁ ମାଧବ ସେବା । ସାଧାରଣ, ଅନାଥ ଓ ଗରିବ ନିରାଶ୍ରିତ ଲୋକଙ୍କ ସେବା ହିଁ ସର୍ବଶ୍ରେଷ୍ଠ ସେବା । ପାଇକମାଲ ଅଂଚଳର କିଛି ଯୁବକ ସ୍ବେଚ୍ଛାସେବୀ ବନ୍ଧୁଙ୍କର ପ୍ରୟାସରେ ଗତ କିଛି ମାସ ପୂର୍ବେ ପାଇକମାଲଠାରେ ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମ ସ୍ଥାପନ କରାଯାଇଥିଲା । ଏହି ବୃଦ୍ଧାଶ୍ରମରେ ପ୍ରାୟ 10 ଜଣ ଅନ୍ତେବାସୀ ରହି ଆସୁଥିଲେ। ଆଜି ଏହି ଆଶ୍ରମର ଜଣେ 70 ବର୍ଷୀୟ ଅନ୍ତେବାସୀ ଶ୍ରୀ ମଦନ ଲୁହରଙ୍କର ପରଲୋକ ହେଇଯାଇଛି । ଦିପହର ପ୍ରାୟ 12ଟା ସମୟରେ ଶ୍ରୀ ଲୁହାରଙ୍କର ପରଲୋକ ହେଇଥିଲା । ଏହି ଖବର ପାଇବା ପରେ ଆଶ୍ରମ ସହିତ ପ୍ରତକ୍ଷ ଭାବରେ ଜଡିତ ସ୍ବେଚ୍ଛାସେବୀ ବନ୍ଧୁ ମାନେ ତୁରନ୍ତ ଆଶ୍ରମକୁ ପହଂଛି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ପାଇକମାଲ ଥାନା ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ । ଏହାପରେ ହିନ୍ଦୁ ରୀତିନୀତି ଅନୁସାରେ ଆଶ୍ରମ ପରିଚାଳନା କମିଟିର ସ୍ବେଛାସେବୀ ଶ୍ରୀ ରାଜେଶ ସା , ମନୋଜ ପ୍ରଧାନ , ଆଶୁତୋଷ ସାହୁ , ବିକି କାଳିଆ , ଆକାଶ ପାଣିଗ୍ରାହୀ,ସୁନୀଲ ନାଗ, ଆଶିଷ ଦାସ, ଗୋଲୁ ଅଗ୍ରୱାଲ, ରଶ୍ମି ରଂଜନ ହଂଶ, ରୋହିତ ରଣା, ରମେଶ ଅଗ୍ରୱାଲ , ସୁଖେଇ ପତି ପ୍ରମୁଖ ମୃତକ ଙ୍କର ଅନ୍ତେଷ୍ଟିକ୍ରିୟା ସମାପନ କରିଥିଲେ । ମୃତକ ଙ୍କର କୋଣସି ସମ୍ପର୍କୀୟ ମାନେ ମୃତଦେହ ନେବାକୁ ମନା କରିବା ପରେ ଆଶ୍ରମ ର ଯୁବ ସ୍ବେଚ୍ଛାସେବୀ ବନ୍ଧୁ ମାନଙ୍କର ଦ୍ୱାରା କରାଯାଇଥିବା ଏହି ମହତ କାର୍ଯକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।
ରାଜ୍ୟ
ଆଖି ବୁଜିଲେ ଵୃଦ୍ଧାଶ୍ରମ ଅନ୍ତେବାସୀ : ସତ୍କାର କଲେ ଵୃଦ୍ଧାଶ୍ରମର ସ୍ବେଛାସେବୀ
- Hits: 3309