ହେଡଲାଇନସ୍:

ଭାଲୁ ରାଂପୁଡାରେ ଯୁବକ  ଗୁରୁତର 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଧର୍ମଗଡ଼ରୁ ସୁଶାନ୍ତ ରାଉତ :କୋକସରା  ଖଲିଗଡ ଗ୍ରାମର ଜଣେ ଯୁବକ ଆଜି ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି । ପ୍ରାପ୍ତ ସୂଚନା ମତେ କୋକସରା ବ୍ଲକର ଏହି ଅଞ୍ଚଳରେ ଅନେକ ବନ୍ୟ ଜନ୍ତୁ ନିର୍ଭୟରେ ବସବାସ କରନ୍ତି । ଖଲିଗଡ଼ ଗ୍ରାମର ପାରେଶ୍ବର ଚଲାନ (୩୦) ଆଜି ମଧ୍ୟାହ୍ନରେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଖବରପାଇ ବନ ବିଭାଗ କର୍ମଚାରୀ ବୃନ୍ଦାବନ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା କରାଇବାସହ ଜନସାଧାରଣ ଙ୍କୁ ବନ୍ୟ ହିଂସ୍ର ଜନ୍ତୁ ପ୍ରତି ସତର୍କ ରହିବା ପାଇଁ ସଚେତନ କରେଇ ଥିଲେ

0
0
0
s2sdefault