ହେଡଲାଇନସ୍:

 କେନ୍ଦ୍ରସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଏମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ଆୟୋଜିତ ସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେଯେ ରାଜ୍ୟସରକାର ଗରିବଙ୍କ ପାଇଁ ଆହାର ଯୋଜନା କରିଛି ହେଲେ ଏଥିରେ କେନ୍ଦ୍ର କୌଣସି ସହାୟତା ଦେଉନାହିଁ । ଆମେ ନିଜସ୍ୱ ଉଦ୍ୟମ ଓ ଯୋଜନାରେ ଟଙ୍କାକିଆ ଚାଉଳ ଯୋଗାଉଛୁ । ରାଜ୍ୟରେ ଗରିବଙ୍କୁ ଟଙ୍କାକିଆ ଚାଉଳ ସହାୟତା ଦେବା ପାଇଁ କେନ୍ଦ୍ର ମନା କରିଦେଲା । ତିତିଲି ମହାବାତ୍ୟା ବେଳେ କାହାର ଦେଖା ମିଳିଲା ନାହିଁ ସହାୟତା ମଧ୍ୟ ଠିକରେ ମିଳିଲାନି । ଗଜପତିରେ ତିତିଲି ମହାବାତ୍ୟା ବେଳେ ବହୁ ଧନ  ଜୀବନ ଗଲା, ହେଲେ ଏଥିରେ କେନ୍ଦ୍ର ପ୍ରଥମେ ଆନ୍ଧ୍ରକୁ ସାହାଯ୍ୟ କଲା । କୌଣସି କ୍ଷେତ୍ରରେ ହେଲେ ଓଡିଶାକୁ କେନ୍ଦ୍ର ସହାୟତା ନଦେଇ ଅବହେଳା କରିଆସୁଛି । ଓଡିଶାର ଗରିବଙ୍କ ପ୍ରତି କେନ୍ଦ୍ରର ଏଭଳି ଅବହେଳା କାର୍ଯ୍ୟ ଠିକ କି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ଓଡିଶା ଚାଷୀ କଲ୍ୟାଣକୁ ଆମ୍ଭେ ଏକ ନମ୍ୱରରେ ରଖିଛୁ । କାଳିଆ ଯୋଜାନାରେ ଚାଷୀ ମାନେ ବେଶ ଉପକୃତ ହେବେ । ଜଣେ ହେଲେ ଚାଷୀ କାଳିଆ ଯୋଜନାରେ ମୁଁ ବଞ୍ଚିତ ହେବାକୁ ଦେବି ନାହିଁ । ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସାଢେ ଚାରି କୋଟି ଓଡିଶା ବାସୀଙ୍କ ସେବା କରି ଚାଲିଥିବି କହି ବ୍ରହ୍ମପୁର ଲୋକସଭା ପ୍ରତିଦ୍ୱନ୍ଦିତା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ଏବଂ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥିନୀ ସୁଶ୍ରୀ କଲ୍ୟାଣୀ ଦେବୀଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ଏବଂ ପାରଳାଖେମୁଣ୍ଡି ବିଧାନ ସଭା ପାଇଁ ପ୍ରାର୍ଥୀନୀ କଲ୍ୟାଣୀ ଦେବୀ ଓଡିଶାର ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ଉପରେ କହି ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ୱାନ କରିଥିଲେ ।  ପରେ ମୁଖ୍ୟମନ୍ତ୍ରୀ ରୋଡସୋ ରେ ବାହାରି ପାରଳାଖେମୁଣ୍ଡି ସହର ପରିକ୍ରମା କରି ଦଳୀୟ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ବିଜୟୀ କରିବା ପାଇଁ ନିବେଦନ କରିଥିଲେ ।

 

 

0
0
0
s2sdefault