ହେଡଲାଇନସ୍:

ନିର୍ବାଚନ ପାଇଁ ପୋଲିସ ଏବଂ ସିଆରପିଏଫର ଫ୍ଲାଗ୍ ମାର୍ଚ୍ଚ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ  /ସରୋଜ ସାହୁ  – ଅବାଧ, ନିରପେକ୍ଷ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ଆଜି ରାୟଗଡା ପୋଲିସ ଓ ସିଆରପିଏଫ ପ କ୍ଷରୁ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣ ବିବେକ ଏମ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଫ୍ଲାଗ ମାର୍ଚ୍ଚ ହୋଇଥିଲା । ସିଆରପିଏଫର ୨ ପ୍ଲାଟୁନ (୧୦୦ ଜବାନ ) ଏବଂ ରାୟଗଡା ପୋଲିସର ଜବାନ ମାନେ ସହର ପରିକ୍ରମା କରିଥିଲେ । ରାୟଗଡା ମୁଖ୍ୟ ବଜାର, ଅଣ୍ଡର ଗ୍ରାଉଣ୍ଡ ରାସ୍ତା ,ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରାସ୍ତା ଦେଇ ଏମ.ଆଇ .ଡିଭିଜନ ରାସ୍ତା ଦେଇ ସିଆରପିଏଫ କ୍ୟାମ୍ପରେ ପହଂଚିଥିଲେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ମାଓବାଦୀ ପକ୍ଷରୁ ବନ୍ଦ ଡାକାର ଦିଆଯାଇଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ନେଇ ରାୟଗଡା ଏସ.ପି ଡଃ ଶ୍ରବଣ ବିବେକ ଏମ ପ୍ରକାଶ କରିଛନ୍ତି । ଏଥି ନିର୍ବାଚନ ସମୟରେ ଅପ୍ରତିକର ପରିସ୍ଥିତର ସାମ୍ନା କରିବା ପାଇଁ ରାୟଗଡା ପୋଲିସ ସଜାଗ ଥିବା ମଧ୍ୟ ଏସ.ପି ପ୍ରକାଶ କରିଛନ୍ତି । ଆଜିର ଏହି ଫ୍ଲାଗ୍ ମାର୍ଚ୍ଚ ସମୟରେ ଅତିରିକ୍ତ ଏସ.ପି ଭି.ରଘୁନାଥ ରାଓ, ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault