ବିଜେପୁର :-ସୁଶାନ୍ତ ସାହୁ ଭକ୍ତି, ନିଷ୍ଠା, ସମର୍ପଣ ଓ ସତ୍କର୍ମର ପ୍ରତୀକ ହେଉଛି ଯଜ୍ଞ ବିପଦମୁହାଁ ବିଶ୍ୱକୁ ରକ୍ଷା କରିବାକୁ ହେଲେ ଧାମିର୍କ ଚେତନା ଓ ରାଷ୍ଟ୍ର ଜାଗରଣ ହିଁ ସଠିକ ମାର୍ଗ ବୋଲି ବିଜେପୁରରେ ଆୟୋଜିତ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞରେ ସାଧୁ ସନ୍ଥମାନେ ପରାମର୍ଶ ଦେଇଛନ୍ତି। ୧୦୮ଟି ଯଜ୍ଞ କୁଣ୍ଡରେ ପୂଜାର୍ଚ୍ଚନା ସହ ହୋମ ହୋଇଥିଲା l ୧୦୮ ଦମ୍ପତି ପୂଜାରେ କର୍ତ୍ତା ଦାୟିତ୍ଵ ତୁଲାଉଛନ୍ତି। ଆଜିର ପୂଜାରେ ୧୫ ଶହ ମହିଳା ଓ ପୁରୁଷ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଶାନ୍ତିକୁଞ୍ଜସ୍ଥିତ ବିଶ୍ଵ ଗାୟତ୍ରୀ ପରିବାର ଋଷିପୁତ୍ରମାନେ ମନ୍ତ୍ର ପାଠ କରିଥିବା ବେଳେ ଭକ୍ତଙ୍କ ହରିବୋଲ ଓ ହୁଳହୁଳିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ଶାନ୍ତିକୁଞ୍ଜର କୈଳାସନାଥ ତିୱାରୀ, ବସନ୍ତୀଲାଲ ସିଲାଙ୍କି, ସହଦେବ ବଢ଼େଇ, ରମେଶ ତିୱାରୀ, ରୁଦ୍ର ଗୁରୁ, ସୋମେଶ୍ଵର ପ୍ରମୂଖ ଯଜ୍ଞ ସଂପାଦନ କରୁଛନ୍ତି l
ଟୋଲି ମୁଖ୍ୟ କୈଳାସନାଥ ଜୀ ପ୍ରବଚନ ଦେଇଥିଲେ । ସନ୍ଧ୍ୟାରେ ପ୍ରଜ୍ଞା ପାରାୟଣ ଅନୁଷ୍ଠିତ ହେବା ସହ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲା । ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଏନଏସି ଅଧ୍ୟକ୍ଷା ସୀତା ବାରିକ, ତହସିଲଦାର କର୍ଣ୍ଣ ସୁନା ଓ ସମାଜସେବୀ ଡା. ରାମକୃଷ୍ଣ ପୁରୋହିତ ଆଇଆଇସି ଧୀରେନ୍ଦ୍ର ସ୍ୱାଇଁ SDPO ବିଭୁତି ଭୁଷଣ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ | ପ୍ରଫୁଲ୍ଲ ନାୟକ, ରଘୁମଣି ଦାଶ, ଅଶ୍ବିନୀ ସାହୁ, ଅଜିତ ମେହେରଙ୍କ ସହ ଆୟୋଜକ କମିଟି କର୍ମକର୍ତ୍ତା ଓ ସ୍ଥାନୀୟ ଲୋକେ ସହଯୋଗ କରୁଛନ୍ତି ।
ରାଜ୍ୟ
ବିଜେପୁରରେ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ
- Hits: 26