ପୁଲିଂ ଅଫିସର ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ୬ ତାରିଖରେ ।
ଯାଜପୁର/ ଜୟଶଙ୍କର ଦାଶ : :ଚଳିତ ମାସ ୬ ତାରିଖ ଅପରାହ୍ନ ୧୨ ଘଟିକା ସମୟରେ ଜିଲ୍ଳ୍ା ମୁଖ୍ୟ ଚିକିତ୍ସାଳୟରେ ଅସୁସ୍ଥ ପୁଲିଂ ଅପିଂସର ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ପୂର୍ବରୁ ଅସୁସ୍ଥ ଥିବା ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଅପିଂସର ମାନଙ୍କର ଆବେଦନ ଆଧାରରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ୧୨୧ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩୬ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନେ ଗୁରୁତର ଅସୁସ୍ଥ ଥିବା ଓ ନିର୍ବାଚନ କାର୍ଯ୍ୟ ପରିଚାଳନାରେ ଅକ୍ଷମ ବୋଲି ସାର୍ଟିପିଂକେଟ ମିଳିବା ପରେ ସେମାନଙ୍କୁ ନିର୍ବାଚନ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିଲା । ତେବେ ଅନ୍ୟ ୮୬ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନେ ନିର୍ବାଚନ କାର୍ଯ୍ୟ କରିପାରିବେ ବୋଲି ମେଡିକାଲ ବୋର୍ଡ ରିପୋର୍ଟ ଦେବାପରେ ସେମାନେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବେ ବୋଲି ସ୍ପଷ୍ଟ ହୋଇ ସାରିଚ୍ଥି । ପରନ୍ତୁ ମିଥ୍ୟା ବା ଜାଲ ସ୍ୱାସ୍ଥ୍ୟ ଖରାପ ପ୍ରମାଣ ପତ୍ର ଦେଇଥିବା ପୁଲିଂ ଅପିଂସର ମାନଙ୍କ ବିରୁ୍ଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ସୂଚନା ଦେଇଚ୍ଥନ୍ତି । ଅପର ପକ୍ଷରେ ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଭିନ୍ନ ଅନ୍ୟ ଯେଊଁ ପୁଲିଂ ଅପିଂସର ମାନେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନ କାର୍ଯ୍ୟରୁ ଅବ୍ୟାହତି ପାଇଁ ଆବେଦନ କରିଥିଲେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ୬ ତାରିଖରେ ଅନୁଷ୍ଠିତ ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ ବୋର୍ଡ ପକ୍ଷରୁ ଏମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅଯୋଗ୍ୟ ଘୋଷିତ ମାନଙ୍କୁ ବାଦ ଦିଆଯିବ ଓ ଯୋଗ୍ୟ ବିବେଚିତ ପୁଲିଂ ଅପିଂସର ମାନେ ନିର୍ବାଚନ କାର୍ଯ୍ୟ କରିବେ । ତେବେ ମିଥ୍ୟା ପ୍ରମାଣ ପତ୍ର ପ୍ରଦାନ କ୍ଷେତ୍ରରେ ନିର୍ବାଚନ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରାଇ ଦେଇଚ୍ଥନ୍ତି । ତେଣୁ ଯେଉଁ ପୁଲିଂ ଅଧିକାରୀ ମାନେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନରୁ ବାଦ ପାଇଁ ଅନୁରୋଧ କରିଥିଲେ ସେମାନେ ୬ ତାରିଖ ଅପରାହ୍ନ ୧୨ ଘଟିକାରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଉପସ୍ଥିତ ରହିବାକୁ ନିର୍ବାଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଚ୍ଥି । ସେମାନେ ସେମାନଙ୍କର ଅସୁସ୍ଥ ସଂପର୍କିତ କାଗଜାଦିପତ୍ର ଆଣିବାକୁ ପରାମର୍ଶ ଦିଆଯାଇଚ୍ଥି ।