ରାୟଗଡା (ସରୋଜ କୁମାର ସାହୁ ) – ରାୟଗଡା ଜିଲ୍ଲା ଚାନ୍ଦିଲି ରିଜର୍ଭ ପଡିଆ ଠାରେ ପୋଲିସର ୮୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ରାୟଗଡା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭି.ରଘୁନାଥ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିବା ସହ ସମୂହ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ପରେ ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ବାର୍ତା ପାଠ କରିଥିଲେ । ଶ୍ରୀ ରାଓ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ସାଧାରଣ ଜନତା ଏବଂ ପୋଲିସ ମଧ୍ୟରେ ଉତମ ବୁଝାମଣା ରହିଛି । ପୋଲିସ ସର୍ବଦା ଲୋକଙ୍କ ସେବାର ରହିଛି ଏବଂ ରହିବ । ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ୨୦୧୮-୧୯ ବର୍ଷ ପାଇଁ ଶ୍ରେଷ୍ଠ ରାଜ କିଶୋର ବେହେରାଙ୍କୁ ଶ୍ରେଷ୍ଠ ଉପଆରକ୍ଷୀ ନିରୀକ୍ଷକ ଭାବେ, ବଜେନ୍ଦ୍ର କୁମାର ସାହୁଙ୍କୁ ସହକାରୀ ଉପଆରକ୍ଷୀ ନିରୀକ୍ଷକ ଭାବେ, ପ୍ରମୋଦ କୁମାର ସେଠୀଙ୍କୁ ଶ୍ରେଷ୍ଠ ହାବାଲଦାର ଭାବେ, ଗୌରୀ ଶଙ୍କର ସାହୁଙ୍କୁ ଶ୍ରେଷ୍ଠ କନେଷ୍ଟବଲ ଭାବେ, ବିରଂଚି ନାରାୟଣ ମହାନ୍ତିଙ୍କୁ ଶ୍ରେଷ୍ଠ ଏପିଆର କନେଷ୍ଟବଲ ଭାବେ, ଭୀମସେନ ପୂଜାରୀଙ୍କୁ ପରିବହନ ବିଭାଗ ତରଫରୁ ଶ୍ରେଷ୍ଠ ଉପଆରକ୍ଷୀ ନିରୀକ୍ଷକ ଭାବେ ନଗଦ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ଏଥି ସହ ଭୀମସେନ ପୂଜାରୀଙ୍କୁ କାର୍ଯ୍ୟରେ ସହଯୋଗ କରିଥିବାରୁ ହେଡ୍ କନେଷ୍ଟବଲ ବାବା କିଶୋର ପାଣିଗ୍ରାହୀ ଏବଂ କନେଷ୍ଟବଲ ସତ୍ୟ ନାରାୟଣ ବେହେରା ୨ ହଜାର ୫୦୦ ଟଙ୍କା ଲେଖାଁଏ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଅତିରିକ୍ତ ଏସ.ପି ଅଶୋକ ସାହୁ, ଡିଏସପି ସତ୍ୟ ବିକାଶ ଭୂୟାଁ, ଏସଡିପିଓ ତପନ କୁମାର ରଥ, ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଚାନ୍ଦିଲି ଥାନା ଅଧିକାରୀ ଖିରେଶ୍ୱର ସାହୁ ବେହେରା ସମେତ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ ।