ଭୁୁବନେଶ୍ୱର/chakradhar majhi : ଏଇ କଂଗ୍ରେସ ଭଡୁଆ, କିଛି ଜାଣିନାହାନ୍ତି...ମିଛରେ ଗୁରାଳୀ କରୁଛନ୍ତି ! ଏ ବିଜେପି ଵାଲାଏ ମିଛରେ ଚାଷୀ ମୃତ୍ୟୁ ନେଇ ରାଉ ରାଉ ହେଉଛନ୍ତି ! ଅଯଥାରେ ଏ ଦୁଇ ଦଳ ଅଭିଯୋଗ କରୁଛନ୍ତି ଯେ ଚାଷୀ ମାରି ଯାଉଛନ୍ତି ! ହେଲେ ମହା ଜ୍ଞାନୀ ଦାମ ବାବୁ କଣ ମିଛ କହିବେ !! ଅନ୍ୟ ବେଳେ ମିଛ କହି ଦେଇ ପାରନ୍ତି , ହେଲେ ପବିତ୍ର ବିଧାନସଭାରେ ଜମା ମିଛ କହିବେନି ! ଆଉ ଦାମ ବାବୁ କହିଛନ୍ତି ଯେତେବେଳେ ସେଇଟା ସତ ! ଅବଶ୍ୟ ଦାମବାବୁଙ୍କ ଏ ସତକଥା ଟିକେ ହଜମ ନହେଲା ଭଳି ଲାଗୁଛି !
ଦାମ ବାବୁ କହିଛନ୍ତି ଯେ, ଗତ ୨ ବର୍ଷ ଭିତରେ ଜଣେ ହେଲେ ଚାଷୀ ଚାଷ ଯୋଗୁଁ ଅ।ତ୍ମହତ୍ୟା କରିନାହାନ୍ତି । କଂଗ୍ରେସ ସଭ୍ୟ ଭୁଜବଳ ମାଝିଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତରରେ ମନ୍ତ୍ରୀ ଡା. ରାଉତ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଗତ ୨୦୧୬-୨୦୧୭ ଅ ।ର୍ଥିକ ବର୍ଷରେ ରାଜ୍ୟରେ ଯଥାକ୍ରମେ ୧୧ ଓ ୭ଜଣ ଚାଷୀ ଅ।ତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏସବୁ ଅଭିଯୋଗ ଉପରେ ଜିଲ୍ଲାପାଳ ଓ ଏସପି ଯୁଗ୍ମ ତଦନ୍ତ କରିଛନ୍ତି । ତେବେ ସେଥିରେ କୌଣସି ଚାଷୀ କୃଷି ଜନିତ କାରଣରୁ ଅ।ତ୍ମହତ୍ୟା କରି ନାହାନ୍ତି । ଅ।ତ୍ମହତ୍ୟା ନିରାକରଣ ନିମନ୍ତେ ତାଙ୍କ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଅ।ଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେଣୁ ଜମେ ଯେତେ ଭଦଭଦ ହେଉଥା, ବିଷ ପିଆଇ ଲାଇଭ କରୁଥାଏ, ଧନ ଫସଲ ରେ ନିଆଁ ଲଗାଉଥା, ହେଟାଏ ମଲା ଚାଷୀ ପରିବାର କୁ ସଂବେଦନା ଜଣାଉଥାଅ ଆବୁ ଦାମ ବାବୁଙ୍କ ଏଇ ପଦିଏ କଥାରେ ଫୁସ ! ମାନିବାକୁ ପଡିବ ଦାମ ବାବୁଙ୍କ ବ୍ରେନ କୁ ! ହେଲେ ଦାମବାବୁଙ୍କ ଏ କଥାକୁ ରାଜ୍ୟର ଚାଷୀ କେଉଁ ଭାବେ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।