ହେଡଲାଇନସ୍:

ଦି  ହାତ ହେଲେ ଅର୍କେଶ, ଧରିଲେ ମାଣ୍ଡା ରାଜକୁମାରୀଙ୍କ ହାତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବଲାଙ୍ଗୀରରୁ ନିରୋଜ କୁମାର ମିଶ୍ର : ପାଟଣାଗଡ ରାଜପରିବାରରେ ଆଉଥରେ ସହନାଇ ବାଜିଛି ।  ପଟ୍ଟାୟତ ରାଜା ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ  ସିଂହଦେଓଙ୍କ ସାନ ପୁଅ ତଥା ଲୋକସଭା ସାଂସଦ କଳିକେଶ ସିଂହଦେଓ ସାନ ଭାଇ ସର୍ବୋପରି ରାଜନୀତି ମଇଦାନରେ ଖଣି ପର୍ହରା ମାରୁଥିବା ଅର୍କେଶ ସିଂହଦେଓଙ୍କ ଜୀବନରେ ଆସିଛନ୍ତି ମାଣ୍ଡା ରାଜକୁମାରୀ । ସମ୍ପୂର୍ଣ୍ଣ ରାଜକୀୟ ପରିବେଶରେ ହୋଇଥିବା ଏହି ବାହାଘରରେ ଦେଶ ତଥା ଦେଶ ବାହାରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ  । ସେମାନଙ୍କ ଭିତରେ ପ୍ରମୁଖ ଥିଲେ ଜୟପୁର ରାଜମାତା ପଦ୍ମୀନୀ ଦେବୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଟିଭି ପର୍ସନାଲିଟି ଅର୍ଚ୍ଚନା ବିଜୟା ।  ଭୁବନେଶ୍ୱରଠାରେ ତାଙ୍କ ପରିବାରର ମାଲିକାନାରେ ଥିବା ରିସର୍ଟରେ ଗ୍ରାଣ୍ଡ ରିସେପ୍ସନ ଆୟୋଜିତ ହେଉଥିବା ବେଳେ ପାଟଣାଗଡରେ ପ୍ରାୟ ୪୦୦୦୦ଲୋକଙ୍କ ପାଇଁ ଏକ ଭୋଜିର ଆୟୋଜନ ହେଉ୍ଥିବା ତାଙ୍କ ଭାଇ କଳିକେଶଙ୍କ ସୋସିଆଲ ମିଡିଆ ପୋଷ୍ଟିଂ ସୌଜନ୍ୟରୁ ଜଣାପଡିଛି  । 

ଯାହା ହେଉ, ଅର୍କେଶ ହାତକୁ ଦିହାତ ହୋଇଗଲେ  । ଆମ ତରଫରୁ ରାଜଦମ୍ପତିଙ୍କୁ ଶୁଭେଚ୍ଛା  । ମାଣ୍ଡା ରାଜକୁମାରୀ ଅର୍କେଶଙ୍କ ରାଜନୈତିକ ଜୀବନରେ ବି ସଫଳତା ଆଣିଦିଅନ୍ତୁୂ ଓ ଯେଉଁଥିପାଇଁ ସେ ଗତ କିଛିବର୍ଷ ଧରି ନିରବଚ୍ଛିନ୍ନ ପରିଶ୍ରମ କରିଆସୁଛନ୍ତି ତାହା ପୂରଣ ହେଉ ଓ ବିଧାନସଭାରେ ବସିବାର ସ୍ୱପ୍ନ ତାଙ୍କର ସାକାର ହେଉ  ।

 

0
0
0
s2sdefault