ହେଡଲାଇନସ୍:

 ପୋଲିସର ପ୍ରଶଂସନୀୟ ପଦକ୍ଷେପ : କାଲିର ମାଓବାଦୀ ଆଜି ଛାତ୍ରଛାତ୍ରୀ, ପଢିବେ ପାଠ-ହେବେ ସ୍ୱାବଲମ୍ବୀ  ଓ ରୋଜଗାରକ୍ଷମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ମାଲକାନଗିରିରୁ ଜିଲ୍ଲା ପ୍ରତିନିଧି/ Ramakrushna Choudhury  : ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଇନ୍ଦିରାଗାନ୍ଧୀ ମୁକ୍ତବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ସ୍ୱତନ୍ତ୍ରଶିକ୍ଷା କେନ୍ଦ୍ର  ଆଧିଗ୍ରହଣ ଉତ୍ସବକୁ ମାଲକାନଗିରି ଏସପି ଜଗମୋହନ ମୀନା ଅନୁଷ୍ଟାନିକ ଭାବେ ଉଦଘାଟନ କରି  ଆତ୍ମସମର୍ପଣ କରିତିବା ମାଓବାଦୀଙ୍କୁ ବହି ଖାତା କଲମ ଯୋଗାଇ ଦେଇଛନ୍ତି । ଏହି ପାଠପଢା ଯୋଜନାରେ ମୋଟ ୧୯୬ ଜଣ  ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଯାଇଛି, ସେମାନଙ୍କ ମଧ୍ୟରେ ୧୮ ଜଣ ଆତ୍ମସମର୍ପଣ କରିଥିବା ମାଓବାଦୀ ଙ୍କ ମଧ୍ୟରୁ ୧୨ଜଣ ପୁରୁଷ,୬ଜଣ ମହିଳା ରହିଛନ୍ତି । ୯୭ଜଣ ମାଓପ୍ରବଣ ଅଚଂଳର ସାଧାରଣ ନାଗରିକ,୬୪ଜଣ ଓଏପିଏଫ,୧୩ଜଣ କନେଷ୍ଟବଲ,୪ଜଣ ହୋମଗାର୍ଡ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୬୪ଜଣ ପୁରୁଷ ଥିବାବେଳେ ୨୮ଜଣ ମହିଳା ପାଠପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପାଠ ପଢା ଯୋଜନାରେ ସାମିଲ ହୋଇଥିବା ଯୁବକ ଓ ଯୁବତୀ ମାନଙ୍କୁ  ୬ମାସ ପର୍ଯ୍ୟନ୍ତ ମାଗଣାରେ ମୁକ୍ତବିଶ୍ୱବିଦ୍ୟାଳୟ ଇଗ୍ନୋରେ ଶିକ୍ଷାଦାନ ଦିଆ ଯିବ,ସେମାନେ ଟ୍ରେଣ୍ଡ ହେଲାପରେ ଏକ ପ୍ରବେଶିକା  ପରୀକ୍ଷା ଦେବେ ସେଥିରେ ପାସକଲାପରେ ସିଧାସଳଖ ଭାବେ ଯୁକ୍ତ ୩ପାଠ୍ୟକ୍ରମରେ ନାମଲେଖାଇ ପଢିବେ,ସିଧାସଳଖ ଭାବେ ମାଗଣାରେ ଯୁକ୍ତ୩ ପାଠପଢିବା ପାଇଁ ଆତ୍ମସମର୍ପଣ କରିଥିବା ମାଓବାଦୀ ଓ ମାଓପ୍ରବଣ ଅଚଂଳର ପାଠ ନ ପଢି ବେକାର ହୋଇ ବୁଲୁଥିବା ଯୁବକ ଯୁବତୀ ମାନେ ଆଗ୍ରହସହକାରେ ଏସ.ପି ଙ୍କ ଯୋଜନାରେ ସାମିଲ ହେବା ପାଇଁ ଆଗେଇ ଆସିଛନ୍ତି । ଏମାନଙ୍କ ମଧ୍ୟରେ ଅଛିନ୍ତି ଦୁର୍ଦ୍ଦାନ୍ତ ମାଓଦମ୍ପତି ଶୁକଦେବ ,ରୁକ୍ମଣୀ,ରଘୁ ଓ ରାଧା ଙ୍କ ସହିତ ଦୁର୍ଦ୍ଦାନ୍ତ ମାଓବାଦୀ ଇର୍ମା,ଦେବା , ସେମାନଙ୍କ ମଧ୍ୟରୁ କିଏ ୧୦ମ ଫେଲ ହୋଇଥିଲା ତ ଆଉକିଏ ମୋଟେ ପାଠପଢି  ନାହିଁ , ଏବେ ସେମାନେ ବିଏ ପାସ କରି ରୋଜଗାରକ୍ଷମ ହେବା ପାଇଁ ମନସ୍ଥ କରିଛନ୍ତି । ମିଥ୍ୟାପ୍ରଲୋଭନର ଶିକାର ହୋଇ ମାଓ ସଂଙ୍ଗଠନରେ ରହି କେବଳ ଲୁଟ ପାଟ୍ ହତ୍ୟା ମାର ଧର କାର୍ଯ୍ୟରେ ତାଙ୍କ ଦିନ ବିତୁ ଥିଲା ,କେବେବି ସେମନଙ୍କୁ ଭଲକଥା କୁହା ଯାଉନଥିଲା,ସବୁବେଳେ ମାଓବାଦୀଙ୍କ ହିଂସାକାଣ୍ଡ ଆଉ ପୁଲିସର ଗିରଫ ଏନକାଉଟଂର କୁ ଭୟ ଥିଲା । ଏବେ ଆତ୍ମସମର୍ପଣ କଲାପରେ ସେ ଭୟ ଆଉ ନାହିଁ, ମାଲକାନଗିରି ପୁଲିସ ଆମପରି ଗରିବ ଲୋକଙ୍କୁ ପାଠ ପଢାଇ ବଡ ମଣିଷ କରି ରୋଜଗାର କରିବାର ବାଟ ଫିଟାଇ ଦେଇଛନ୍ତି, ଆମେ ସମସ୍ଥେ ହିଂସା ଛାଡି ମନଲଗାଇ ପାଠପଢିବୁ, ଜଙ୍ଗଲରେ ରହି ହିଂସାକାଣ୍ଡରେ ଲିପ୍ତଥିବା ଭାଇମାନଙ୍କୁ ଅନୁରୋଧ କରୁଛୁ ସେମାନେ ହିଂସାଛାଡି ମୁଖ୍ୟସ୍ରୋତରେ ସମିଲ ହୋଇ ପାଠ ପଢି ଶିକ୍ଷତ ହୋଇ ଚାକିରି କରି ରାଜଗାରକ୍ଷମ ହୁଅନ୍ତୁ ବୋଲି ଆତ୍ମସମର୍ପଣ କରିଥିବା ପାଠପଡିବାକୁ ଆସିଥିବା ମାଓବାଦୀ ମାନେ କହିଥିଲେ । ଗୋଟିଏ କୋଠରୀରେ ମାଓବାଦୀ ଓ ପୁଲିସ ଏକାସାଙ୍ଗରେ ବସିକି ପାଠପଡିବା ଘଟଣା  ସମସ୍ତଙ୍କୁ ଚକିତ କରିଥିଲା  ଏହି କାର୍ଯ୍ୟକ୍ରମରେ ଏସ.ପି ଙ୍କ ସହ ଡିଏସପି ଦେବାଶିଷ ମିଶ୍ର,ରିର୍ଜଭ ପୁଲିସ ଇନିସପେକ୍ଟର ଶ୍ୟାମସୁନ୍ଦର ସୋରେନ, ମାଲକାନଗିରି ମହାବିଦ୍ୟାଳୟର  ଇଗ୍ନୋଉ  ସଂଯୋଜକ ଅଧ୍ୟାପକ ଉମେଶ ଚନ୍ଦ୍ରରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।  ଏହି ଅବସରେ ଆତ୍ମସମର୍ପଣ କରିଥିବା ମାଓବାଦୀ , ମାଓବାଦୀଙ୍କ ଦ୍ୱାରା ବିସ୍ଥାପିତ ହୋଇଥିବା ପରିବା ଓ ମାଓପ୍ରବଣ ଅଚଂଳର ମହିଳା ଓ ପୁରୁଷଙ୍କ ସହ ଅନ୍ୟାମାନଙ୍କୁ ବହି,ଖାତା,କଲମ,ଏସପି  ପ୍ରଦାନ କରିଥିଲେ । ଆସନ୍ତା ରବିବାର ଠାରୁ ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ପାଠପଢା ନିୟମିତ ଚାଲିବ, ସପ୍ତାହର ଶନିବାର ଓ ରବିବାର ଦୁଇଦିନ ସ୍ୱତନ୍ତ୍ର ଭାବେ ଅଧ୍ୟାପକ ମାନଙ୍କ ଦ୍ୱାରା ଶିକ୍ଷାଦନ ଦିଆଯିବ, ଏହା ଦ୍ୱାରା ନିରକ୍ଷରତାର ଅନ୍ଧାରରୁ ଆଲୋକକୁ ଆସି ଶିକ୍ଷତ ହୋଇ ଜଣେ ସୁନାଗରିକ ଭାବେ ଜୀବନ ବିତାଇବେ ଆତ୍ମସମର୍ପଣ ମାଓବାଦୀ । ଏହି ପାଠପଢା ଯୋଜନାରେ ମାଓପ୍ରବଣ ଅଚଂଳର ଶତାଧିକ ଯୁବକ ଓ ଯୁବତୀ ଅଧ୍ୟୟନ କରିବାପାଇଁ ଇଛାପ୍ରକାଶ କରିଛନ୍ତି । ନାମଲେଖାଇବା ସମୟ ଅତିକ୍ରାନ୍ତ କରି ଯାଇଥିବାରୁ ସେମାନଙ୍କୁ ଚଳିତବର୍ଷ ନିଆ ଯାଇ ପାରୁନାହିଁ,ଆସନ୍ତାବର୍ଷ ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କୁ ଅଗ୍ରାଧିକାର ଭିତିରେ ଗ୍ରହଣ କରାଯାଇ ପାଠପଢାଇବାର ବ୍ୟବସ୍ଥା କରାଯିବ ବୋଲି ଏସପି ଶ୍ରୀ ମୀନା ସୁଚନାଦେଇଛନ୍ତି 

0
0
0
s2sdefault