ହେଡଲାଇନସ୍:

 ସୁଯୋଗ ମିଳିଲେ କୁଲି କାମ କି ବାହରକୁ  କାମକରିବାକୁ ନ ଯାଇ ଆମେ ପାଠପଢିବୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶିଶୁ ଶ୍ରମିକ ଚାଲାଣ ବେଳେ ୫ଜଣ ଶିଶୁଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ମାଲକାନଗିରି/ Ramkrushna Choudhury :  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଚଂଳରେ ଥିବା କେତକ ଆଦିବାସୀଙ୍କୁ ଠିକ ଭାବେ ସରକାରି ସହାୟତା ମିଳୁନଥିବାରୁ ଏହାର ସୁଯୋଗ ନେଇ କେତକ ଦଲାଲ ମିଥ୍ୟା ପ୍ରଲୋଭନ ଦେଖାଇ ଗରିବ ଆଦିବାସୀ ଙ୍କ ପିଲାମାନଙ୍କୁ ବାହର ରାଜ୍ୟକୁ ଶିଶୁଶ୍ରମିକ ଭାବେ ଚାଲାଣ କରୁଛନ୍ତି । ଏମିତି ଏକ ଘଟଣା ଘଟି ଯାଇଛି କୁଡୁମୁଲୁଗୁମ୍ମା ଠାରେ । କୁଡୁମୁଲୁଗୁମ୍ମା ବ୍ଲକସ୍ଥ ନାକାମାମୁଡି ପଚାଂତର ଟିକରପଡା ଗ୍ରାମର ଲକ୍ଷ୍ମିରାସପେଦା(୧୩),ରଶ୍ମିତା ମୁଦୁଲି(୧୨),ପ୍ରତିମା ରାସପେଦା(୧୦),ପ୍ରମିଳା ରାସପେଦା(୧୨),ମଙ୍ଗଳାକ୍ରୀସାନି(୧୦) ଏମାନଙ୍କୁ ଜଣେ ବଙ୍ଗୀୟ ଯୁବକ କାମକରିବାପାଇଁ ବାହରକୁ ନେବା ପାଇଁ ଗୁମ୍ମା ବସଷ୍ଟାଣ୍ଡ ନିକଟରେ ବସକୁ ଜଗିଥିବା ବେଳେ କୁଡୁମୁଲୁଗୁମ୍ମା ସ୍ଥ ଚାଇଲ୍ଡଲାଇନ ସଂସ୍ଥା ଜାଣିପାରି ସେଠାରେ ପହଁଚି ଯାଇଥିଲେ । ଚାଇଲ୍ଟ ଲାଇନ ସଂସ୍ଥାର କର୍ମଚାରି ମାନଙ୍କୁ ଦେଖି ସଂପୃକ୍ତ ଯୁବକ ଖସି ପଳାଇଥିଲେ । ଗୁରୁବାର ଅପରାହ୍ନରେ ବସଷ୍ଟାଣ୍ଡ ନିକଟରୁ ଏହି ୪ଜଣ ନାବାଳିକା ୧ଜଣ ନାବାଳକକୁ ଉଦ୍ଧାର କରି ସେମାନଙ୍କ ଅଫିସରେ ରାତ୍ରରେ ରଖିଥିଲେ । ଏ ସଂପର୍କରେ ଓରକେଲ ଥାନାରେ ଜଣାଇବାପରେ ଥାନା ସବଇନିସପେକ୍ଟର ଶନ୍ତୋଷିବାରିକ ପୁଲିସ ସଦଳବଳ ଘଟଣା ସ୍ଥଳରେ ପହଁଚି ଶିଶୁଶ୍ରମିକ ମାନଙ୍କୁ ନେଉଥିବା ବ୍ୟକ୍ତି ଙ୍କୁ ଖୋଜା ଖୋଜି କରିଥିଲେ । ଉଦ୍ଧାର ହୋଇଥିବା ପିଲାମାନଙ୍କ ପରିବାରଙ୍କୁ ଜଣାଇବାରୁ ଟିକରପଡା ଗ୍ରାମର କୃଷ୍ଣ ରାସପେଦା ଚାଇଲ୍ଟ ଲାଇନ ନିକଟରେ ପହଁଚି ସେମାନଙ୍କ ପିଲାମାନଙ୍କୁ ଘରକୁ ଫେରାଇନେବାକୁ ଚାହିଁଥିଲେ ।

ଉଦ୍ଦାର ହୋଇଥିବା ୫ଜଣଙ୍କୁ ମାଲକାନଗିର ପରିବର୍ତନ ସ୍ୱେଚ୍ଛାସେବି ଅନୁଷ୍ଟାନର ଚାଇଲ୍ଟଲାଇନ ଜିଲ୍ଲାସଂଯୋଜକ ଚୁମୁକି ବେହେରା,କାଉଁସିଲିଂ ଅଧିକାରୀ ସୁଶ୍ମିତା ସ୍ୱାଇଁ, କୁଡୁମୁଲୁଗୁମ୍ମା ଚାଇଲ୍ଟଲାଇନ ସଂସ୍ଥାର ଲଭଲି ବିଶ୍ୱାସ,ସୁବାଶିନି ଧାକଡ,ତୃପ୍ତି ମଣ୍ଡଳ,ମାଲକାନଗିରି ଜିଲ୍ଲା ଶିଶୁସୁରକ୍ଷା ବିଭାଗ ଓ ଶିଶୁମଙ୍ଗଳ କମିଟିକୁ ଯାଇ ଉକ୍ତ ୫ଜଣ ପିଲାଙ୍କୁ ଦାଖଲ କରିଥିଲେ । ପରେ ସେମାନଙ୍କୁ ଜିଲ୍ଲାଶିଶୁମଙ୍ଗଳ ସମିତି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି । ଟିକରପଡା ଗ୍ରାମର କୃଷ୍ଣ ରାସପେଦା କହିଛନ୍ତି । ଆମଗ୍ରାମର ଅଧିକାଂଶ ଲୋକଙ୍କର ଜମିପଟାନାହଁ କି ଆଧାରକାର୍ଡ ନାହଁ, ତେଣୁ ପିଲାମାନଙ୍କୁ ବିଦ୍ୟାଳୟରେ ନାମଲେଖାଇ ପାରୁନାହୁଁ, ଅନେକ ପିଲା ଆନ୍ଦ୍ରପ୍ରଦେଶକୁ ଯାଇ କୁଲି ଖଟୁଛନ୍ତି । ଘରେ ବସି ପିଲାମାନେ କଣ ବାକରିବେ ତେଣୁ ସେମାନଙ୍କୁ କାମରେ ଲଗାଇ ଦିଆ ଯାଉଛି । ସରକାର ସେମାନଙ୍କ ପାଠପଢିବାର ବ୍ୟବସ୍ଥା କଲେ କେହି ଶିଶୁ ଶ୍ରମିକ ହେବେନାହିଁ । ଅନ୍ୟ ପକ୍ଷରେ ଉଦ୍ଧାର ହୋଇଥିବା ପିଲାମାନେ କହିଛନ୍ତି ଆମକୁ ସରକାରି ସୁବିଧା ସୁଯୋଗ ମିଳିଲେ କୁଲି କାମ କି ବାହରକୁ ଶିଶୁଶ୍ରମିକ ଭାବେ କାମକରିବାକୁ ନ ଯାଇ ସ୍କୁଲକୁ ଯାଇ ଆମେ ପାଠପଢିବୁ ।

0
0
0
s2sdefault