ହେଡଲାଇନସ୍:

ରାଜ୍ୟ ସରକାରଙ୍କ ଭାଷାବିରୋଧୀ ଆଭିମୁଖ୍ୟକୁ ସମାଲୋଚନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ 

ପାରଳାଖେମୁଣ୍ଡିରୁୂ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଆରଏମଏସ ପରିସରରରେ ଓଡିଶା ଭାଷା ସୁରକ୍ଷା ସମ୍ମିଳନୀ ଗଜପତି ଶାଖା ପକ୍ଷରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଷା ଆଇନର ପ୍ରଣେତା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ  ୧୧୬ ତମ ଜୟନ୍ତୀ ଉପଲକ୍ଷେ ଭାଷା ଦିବସ ଉପାନ୍ତ ଜିଲ୍ଲା ଗଜପତିରେ ପାଳିତ ହୋଇଯାଇଛି  । ଭାଷା ସୁରକ୍ଷା ସମ୍ମିଳନୀର ଜିଲ୍ଲା ଆବାହକ ହୃଷିକେଶ ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ନବୀନାନନ୍ଦ ଗନ୍ତାୟତ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶିଶିର କୁମାର ଭଞ୍ଜ ସାମନ୍ତ, ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ  । ଏ ଅବସରରେ ବକ୍ତବ୍ୟ ରଖିଥିଲେ ଭାଗବତ ପାଢୀ, ଜଗନ୍ନାଥ ମହାପାତ୍ର, ଶିକ୍ଷାବିତ ଜଗନ୍ନାଥ ମିଶ୍ର, ବିଚିତ୍ରାନନ୍ଦ ବେବର୍ତ୍ତା ନୃସିଂହ ଚରଣ ପଟ୍ଟନାୟକ,ଅଭିମନ୍ୟୁ ପଣ୍ଡା ପ୍ରମୁଖ  । ବକ୍ତା ତଥା ଅତିଥିମାନେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ଚାରଣ କରିବା ସହିତ ସରକାର ଭାଷା ଆୟୋଗ ଗଠନ ନକରିବା, ଭାଷା ଆଇନ ଖିଲାପକାରୀଙ୍କ ପ୍ରତି ଦଣ୍ଡ ବିଧାନ ନକରିବା ଆଦି ଭାଷା ବିରୋଧୀ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ  । ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା ଯେ, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଆବାହକତ୍ୱରେ ପାରଳାଖେଣ୍ଡିଠାରେ ଏକ ବିଶାାଳ ସମାବେଶ ଆୟୋଜନ କରାଯିବ  । ସେହି ସମାବେଶରେ ଭାଷାସୁରକ୍ଷା ସମ୍ମିଳନୀର ଗଜପତି ଶାଖା ପାଇଁ କାର୍ଯ୍ୟକର୍ତ୍ତା ନିର୍ବାଚନ କରାଯିବା ସହ ପରବର୍ତୀ କାର୍ଯପନ୍ଥା ଚୂଡାନ୍ତ କରାଯିବ । ପ୍ରସ୍ତାବିତ ସମାବେଶକୁ ଭାଷା ସୁରକ୍ଷା ସମ୍ମିଳନୀର ରାଜ୍ୟ ସଭାପତି ବୈଷ୍ଣବ ପରିଡାଙ୍କୁ  ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି  ନିଆଗଲା  । 

0
0
0
s2sdefault