ହେଡଲାଇନସ୍:

ଷ୍ଟାମ୍ପ ଭେଣ୍ଡରଙ୍କ ବିଧାନ ସଭା ଘେରାଉ, ୭ଦିନରେ ଦାବି ପୁରଣ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ       

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର : ଗତ ୧୮ତାରିଖରୁ ସାରା ରାଜ୍ୟରେ ଷ୍ଟାମ୍ପ ଭେଣ୍ଡରଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ପାଇଁ ଲୋୟର ପିଏମ୍ଜିକୁ ବିଶାଳ ପଦଯାତ୍ରା ଯାଇଥିଲା । ସାରା ରାଜ୍ୟର ଷ୍ଟାମ୍ପ ଭେଣ୍ଡରମାନେ ଭୁବନେଶ୍ୱର କୋର୍ଟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି କଳ୍ପନା ଛକ, ରାଜମହଲ ଛକ, ମାଷ୍ଟର କ୍ୟାଂଟିନ୍ ମଧ୍ୟ ଗାନ୍ଧି ମାର୍ଗରେ ପ୍ରତିବାଦ ସଭା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଅର୍ଥମନ୍ତ୍ରୀ ମହାସଂଘର ପ୍ରତିନିଧିଙ୍କୁ ଡାକି ନିଜ ପ୍ରକୋଷ୍ଟରେ ଆଲୋଚନା କରି ୭ଦିନରେ ଷ୍ଟାମ୍ପ ଭେଣ୍ଡରଙ୍କ ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ ଆସନ୍ତା ୨୧ତାରିଖରୁ ଷ୍ଟାମ୍ପ ଭେଣ୍ଡର କାର୍ଯ୍ୟରେ ଯୋଗ ଦେବେ ବୋଲି ନିଷ୍ପତି କରାଯାଇଛି ବୋଲି ମହାସଂଘର ସାଧାରଣ ସମ୍ପାଦକ ରାମକୃଷ୍ଣ ପରିଡ଼ା ସୂଚନା ଦେଇଛନ୍ତି । ତେବେ ୭ଦିନ ମଧ୍ୟରେ ସରକାର ଷ୍ଟାମ୍ପ ଭେଣ୍ଡରଙ୍କ ସମସ୍ୟା ସମାଧାନ ନକଲେ ପୁଣି ଆନ୍ଦୋଳନ  କରାଯିବ ବୋଲି ଚେତାବନୀ ଦିଆଯାଇଛି ।        

 

 

0
0
0
s2sdefault